ଭୁବନେଶ୍ୱରରେ ପାଳିତ ହେଉଛି ୭୩ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ପାଳିତ ହେଉଛି ୭୩ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ଏଥିପାଇଁ ପ୍ରଦର୍ଶନୀ ପଡ଼ିଆରେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ଟି ଟ୍ରୁଫ୍‌ ଟେରିଟୋରିଆଲ ଆର୍ମି, ତେଲେଙ୍ଗାନା ପୋଲିସ, ସେଣ୍ଟ୍ରାଲ ଆର୍ମ ସ୍ପେଶାଲ ଫୋର୍ସ ଏବଂ ଓଡିଶା ସ୍ପେଶାଲ ଆର୍ମ ଫୋର୍ସ ମୁଖ୍ୟମନ୍ତ୍ରୀଙ୍କୁ ରାଷ୍ଟ୍ରୀୟ ସାଲ୍ୟୁଟ ପ୍ରଦାନ କରିବେ। ଏହାସହ ସ୍କୁଲ, କଲେଜ, ଏନସିସି ଷ୍ଟୁଡେଣ୍ଟ ଭଳି ୩୧ଟି ଟିମ୍‌ ଛିଡା ହୋଇ ଦେବେ ରାଷ୍ଟ୍ରୀୟ ସାଲ୍ୟୁଟ୍‌। କିନ୍ତୁ ଚଳିତବର୍ଷ ପରେଡ ହେବନାହିଁ। ରାଜ୍ୟସ୍ତରୀୟ ଉତ୍ସବରେ ପ୍ରାୟ ୧୦ ହଜାର ଲୋକ ବସିବାର ସୁବିଧା କରାଯାଇଛି। ସରକ୍ଷା ଦାୟିତ୍ୱରେ ମୁତୟନ ହେବେ ୨୦ ପ୍ଲାଟୁନ୍‌ ଫୋର୍ସ। ବିଭିନ୍ନ ସ୍ଥାନରେ ସାଦା ପୋଷାକଧାରୀ ପୋଲିସ ନଜର ରଖିବେ ।