ଜାଣନ୍ତୁ କାହିଁକି ଘର ତିଆରି କରିବା ପୂର୍ବରୁ କରାଯାଇଥାଏ ଭୂମି ପୂଜା

ହିନ୍ଦୁ ଧର୍ମରେ ଘର ତିଆରି କରିବା ପୂର୍ବରୁ ଭୂମି ପୂଜା କରିବାର ପରମ୍ପରା ରହିଛି। ଉଜ୍ଜେଇନର ଜ୍ୟୋତିଷ ଆଚାର୍ଯ୍ୟ ପି.ଟି ପ୍ରଫୁଲ୍ଲ ଭଟ୍ଟଙ୍କ କହିବା ଅନୁଯାୟୀ, ନୂଆ ଘର ତିଆରି କରିବା ସମୟରେ ଘରର ମୂଳଦୂଆରେ କିଛି ଜିନିଷ ପକାଯାଇଥାଏ। ଏହା ମଧ୍ୟରେ ନାଗ-ନାଗୁଣୀଙ୍କ ଯୋଡି ପ୍ରମୁଖ। ମାନ୍ୟତା ରହିଛି ଏପରି କରିବା ଦ୍ବାରା ଭୂମି ଦୋଷ ଦୂର ହୋଇଯାଇଥାଏ। ଏହି ପରମ୍ପରା ପଛରେ ଧାର୍ମିକ ମାନ୍ୟତା ସହିତ ମନୋବୈଜ୍ଞାନିକ ରହସ୍ୟ ମଧ୍ୟ ରହିଛି।

ଜାଣନ୍ତୁ କଣ ରହିଥାଏ ଧାର୍ମିକ ପକ୍ଷ ଏବଂ ମନୋବୈଜ୍ଞାନିକ ପକ୍ଷ:

bhumiଧାର୍ମିକ ପକ୍ଷ

-ପୌରାଣିକ ଗ୍ରନ୍ଥ ଅନୁଯାୟୀ ଶେଷନାଗଙ୍କ ଫଣା ଉପରେ ପୃଥିବୀ ଟେକି ହୋଇରହିଥିବାର ଉଲ୍ଲେଖ ରହିଛି। ହଜାର ଫଣା ଥିବା ଶେଷନାଗ ସମସ୍ତ ନାଗଙ୍କର ରାଜା ଅଟନ୍ତି।

-ଶ୍ରୀମଦଭଗବତ ର ୧୦ମ ଅଧ୍ୟାୟର ୨୯ତମ ଶ୍ଲୋକରେ ଭଗବାନ କୃଷ୍ଣ କହିଛନ୍ତି- ମୁଁ ନାଗ ମାନଙ୍କ ମଧ୍ୟରେ ଶେଷନାଗ।

-ଘର ତିଆରି କରିବା ସମୟରେ ରୂପାର ନାଗ-ନାଗୁଣୀଙ୍କ ଯୋଡ଼ି ପକାଯାଇଥାଏ। ଏପରି କରିବା ଦ୍ବାରା ଘରେ ଭଗବାନ ବାସ କରିଥାନ୍ତି ଏବଂ ଘରେ କୌଣସି ପ୍ରକାର ଖରାପ ଶକ୍ତି ପ୍ରବେଶ କରି ନଥାଏ।

Bhoomi-Poojaମନୋବୈଜ୍ଞାନିକ ପକ୍ଷ

-ଭୂମି ପୂଜା ମନୋବୈଜ୍ଞାନିକ ବିଶ୍ବାସ ଉପରେ ଆଧାରିତ ହୋଇଥାଏ। ଯେପରି ଶେଷନାଗ ତାଙ୍କ ଫଣାରେ ପୃଥିବୀକୁ ଟେକି ଧରିଛନ୍ତି, ଠିକ ସେହିପରି ଘରର ମଧ୍ୟ ମୂଳଦୁଆରେ ଦିଆଯାଇଥବା ରୂପାର ନାଗଙ୍କ ଫଣାରେ ଘର ପୁରା ମଜବୁତ୍ ରେ ସ୍ଥାପିତ ହୋଇଥାଏ।

-ଶେଷନାଗ କ୍ଷୀର ସାଗରରେ ରହିଥାନ୍ତି। ଏହି କାରଣରୁ ପୂଜା କଳସରେ କ୍ଷୀର, ଘିଅ ଢାଳି ମନ୍ତ୍ରରେ ଆହ୍ବାନ କରି ଶେଷନାଗଙ୍କୁ ଆବାହନ କରାଯାଇଥାଏ, କାରଣ ସେ ଘରର ରକ୍ଷା କରନ୍ତି।

-ଏହି ପରମ୍ପରା ପଛରେ କୌଣସି ବୈଜ୍ଞାନିକ ପକ୍ଷ ନାହିଁ ବରଂ ଏହା ପଛରେ ମନୋବୈଜ୍ଞାନିକ ରହସ୍ୟ ଲୁଚି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.