ଆଜି ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଦିବସ, ଜାଣନ୍ତୁ ଏହି ବିଚକ୍ଷଣ ପ୍ରତିଭାଙ୍କ ବିଷୟରେ କିଛି କଥା

ନିଜ ମାୃଭୂମି କବିତାରେ ଲେଖାଥିବା କବିତା —–“ ମାତୃଭୁମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ ତାକୁ ଯେବେ ଜ୍ଞାନ ଗୁଣରେ ଗଣିବା ଅଜ୍ଞାନି ରହିବେ କାହିଁ ” ଏହି ପଦକ କବିତା ଯିଏ ଲେଖିଥିଲେ ସେହି ଅମ୍ଲାନ ପ୍ରତିଭା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଆଜି ଜନ୍ମ ଦିବସ। ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ଅତୁଳନୀୟ । ସେ ତାଙ୍କ କାବ୍ୟ କବିତା ପାଇଁ ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଆସିଥିବାବେଳେ ଏବେ ମଧ୍ୟ ସମସ୍ତଙ୍କ ହୃଦୟରେ ବନ୍ଦନୀୟ ହୋଇ ରହିଛନ୍ତି । ଚଳିତ ବର୍ଷ ତାଙ୍କର ୧୫୮ ତମ ଜନ୍ମ ଦିବସ ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି। ତା.୦୯.୦୮.୧୮୬୨ ମସିହା ଶ୍ରାବଣ ପୂର୍ଣ୍ଣିମା ଦିନ ଗଙ୍ଗାଧର ମେହେରଙ୍କ ଜନ୍ମ । ଅବିଭକ୍ତ ସମ୍ବଲପୁର ଜିଲ୍ଲା ବରପାଲି ଗ୍ରାମର ଏକ ଗରିବ ତନ୍ତି ପରିବାରରେ ଜନ୍ମଗ୍ରହଣ କରିଥିବା ଗଙ୍ଗାଧର ଯେ କେବେ କବି ହୋଇ ପୂଜା ପାଇବେ ତାହା କେହିବି ଭାବି ନଥିଲେ । କାରଣ ଗଙ୍ଗାଧର ଙ୍କ ପିତା ଚୈତନ୍ୟ ମେହେର ଓ ମାଁ ସେବତୀ ଦେବୀ ଗରିବ ଥିବାରୁ ଗଙ୍ଗାଧର ଉଚ୍ଚ ଶିକ୍ଷା ଗ୍ରହଣ କରିପାରି ନଥିଲେ । ତଥାପି ସ୍ୱଳ୍ପ ଶିକ୍ଷା ଲାଭ କରିଥିବା ଗଙ୍ଗାଧର ନିଜସ୍ୱ ଅଧ୍ୟବସାୟ ବଳରେ ଓଡିଆ ଓ ସଂସ୍କୃତ ଭାଷାରେ ହାସଲ କରିପାରିଥିଲେ ବିଚକ୍ଷଣ ପ୍ରତିଭା ।

