ଦୀପାବଳିରେ ମାଆଙ୍କ ପାଖରେ ଲଗାନ୍ତୁ ଏହି ସବୁ ଭୋଗ, ପ୍ରସନ୍ନ ହୋଇ କରିବେ ସବୁ ମନସ୍କାମନା ପୂର୍ଣ୍ଣ

ଧନ କିଏ ବା ନ ଚାହେଁ । ଧନ ପାଇବା ପାଇଁ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ଡାକିଥାନ୍ତି । ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଦାତ୍ରୀ । ମାତା ଲକ୍ଷ୍ମୀଙ୍କୁ ଧନ ଓ ବୈଭବର ଦେବୀରୂପେ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଆର୍ଥକ ସଙ୍କଟକୁ ଦୂର କରିବା ପାଇଁ ଦେବୀ ଲକ୍ଷ୍ମୀଙ୍କ ପୂଜା ଶୁଭ ହୋଇଥାଏ। ଦେଶରେ ମାତାଙ୍କର ଏଭଳି ମନ୍ଦିର ରହିଛି ଯାହାକୁ ଦେଖିବା ମାତ୍ରେ ଆର୍ଥକ ସମସ୍ୟା ସମାଧାନ ହୋଇଯାଏ ।ହିନ୍ଦୁ ଦେବତାମାନଙ୍କ ମଧ୍ୟରେ ମାତା ଲକ୍ଷ୍ମୀଙ୍କ ସ୍ଥାନ ସ୍ୱତନ୍ତ୍ର । ଏବେ ଧନତେରାସ୍ ପରେ ସମସ୍ତେ ଦୀପାବଳି କୁ ନେଇ ଉତ୍ସାହ ଅଛନ୍ତି । ଏହି ସମୟରେ ମାତା ଲକ୍ଷ୍ମୀଙ୍କର ପୂଜା ବିଶେଷ ଭାବେ କରାଯାଏ। କେବଳ ଧନତେରାସ୍ ନୁହେଁ ବରଂ ଦୀପାବଳିରେ ମଧ୍ୟ ମାଆଙ୍କୁ ପୂଜା କରି ଆପଣ ନିଜ ମନସ୍କାମନା ପୂର୍ଣ୍ଣ କରିପାରିବେ।
ଆଲୋକର ପର୍ବ ଦୀପାବଳି, ଏହିଦିନ ଲୋକେ ସାଧାରଣଃ ଘରେ ମାଆ ଲକ୍ଷ୍ମୀ, ଧନର ଦେବତା କୁବେର, ଗଣେଶ ଓ ମାଆ ସରସ୍ବତୀଙ୍କୁ ପୂଜା କରାଯାଏ । ବିଶ୍ବାସ ରହିଛି ଯେ, ଏହି ଦେବତାଙ୍କୁ ପୂଜା କଲେ ଘରେ କୌଣସି ସମସ୍ୟା ରହେ ନାହିଁ । ବରଂ ଘରେ ଧନ ସହ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ମାଆ ଲକ୍ଷ୍ମୀଙ୍କୁ ବଡି ଦିଓ୍ବାଲି ଦିନ ପୂଜା କରାଯାଇଥାଏ । ତେବେ, ଚଳିତ ବର୍ଷ ଅକ୍ଟୋବର ୨୪ ତାରିଖରେ ଦୀପାବଳି ପଡୁଛି । ଏହି ଦୀପାବଳିରେ ଏକ ଇତିହାସ ମଧ୍ୟ ରହିଛି। ଏହି ଦିନ ଭଗବାନ ଶ୍ରୀରାମ ୧୪ ବର୍ଷ ବନବାସ କାଟି ଅଯୋଧ୍ୟାକୁ ଫେରିଥିଲେ । ଆଉ ଅଯୋଧ୍ୟାବାସୀ ରାମଙ୍କୁ ଦୀପ ଜଳାଇ ସ୍ବାଗତ କରିଥିଲେ।
