ଭାଗ୍ୟ ଚମକାଇବ ଆଇନା, ଜାଣନ୍ତୁ କେଉଁ ଆକାରର ଦର୍ପଣ ଘରେ ରଖିବା ହୋଇଥାଏ ଶୁଭ

ସମସ୍ତେ ନିଜ ଘରେ ଆଇନା ବା ଦର୍ପଣ ରଖିଥାନ୍ତି। କିନ୍ତୁ ଆଇନା ସହ ବି ବାସ୍ତୁର ସମ୍ପର୍କ ଅଛି ବୋଲି ବୋଧେ ଖୁବ କମ୍ ଲୋକ ଜାଣନ୍ତି। ଘରେ ଠିକ ଦିଗରେ ଆଇନା ରଖିଲେ ଶୁଭ ଫଳ ପ୍ରାପ୍ତି ହୁଏ। ଏହା ଦ୍ୱାରା ଭାଗ୍ୟ ବି ବଦଳି ଯାଏ। ଠିକ ଦିଗରେ ଆଇନା ଲଗାଇଲେ ଘରର ବାସ୍ତୁ ଦୋଷ କମେ।

ଘରେ ସାଧାରଣତଃ ଆୟତାକାର ଓ ବର୍ଗାକାର ଦର୍ପଣ ଲଗାଯାଏ। ଏହା ବାସ୍ତୁ ଅନୁସାରେ ଠିକ। କିନ୍ତୁ ଘରେ କେବେ ବି ଗୋଲ ଦର୍ପଣ ଲଗାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଆପଣ ଚାହିଁଲେ ଅଷ୍ଟକୋଣୀୟ ବା ଆଠଟି କୋଣ ଥିବା ଆଇନା ଲଗାଇପାରିବେ।

ଘରର ଉତ୍ତର-ପୂର୍ବ କୋଣରେ ହିଁ ସବୁବେଳେ ଆଇନା ଲଗାଇବା ଉଚିତ। ଏହି କୋଣରେ ଦର୍ପଣ ଲଗାଇଲେ ଧୀରେ ଧୀରେ ଚିନ୍ତା ଓ ଅବସାଦ ଦୂର ହୋଇଥାଏ। ଏଥିସହ ସୁଖ ସମୃଦ୍ଧି ମଧ୍ୟ ବଢ଼େ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.