kabiଆଧୁନିକ ଶ୍ରେଣୀରେ ସେ ନିଜ ଲେଖନୀ ମୁନରୁ ଇନ୍ଦୁମତି କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟରେ ନିଜକୁ ପ୍ରତିଷ୍ଠା କରିବା ପରେ ଅଯୋଧ୍ୟା ଦୃଶ୍ୟ, ତପସ୍ୱିନୀ, ପ୍ରଣୟ ବଲ୍ଲରୀ ଭଲି କାବ୍ୟ ରଚନା କରି ସମସ୍ତଙ୍କର ହୃଦୟସ୍ୱର୍ଶୀ ହୋଇପାରିଥିଲେ । ଏଥି ମଧ୍ୟରୁ “ତପସ୍ୱିନୀ” କାବ୍ୟ ପାଇଁ ସର୍ବାଧିକ ଲୋକପ୍ରିୟ ହୋଇପାରି ଥିବାବେଳେ “ଅର୍ଘ୍ୟଥାଳି” ହେଉଛି ତାଙ୍କର ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ । କବିଙ୍କ ଲେଖାରେ ପ୍ରକୃତିର ବାହ୍ୟରୂପ କୁ ଯେମିତି କଳାତ୍ମକ ଭାବରେ ବର୍ଣ୍ଣନା କରାଯାଇଛି ଅନ୍ତରୂପ କୁ ମଧ୍ୟ ଅଧିକ ବର୍ଣ୍ଣନା କରିଛନ୍ତି । ସେଥିପାଇଁ ତ ସେ ସ୍ୱଭାବ କବିର ମାନ୍ୟତା ପଇଥିବା ବେଳେ ଆଜି ମଧ୍ୟ ସେ କବିତା ମଧ୍ୟରେ ସମସ୍ତଙ୍କ ହୃଦୟରେ ବନ୍ଦନୀୟ ହୋଇ ରହିଛନ୍ତି । ତେବେ କବିଙ୍କ ଲେଖନୀରେ କେବଳ ଆଦର୍ଶ ଯେ ଉଚ୍ଚସ୍ଥାନ ପାଇଛି ତା ନୁହେଁ, ଏହା ବ୍ଯତୀତ ମାନବିକତା ର ମଧ୍ୟ ଜୟଗାନ କରିଛନ୍ତି କବି ଗଙ୍ଗାଧର ମେହେର। ତେବେ ସ୍ୱଭାବ କବିଙ୍କ କବିତା ଯେତିକି ସୁନ୍ଦ, ତାଙ୍କ ଜୀବନ ଶୈଳି ବି ଥିଲା ବେଶ ଉଚ୍ଚକୋଟିର । ତାଙ୍କର ଚାଲିଚଳଣି, କଥାବାର୍ତ୍ତା, ଆଚାର ବ୍ୟବହାର ଥିଲା ସମସ୍ତଙ୍କ ପାଇଁ ଆଦରଣୀୟ ଏବଂ ଗ୍ରହଣୀୟ । ସେଥିପାଇଁ ସେ କେବଳ ଓଡ଼ିଶାରେ ନୁହେଁ ସାରା ବିଶ୍ୱରେ ବନ୍ଦନୀୟ ।

ଏହାସହ ପଢନ୍ତୁ: ସ୍ବାମୀ ବିବେକାନନ୍ଦଙ୍କ ୧୫ ପ୍ରେରଣାଦାୟୀ ବିଚାର, ଯାହା ବଦଳାଇଦେବ ଆପଣଙ୍କ ଜୀବନ

ସ୍ୱଭାବ କବି ଗଙ୍ଗାଧର ଙ୍କ ଜୀବନ କଟିଥିଲା ବହୁତ ଅଭାବ ଅନାଟନ ମଧ୍ୟରେ । ଏହା ସ ମଧ୍ୟ ସାମାଜିକ ଜୀବନରେ ସେ ଥିଲେ ବେଶ ଅଗ୍ରଣୀ । ନିଜର ଜୀବନ କାଳରେ ସେ ଅମିନ ଭାବେ କାର୍ଯ୍ୟ କରି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ସମ୍ବଲପୁର, ପଦ୍ମପୁର, ବିଜେପୁର ରେ ବହୁଦିନ ବସବାସ କରିଥିଲେ । ଏହା ସତ୍ତ୍ବେ ମଧ୍ୟ ସେ ପରିବାରର ସମସ୍ତଙ୍କୁ ବାନ୍ଧି ରଖିଥିଲେ ସ୍ନେହ ପ୍ରେମ ପରିବେଶରେ । ଯାହା ଏବେ ବି ତାଙ୍କ ପରିବାରରେ ପରିଲକ୍ଷିତ ହୋଇ ରହିଥିବା ବେଳେ କବିପୁତ୍ର ଭଗବାନ ମେହେରଙ୍କ ଠାରୁ ଆରମ୍ଭ କରି ମଣିନ୍ଦ୍ର ମେହେର ଓ ତପସ୍ୱିନୀ ମେହେର ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ପ୍ରତି ରହିଛି ସମସ୍ତଙ୍କର କିଛି ନା କିଛି ଅବଦାନ । ବତ୍ତର୍ତ୍ତମାନ ଗଙ୍ଗାଧର ନାହାନ୍ତି ସତ କିନ୍ତୁ ଏବେ ମଧ୍ୟ କବିଙ୍କ ବ୍ୟବହୃତ ଲୁଗାବୁଣା ମଙ୍ଗା, କଠଉ, ଧୋତି, କୁର୍ତ୍ତା, କୋର୍ଟ, ଲେଖନି ଦୁଆତ ଏବଂ ବିଭିନ୍ନ କବିଙ୍କ ଚିଠିପତ୍ର ସହ କବିଙ୍କ ଲିଖିତ କବିତା ଗୁଡିକ ସଂଗ୍ରହିତ କରି ରଖିଛନ୍ତି ପରିବାର ବର୍ଗ ବରପାଲି ସ୍ଥିତ ଗଙ୍ଗାଧର ସ୍ମୃତି ଭବନ ଠାରେ ।

