ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ସହଜ ଉପାୟ, ରାଶି ଅନୁସାରେ କରି ନିଅନ୍ତୁ ଏମିତି କାମ

ଧନ ର ଦେବୀ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଯାହା ଉପରେ ରହେ, ସେ ସୁଖ ସୁବିଧା ରେ ପରିପୂର୍ଣ ହୋଇଥାନ୍ତି | ଏଥିପାଇଁ ମା’ ଙ୍କ କୃପା ପାଇବା ପାଇଁ ଆଜି ଆମେ ରାଶି ଅନୁସାରେ କିଛି ସହଜ ତରିକା କହିବୁ, ଯାହାକୁ ଆପଣାଇ ମା’ ଲକ୍ଷ୍ମୀଙ୍କ କୃପା ପାଇପାରିବେ |
ମେଷ ରାଶି : ବୁଧବାର ଦିନ ଭଗବାନ ଗଣେଶଙ୍କୁ ଦୁବ ଅଖ୍ୟତ ଦେଇ ପୂଜା କରି ଭୋଗ ଲଗାଇବେ | ଶ୍ରୀ ଗଣେଶଙ୍କ ଆରତୀ କରିବେ |
ବୃଷ ରାଶି : ଏହି ରାଶିର ଲୋକେ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ତାଙ୍କର ପ୍ରିୟ ପୁଷ୍ପ ପଦ୍ମକୁ ମଧ୍ୟ ପୂଜା କରିବେ | ପୂଜା ପରେ ପଦ୍ମ ରଙ୍ଗର କପଡ଼ାରେ ବାନ୍ଧି ରଖନ୍ତୁ |
ମିଥୁନ ରାଶି : ଚାକିରି କିମ୍ବା ବ୍ୟବସାୟରେ ଧାନ ପ୍ରାପ୍ତି ପାଇଁ ମା’ ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କୁ ପୂଜା କରିବା ପରେ ଦକ୍ଷିଣବର୍ତ୍ତୀ ଶଙ୍ଖ ପୂଜା କରି ତେଜୋରି ରେ ରଖନ୍ତୁ |
କର୍କଟ ରାଶି : ଏ ରାଶି ଲୋକ ଏକ ତ୍ରିକୋଣ ଆକୃତି ପତାକା ବିଷ୍ଣୁ ମନ୍ଦିର ଗୁମ୍ବତରେ ଲଗାନ୍ତୁ | ଆର୍ଥିକ ସ୍ଥିତି ହେବ ଓ ଅର୍ଥ ଫେରି ପାଇବେ |
ସିଂହ ରାଶି : ସକାଳେ ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ଦର୍ଶନ କରିବେ | ଏଥି ସହ ଗୋଲାପ ହନୁମାନଜୀଙ୍କ ପାଦ ସ୍ପର୍ଶ କରାଇ ପର୍ସ ରେ ରଖିବେ |
କନ୍ୟା ରାଶି : ପ୍ରତିଦିନ କୁଆକୁ ମିଠା ଚାଉଳ ଖୁଆନ୍ତୁ | ଏହାଦ୍ୱାରା ଧନ ସମସ୍ୟା ଦୂର ହେବ |
ତୁଳା ରାଶି : ବାର ଗଛ ର ଏକ ପତ୍ରରେ ଲାଲ ସିନ୍ଦୁର ଓ ଘିଅରେ ” ଓଁ ଶ୍ରୀ ଶ୍ରୀୟେଇ ନାମ ” ମନ୍ତ୍ର ଲେଖି ବହି ଯାଉଥିବା ଜଳରେ ଭସାଇ ଦିଅନ୍ତୁ |
ବିଛା ରାଶି : କୌଣସି ମନ୍ଦିରରେ ବିଷ୍ଣୁ ପ୍ରତିମାଙ୍କ ନିକଟରେ ତୁଳସୀ ଗଛ ଲଗାଇ ଦିଅନ୍ତୁ | ଏଥି ସହ କିଛି କାମରେ ବାହାରକୁ ଯିବା ବେଳେ ଶ୍ରୀରାମ ସ୍ତୁତି ଅବଶ୍ୟ ପଢନ୍ତୁ |
ଧନୁ ରାଶି : ନିୟମିତ ହନୁମାନଜୀଙ୍କ ଦର୍ଶନ କରନ୍ତୁ, ଧନ ସମସ୍ୟା ଦୂର ହେବ | କେଶର ତିଳକ ମଥାରେ ଲଗାନ୍ତୁ |
ମକର ରାଶି : ଅଟକି ଯାଇଥିବା ଅର୍ଥ ପାଇବା ପାଇଁ ତୁଳାରେ ଦୀପ ଜଳାନ୍ତୁ ଓ ଏହାକୁ ଘରର ଏସନ କୋଣରେ ରଖନ୍ତୁ |
କୁମ୍ଭ ରାଶି; ନଡ଼ିଆ ଷଡ଼େଇ ରେ ଘିଅ ଦେଇ ଦୀପ ମା’ ଲକ୍ଷ୍ମୀଙ୍କ ଆଗରେ ଜଳାନ୍ତୁ | ଦୀପ ପୁରା ରାତି ଯେମିତି ଜଳିବ ସେଥି ପ୍ରତି ଧ୍ୟାନ ଦେବେ | ଏଥି ସହ ” ଓଁ ହ୍ରିଂ ୟୈଂ କ୍ଲୀଂ ଶ୍ରୀଂ ” ମନ୍ତ୍ର ଜପ କରନ୍ତୁ | ଏହା ଦ୍ୱାରା ଲାଭ ମିଳିଥାଏ |
ମୀନ ରାଶି : ଭଗବାନ ବିଷ୍ଣୁଙ୍କୁ କେଶର ତିଳକ ଲଗାଇବା ସହ ଭୋଗ ଚଢାଇଲେ ଧନ ଲାଭ ଯୋଗ ହୋଇଥାଏ |