Below header

ଯାଜପୁର: ଏରଡା ନିକଟରୁ ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର

ଯାଜପୁର(କେନ୍ୟୁଜ୍):  ନଦୀରେ ବୁଡି ନିଖୋଜ ଥିବା ଯୁବତୀଙ୍କ ମୃତଦେହ ଯାଜପୁର ଜିଲ୍ଲା ବରୀ ବ୍ଲକ ଏରଡା ନିକଟରୁ ଉଦ୍ଧାର। ମୃତ ଯୁବତୀ ହେଲେ ସ୍ଥାନୀୟ କୁଝାଲା ଗ୍ରାମର ସେକ ହବି ବୁଲ୍ଲାଙ୍କ ଝିଅ କିରନ ସୁଲତାନା। ଗତ ୩୦ତାରିଖ ଦିନ ଅପରାହ୍ନ ସମୟରେ ଯାଜପୁର ସଦର ଥାନା ଖରସ୍ରୋତା ନଦୀର ତନ୍ତୀଘାଇ ନିକଟକୁ ନିଜ ସାଇକେଲ ଯୋଗେ ଆସି ଯୁବତୀ ଜଣକ ଡେଇଁ ପଡ଼ିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।

ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଖୋଜାଖୋଜି କରିଥିଲେ ହେଁ ଯୁବତୀଙ୍କ କୌଣସି ସନ୍ଧାନ ପାଇପାରିନଥିଲେ। ତେବେ ଆଜି ଓଡ୍ରାଫ ଟିମ ଖୋଜାଖୋଜି କରିବା ପରେ ସୁଲତାନାଙ୍କ ମୃତଦେହ ଏରଡା ନିକଟରୁ ଉଦ୍ଧାର କରିଥିଲେ। ତେବେ ଯୁବତୀ ଜଣକ ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ଜଣା ପଡିନଥିବା ବେଳେ ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.