ଅଜଗର ସାପ ସହ ଖେଳୁଛି ୨ବର୍ଷର ପିଲା, ଭିଡ଼ିଓ ଦେଖି ଆପଣଙ୍କର ହୋସ୍ ଉଡ଼ିଯିବ

ଯଦି ଆପଣ ୨ବର୍ଷର ଏହି ଛୋଟ ପିଲାକୁ ଏକ ବିଶାଳକାୟ ସାପ ସହ ଖେଳିବାର ଭିଡ଼ିଓକୁ ଦେଖିବେ ତେବେ ବିଶ୍ୱାସ କରିପାରିବେ ନାହିଁ । ଭାବୁଥିବ ଯେ ଏହା ଅସଲ ସାପ ନୁହେଁ କୌଣସି ରବର ତିଆରି ସାପ ହୋଇଥିବ । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲା ପରେ ଲାଗିବ ଏହାକୁ ଏଡ଼ିଟ୍‌ କରାଯାଇଛି ।

ଭିଡିଓରେ ଦେଖାଯାଉଛି ଯେ ପିଲାଟି ଏକ ବିଶାଳ ସାପକୁ ହାତରେ ଧରି ଖେଳୁଛି । କିନ୍ତୁ ଏହା ଜମାରୁ ମିଛ ନୁହେଁ । ଏହି ଛୋଟ ପିଲା ବେଞ୍ଜୋ କୁମ୍ଭୀର ସହ ଲଢ଼ିବାର ଅଭିଜ୍ଞତା ଥିବା ବ୍ୟକ୍ତି ମେଟ୍‌ ରାଇଟ୍‌ଙ୍କ ପୁଅ , ଯିଏ ଗତ ୨୦ ବର୍ଷରୁ ପୁରା ଉତ୍ତରୀ ଅଷ୍ଟ୍ରେଲିଆରେ ବିଶାଳ କୁମ୍ଭୀରକୁ ଧରୁଛନ୍ତି ଏବଂ ସ୍ଥାନାନ୍ତିରତ କରୁଛନ୍ତି ।

 

ନିକଟରେ ରାଇଟ୍‌ ନିଜର ପୁଅଙ୍କୁ ନିଜ କଳାର ଦକ୍ଷତା ଶିଖାଇବାକୁ ନିଷ୍ପତ୍ତି ନେଇଛନ୍ତି , ଯେଉଁଥିପାଇଁ ସେ ଏହି ଦୁଇ ମିଟର ଲମ୍ୱର ଅଜଗରକୁ ବ୍ୟବହାର କରିଥିଲେ। ଆଶ୍ଚର୍ଯ୍ୟକର କଥା ଯେ, ଏହି ଭିଡ଼ିଓ ଦେଖି ଯେକେହି ଚକିତ, କାରଣ ରାଇଟ୍‌ ଏହି ଭିଡ଼ିଓ ଇନଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି କି ଯେ ଲନ୍‌ରେ ବିଶାଳ ସାପକୁ ପିଲାଟି ପାଖକୁ ଅଣାଗଲା , ସେ ଜମାରୁ ଡ଼ରିନଥିଲା। ସେ ବିନା ଡ଼ରରେ ଆତ୍ମବିଶ୍ୱାସର ସହ ସାପର ଲଞ୍ଜକୁ ଧରି ଟାଣୁଥିଲା।

ମେଟ୍‌ ତାଙ୍କ ପୁଅ ବାଞ୍ଜୋଙ୍କୁ ନିର୍ଭୟରେ ଏବଂ ସାପର ନିୟନ୍ତ୍ରଣରେ ରହିବାକୁ ଶିଖାଉଥିଲେ। ସେମାନଙ୍କୁ ଦେଖିବା ପରେ ଲାଗୁଛି ସାପମାନଙ୍କ ସହିତ ବଞ୍ଚିବା ସହଜ । ଭିଡିଓ ଶେଷରେ ଆପଣ ଦେଖିପାରୁଥିବେ ଯେ ବିଶାଳ ସାପଟି କୌଣସି ଗତିବିଧି ନକରି ମେଟ୍‌ଙ୍କ ଗୋଡ ପାଖରେ ପଡ଼ି ରହିଥିଲା। ଏହି ସମୟରେ ସେ ନିଜ ପୁଅକୁ ଦୂରେଇ ରଖିଥିଲେ।

ମେଟ୍‌ ଶନିବାର ଇନଷ୍ଟାଗ୍ରାମରେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି ଏବଂ ଦର୍ଶାଇଛନ୍ତି ଯେ ତାଙ୍କ ପୁଅ ବାଞ୍ଜୋ ପ୍ରାୟ ଦୁଇ ମିଟର ଲମ୍ବର ଏକ ସାପକୁ ନିୟନ୍ତ୍ରଣ କରିପାରିଛି । ଏହି ସମୟରେ, ମେଟ୍‌ ରାଇଟ୍ ତାଙ୍କୁ ଅନେକ କୌଶଳ ମଧ୍ୟ ଶିଖାଇଥିଲେ । ଉକ୍ତ ଭିଡ଼ିଓକୁ ଇନଷ୍ଟାଗ୍ରାମ୍‌ରେ ଏବେସୁଦ୍ଧା ୩ ଲକ୍ଷରୁ ଅଧିକ ଥର ଦେଖା ସରିଛି। ଏହାକୁ ଫେସବୁକ୍‌ ଓ ଟ୍ୱିଟରରେ ମଧ୍ୟ ସେୟାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.