Below header

ବାହାଘରରେ ଆସୁଥିବା ବାଧା ଦୂର କରିବାକୁ ଗୁରୁବାର ଦିନ କରନ୍ତୁ ଏହି ଉପାୟ, ସପ୍ତାହକ ଭିତରେ ପାଇବେ ଖୁସି ଖବର

ବୃହସ୍ପତି ଗ୍ରହକୁ ଦେବ ଗ୍ରହ ବୋଲି କୁହାଯାଏ। ୯ଟି ଗ୍ରହ ମଧ୍ୟରୁ ବୃହସ୍ପତିଗ୍ରହଙ୍କୁ ରାଜା ବୋଲି ବିବେଚନା କରାଯାଏ। କୁହାଯାଏ, କୁଣ୍ଡଳୀରେ ଗୁରୁ ଗ୍ରହ ଦୁର୍ବଳ ଥିଲେ ବ୍ୟକ୍ତିଙ୍କ ବିବାହ ବିଳମ୍ବରେ ହୋଇଥାଏ। ଏଥିସହ ଆର୍ଥିକ ସଙ୍କଟର ବି ସାମ୍ନା କରିବାକୁ ପଡ଼େ। ପାଠପଢ଼ାରେ ବାଧା ଉପୁଜୁଥିଲେ କିମ୍ବା ବାରମ୍ବାର ଚେଷ୍ଟା ପରେ ବି ସଫଳତା ମିଳୁନଥିଲେ ଏହାର କାରଣ ବୃହସ୍ପତିଙ୍କ ସ୍ଥିତି ହୋଇପାରେ।

ଜ୍ୟୋତିଷଙ୍କ କହିବାନୁସାରେ, ଗୁରୁ ଗ୍ରହ ଏକ ଶକ୍ତିଶାଳୀ ଗ୍ରହ। ଗୁରୁ ଦୁର୍ବଳ ଥିଲେ ଜୀବନରେ ନାନା ବାଧାବିଘ୍ନ ଆସେ। କିନ୍ତୁ ଯଦି ଗୁରୁବାର ଦିନ ବୃହସ୍ପତିଙ୍କ ସହ ଜଡ଼ିତ କେତେକ ଉପାୟ ଆପଣାଇବେ ତେବେ ସବୁ ଦୁଃଖ ଦୂର ହେବ। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ…

ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ:

ଧାର୍ମିକ ଦୃଷ୍ଟିରୁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ହୋଇଛି। ଯେଉଁ ଲୋକଙ୍କ ଗୁରୁ ଦୁର୍ବଳ, ସେମାନେ ଗୁରୁବାର ଦିନ ଶ୍ରୀ ହରି ଓ ମା’ ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ। ମାନ୍ୟତା ରହିଛି ଯେ ଏହି ଦିନ ପୂଜା କରିବା ବେଳେ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ। ନାରାୟଣଙ୍କୁ ଏ ଅବସରରେ ଗୁଡ଼ ଓ ଚଣାର ଭୋଗ ଲଗାନ୍ତୁ। ତାଙ୍କୁ ହଳଦିଆ ଫୁଲ, ହଳଦିଆ ବସ୍ତ୍ର ଓ ହଳଦିଆ ଚନ୍ଦନ ଅର୍ପଣ କରନ୍ତୁ। ଯଦି ସମ୍ଭବ ହେଉଛି ତେବେ ଏହି ଦିନ ବ୍ରତ ରଖନ୍ତୁ ଓ ସନ୍ଧ୍ୟାରେ ମିଠା ଖାଇ ବ୍ରତ ଖୋଲନ୍ତୁ।

ଯଦି ବ୍ରତ ରଖି ପାରୁନାହାନ୍ତି ତେବେ ପୂଜା କରି ସାରି ଗୁରୁବାର ବ୍ରତ କଥା ନିଶ୍ଚୟ ପଢ଼ନ୍ତୁ କିମ୍ବା ଶୁଣନ୍ତୁ। ଏହି ଦିନ କଦଳୀ ଗଛକୁ ପୂଜା କରନ୍ତୁ ଓ ଜଳ ଅର୍ପଣ କରନ୍ତୁ। ଏମିତି କଲେ ଗୁରୁଙ୍କ ସ୍ଥିତି ମଜଭୁତ ହୋଇଥାଏ ଓ ବିବାହରେ ଆସୁଥିବା ବାଧା ଦୂର ହୋଇଥାଏ।

ଗୁରୁବାର ଦିନ କରନ୍ତୁ ଏସବୁ କାର୍ଯ୍ୟ:

  • ପ୍ରତ୍ୟେକ ଗୁରୁବାର ଦିନ ଗାଧୋଇବା ବେଳେ ପାଣିରେ ଏକ ଚୁଟ୍‌କି ହଳଦୀ ପକାଇ ସ୍ନାନ କରନ୍ତୁ। ସ୍ନାନ ପରେ ଓଁ ନମୋ ଭଗବତେ ବାସୁଦେବାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।
  • ଗୁରୁବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରନ୍ତୁ ଓ ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଘିଅ ଦୀପ ଜଳାନ୍ତୁ। ଏହି ଦିନ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ବେସନରେ ତିଆରି ମିଠା ଭୋଗ ଲଗାନ୍ତୁ।
  • ଏହି ଦିନ ହଳଦିଆ ଜିନିଷ ଦାନ କରନ୍ତୁ। ଏଥିସହ ଗୁରୁବାର ଗାଈକୁ ଅଟା ଚକଟାରେ ଗୁଡ଼ ଓ ଚଣା ରଖି ଖୁଆନ୍ତୁ।
  • ଗୁରୁବାର ଦିନ କାହାକୁ କିଛି ଧାର ଦିଅନ୍ତୁ ନାହିଁ। ଏହି ଦିନ ଚୁଟି କାଟନ୍ତୁ ନାହିଁ କି ସଫା କରନ୍ତୁ ନାହିଁ। ଏହି ଦିନ ନଖ କାଟିବାରୁ ବିରତ ରୁହନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.