ନୀତି ନିୟମ :
ଦୀପାବଳି ଦିନକ ପୂର୍ବରୁ ଘରକୁ ଭଲ ଭାବରେ ସଫା କରନ୍ତୁ । ଆଉ ଘରକୁ ରଙ୍ଗୀନ ଆଲୋକମାଳାରେ ସଜାନ୍ତୁ । ପୂଜା ପୂର୍ବରୁ ଘରକୁ ଭଲ ଭାବରେ ରଙ୍ଗୋଲିରେ ସଜାନ୍ତୁ । ପୂଜାରେ ଲାଗିବାକୁ ଥିବା ପୂଜା ସାମଗ୍ରୀ ଘରେ କିଣି ଆଣି ରଖନ୍ତୁ । ଚାଉଳ, ବାଦାମ, ଫଳ, ଫୁଲ, କ୍ଷୀର, ସିନ୍ଦୁର, ଫଳ, ମିଠା, ଦହି, ଗଙ୍ଗାଜଳ, ଧୂପ, ଧୂପ ବାଡି, ଦୀପ ପ୍ରଭୁତିକୁ ଆଗୁଆ ଘରେ ସଜାଡି ରଖନ୍ତୁ । ଯେପରି ପୂଜା ସମୟରେ ଆପଣ କୌଣସି ସାମଗ୍ରୀର ଅଭାବ ପରିଲକ୍ଷିତ ନ କରନ୍ତି । ଦିପାବଳୀ ଦିନ ମାଆ ଲକ୍ଷ୍ମୀଙ୍କୁ ନୀତି ନିୟମ ଅନୁସାରେ ପୂଜା କରନ୍ତୁ। ଦୀପାବଳି ଦିନ ସନ୍ଧ୍ୟାରେ ଘରେ ମାଆ ଲକ୍ଷ୍ମୀଙ୍କ ଫଟୋ ରଖି ପ୍ରଥମେ ଏକ କଳସ ସ୍ଥାପନା କରନ୍ତୁ । ପରେ ଦେବୀଙ୍କ ଫଟୋରେ ଏକ ଧଳା ଓ ନାଲି ରଙ୍ଗର ଚୁନରୀ ଚଢାନ୍ତୁ । ବିଧି ଅନୁସାରେ, ମାଙ୍କ ଫଟୋରେ କିଛି ଧଳାପୁଲ ଚଢାନ୍ତୁ ଆଉ ବିଧି ଅନୁସାରେ ପୂଜା କରନ୍ତୁ ।
ନିକଟରେ ଅମଳ ହୋଇଥିବା ଧାନରୁ ପ୍ରସ୍ତୁତ ହୋଇଥିବା ଖିରି ଓ ଚିନିରେ ତିଆରି ହୋଇଥିବା ଧଳା ମିଠା ମାଆଙ୍କ ଲାଗି କରାନ୍ତୁ । ଏହି ଦୁଇଟି ଭୋଗ ମାଆଙ୍କର ଅତି ପ୍ରିୟ । ବିଶ୍ବାସ ରହିଛି ଯେ,ଏହି ଦିନ ଏହି ୨ ଭୋଗ ଲଗାଇଲେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ଘରେ ଅର୍ଥର କୌଣସି ସମସ୍ୟା ଲାଗି ରୁହେ ନାହିଁ । ଅନ୍ୟାନ୍ୟ ଫଳ ସହିତ ଏହି ଦୁଇ ଭୋଗ ଲଗାଇବା ଅତ୍ୟନ୍ତ ଶୁଭକର ବୋଲି କୁହାଯାଏ । ପୂଜା ପରେ ପ୍ରସାଦକୁ ବାଣ୍ଟନ୍ତୁ । କୁହାଯାଏ ପ୍ରସାଦ ସେବନକାରୀଙ୍କୁ ଉପହାର ଦେଲେ ମାଆ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ଆଉ କୃପା ମଧ୍ୟ କରିଥାନ୍ତି ।