କଣ ଆପଣ ଦେଖିଛନ୍ତି ଟୋୟୋଟାର ଏପରି ଉଡନ୍ତା କାର୍ ? ଖୁବ୍ ଶୀଘ୍ର ଆସିପାରେ ମାର୍କେଟକୁ

ଆସୁଛି ଉଡନ୍ତା କାର୍ । କାର୍ ଦୁନିଆରେ କ୍ରାନ୍ତି ଆଣୁଛି ଟୋୟୋଟା । ବିଶ୍ବର ସମସ୍ତ ଗାଡି ନିର୍ମାତା ଇଲେକଟ୍ରିକ୍ କାର୍ ପ୍ରସ୍ତୁତ କରିବାକୁ ଚାହୁଁଥିବା ବେଳେ ଟୋୟଟା କିନ୍ତୁ ନେଇଛି ନୂଆ ପଦକ୍ଷେପ । ସମସ୍ତଙ୍କଠୁ ଦୁଇ ପାଦ ଆଗକୁ ଯାଇ ଏହି ଜାପାନୀ କମ୍ପାନୀ ପସ୍ତୁତ କରୁଛି ଫ୍ଲାଇଙ୍ଗ୍ କାର୍ ।

ଏକଥା ନିଶ୍ଚିତ ଯେ ମୋବିଲିଟି ଦୁନିଆରେ ଏହା ଏକ ନିଆରା ପଦକ୍ଷେପ । ଟୋୟୋଟାର ଏହି ଫ୍ଲାଇଙ୍ଗ୍ କାର୍ ଦେଖିବାକୁ ଏକ ବଡ଼ ଡ୍ରୋନ୍ ଭଳି । ଟୋୟୋଟା ପୂର୍ବରୁ ଅନେକ କାର୍ କମ୍ପାନୀ ଏଭଳି ପ୍ରୋଜେକ୍ଟ ଆଣି ସାରିଛନ୍ତି । ତେବେ ଏହି କାରରେ ୱିଙ୍ଗସ ପରିବର୍ତ୍ତେ ରାଉଟରର ପ୍ରୟୋଗ କରାଯିବ । ଯାହା ଏହି କାରକୁ ଭୁଇଁରୁ ଉପରକୁ ଉଠିବାରେ ସାହାଯ୍ୟ କରିବ । ଏହାର ଆଉ ଏକ ବିଶେଷତ୍ବ ହେଉଛି ଯେମିତି ହିଁ ଭୁଇରେ ଅବତରଣ କରିବ ଏଥିରେ ଥିବା ରାଉଟର୍ ଚକରେ ବଦଳିଯିବ ।

toyataଏହି କାରକୁ ସାଧାରଣ କାର୍ ପରି ରାସ୍ତାରେ ମଧ୍ୟ ଚଳାଇପାରିବେ । କାରଣ ଏଥିରେ ଅତ୍ୟାଧୂନିକ ଟେକନିକ୍ ବ୍ୟବହାର କରିଛି କମ୍ପାନୀ । ଯେତେବେଳେ ଏହି ଗାଡି ପବନରେ ଉଡିବ ସେତେବେଳେ ଏକ ସେଣ୍ଟ୍ରାଲ୍ ପିୱଟରେ ଅପରେଟ୍ ହୋଇଯିବ । ଏହି ସମୟରେ ଗାଡିରେ ଲାଗିଥିବା ଚକ ରାଉଟର ପରି କାମ କରିବ । ଯେମିତି ଗାଡି ଭୁଇଁରେ ଓହ୍ଲାଇବ ରାଉଟର ପୁଣି ଚକ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.