kabi gangadhar୧୯୬୯ ମସିହାରୁ କବିଙ୍କ ଜନ୍ମସ୍ଥାନ ବରପାଲି ସ୍ଥିତ ବାସଭବନକୁ ଓଡ଼ିଶା ସରକାର ନିଜ ଅଧିନରେ ନେଇ ଏକ ସଂଗ୍ରହାଳୟ ରେ ପରିଣତ କରିଥିବାବେଳେ ତାର ରକ୍ଷଣା ବେକ୍ଷଣ ଦାୟିତ୍ୱ ମଧ୍ୟ ତୁଳାଉଛନ୍ତି । ସେଠାକୁ ପ୍ରତିଦିନ ବହୁ ସାହିତ୍ୟିକ, ପର୍ଯ୍ୟଟକ ଓ ଗବେଷକ ମାନେ ଆସି ସ୍ୱଭାବ କବିଙ୍କ ଜୀବନଧାରଣା ଉପରେ ଜାଣିପାରୁ ଥିବା ବେଳେ ସ୍ୱଭାବ କବିଙ୍କ କବିତା ପାଠ କରିବାର ସୌଭାଗ୍ୟ ଲାଭ କରୁଛନ୍ତି । ସେହିପରି ବରପାଲି – ବଲାଙ୍ଗିର ରାସ୍ତାରେ ରହିଛି କବିଙ୍କ ସମାଧି ପୀଠ ଏବଂ ରାସ୍ତାକଡରେ ଦଣ୍ଡାୟମାନ ହୋଇ ରହିଛି ସ୍ୱଭାବ କବିଙ୍କ ବିରାଟ ବ୍ରୋଞ୍ଜ ପ୍ରତିମୂର୍ତ୍ତି। ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣୀମା କବିଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ପୀଠ ଗୁଡିକ ଉତ୍ସବ ମୁଖରିତ ହୋଇ ଉଠିଥାଏ । ତେବେ ଚଳିତ ବର୍ଷ ମଧ୍ୟ ଗଙ୍ଗାଧର ଙ୍କ ୧୫୮ତମ ଜନ୍ମଦିବସ ପାଇଁ ବରଗଡ ଜିଲ୍ଲା ବରପାଲି ଉତ୍ସବ ମୁଖରିତ ହୋଇ ଉଠିଥିବାବେଳେ ଏହାକୁ ନେଇ ପରିବାର ଲୋକଙ୍କ ସହ କବି ସାହିତ୍ୟିକ ଓ ବରପାଲି ବାସୀ ବେଶ ଉତ୍ସାହିତ ଅଛନ୍ତି । ସେଥିପାଇଁ ତ ବହୁ ସାହିତ୍ୟିକ, ଗବେଷକ ଓ କବିଙ୍କ ସୁଅ ଛୁଟିଛି ବରପାଲି ସ୍ଥିତ କବି ଭବନକୁ ।

ତେବେ ଏମିତି ଜଣେ ବିଚକ୍ଷଣ ପ୍ରତିଭାବାନ୍ କବିଙ୍କୁ ଜନ୍ମଦେଇ ବରପାଲି ମାଟି ଗର୍ବିତ ଥିବାବେଳେ ସ୍ୱଭାବ କବିଙ୍କ ୧୫୮ ତମ ଜନ୍ମଦିନରେ ତାଙ୍କୁ ଶତଶତ ପ୍ରଣାମ ଜଣାଇଛନ୍ତି ।