Below header

ଅନ୍ୟମନସ୍କ ହୋଇ ରାସ୍ତାରେ ଚାଲୁଥିଲେ ବ୍ୟକ୍ତି, ହଠାତ୍‌ ସାମ୍ନାକୁ ଡେଇଁ ପଡିଲା ବାଘ: ତାପରେ ଦେଖନ୍ତୁ କ’ଣ ଘଟିଲା

ବର୍ତ୍ତମାନ କର୍ବେଟ ନ୍ୟାସନାଲ ପାର୍କ ନିକଟରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବ୍ୟକ୍ତି ମନ୍ଦିର ପରିଦର୍ଶନ କରିବାକୁ ଯାଉଥିବା ବେଳେ ହଠାତ୍ ତାଙ୍କ ସାମ୍ନାରେ ଏକ ବାଘ ଡେଇଁ ପଡିଥିଲା ।

ବାଘ ନାମ ଶୁଣିବା ମାତ୍ରେ ଆମେ ଭୟାଭୀତ ହୋଇଥାଉ । ତେବେ କେଉଁ ସ୍ଥାନରେ ବାଘ ସଂଖ୍ୟା କମୁଛି ତ ଆଉ କେଉଁ ସ୍ଥାନରେ ବଢୁଛି । ସେହିପରି ଉତ୍ତରଖଣ୍ଡରୁ ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଏହି ସ୍ଥାନରେ ବାଘ ସଂଖ୍ୟା କ୍ରମାଜତ ଭାବେ ବଢିବା ପାଇଁ ଲାଗିଛି । ବାଘ ସଂଖ୍ୟା ବୃଦ୍ଧି ହେବା ପର୍ଯ୍ୟଟନ ଦୃଷ୍ଟିକୋଣରୁ ଖୁସିର ବିଷୟ ହୋଇଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ବିପଦର କାରଣ ପାଲଟିଛି । ଜିମ କର୍ବେଟ ନ୍ୟାସନାଲ ପାର୍କରେ ଲୋକଙ୍କ ଉପରେ ବାଘ ଆକ୍ରମଣ ବୃଦ୍ଧି ପାଉଛି । ବର୍ତ୍ତମାନ କର୍ବେଟ ନ୍ୟାସନାଲ ପାର୍କ ନିକଟରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବ୍ୟକ୍ତି ମନ୍ଦିର ପରିଦର୍ଶନ କରିବାକୁ ଯାଉଥିବା ବେଳେ ହଠାତ୍ ତାଙ୍କ ସାମ୍ନାରେ ଏକ ବାଘ ଡେଇଁ ପଡିଥିଲା ।

ଏହି ଭିଡିଓ ଏବେ ଇଣ୍ଟରନେଟରେ ଜୋରସୋର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ମନ୍ଦିର ଆଡକୁ ଦର୍ଶନ କରିବା ପାଇଁ ଯାଉଥିଲେ । ସେହି ବ୍ୟକ୍ତି ଜଣକ ମନ୍ଦିର ପରିଦର୍ଶନ କରିବା ପାଇଁ ଆଗ୍ରହ ସହିତ ଆଗକୁ ବଢୁଥିବା ବେଳେ, ହଠାତ୍ ତାଙ୍କ ଆଗରେ ଏକ ବାଘ ଆସିଯାଇଥିଲା । ଯାହା ପରେ ବ୍ୟକ୍ତି ସେଠାରୁ ଦୌଡି ପଳାଇ ଆସିଥିଲେ । ତେବେ ସେହି ଲୋକର ଭାଗ୍ୟ ଭଲ ଯେ ବାଘଟି ତାଙ୍କ ଉପରେ ଆକ୍ରମଣ କରିନ ଥିଲା । ଏପରି ଭାବେ ସେ ସୁରକ୍ଷିତ ସହ ପଳାଇ ଆସିଥିଲେ ।

ତେବେ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ଜଣକ ଭଗବାନଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରକୁ ଯାଉଥିଲେ । କିନ୍ତୁ ସେ ଭଗବାନଙ୍କ ଦର୍ଶନ ବଦଳରେ ବନରାଜଙ୍କୁ ଦେଖିଥିଲେ । ଏହାସହ ସେହି ବ୍ୟକ୍ତି ଜଣକ ନିଜ ଜୀବନ ବଞ୍ଚାଇ ସେଠାରୁ ଦୌଡି ପଳାଇ ଆସୁଥିବାର ମଧ୍ୟ ଦେଖିବା ପାଇଁ ମିଳିଛି । ଏପରି ଭାବେ ସେ ନିରାପଦରେ ଘରେ ପହଞ୍ଚିବାରେ ସକ୍ଷମ ହୋଇଥିଲା । ଏହି ଘଟଣାର ହେବାର ଗୋଟିଏ ଦିନ ପୂର୍ବରୁ ବାଘ ଜଣେ ମହିଳାଙ୍କୁ ଶିକାର କରିଥିଲା । ସେହିପରି ଭାବେ କର୍ବେଟ ପାର୍କରେ ବାଘ ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ସରକାରଙ୍କ ହିସାବରେ ବାଘ ସଂଖ୍ୟା ପ୍ରାୟ ୩୦୦ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ ସେହି ସ୍ଥାନରେ ମଣିଷ ଏବଂ ଗୋରୁଙ୍କ ଉପରେ ବାଘଙ୍କ ଆକ୍ରମଣ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ବାଘମାନଙ୍କୁ ରଖିବା ପାଇଁ କର୍ବେଟ ନ୍ୟାସନାଲ ପାର୍କ ତିଆରି କରାଯାଇଛି । ସେଠିକାର ଉଦ୍ଧାର କେନ୍ଦ୍ର ବର୍ତ୍ତମାନ ପୂର୍ଣ୍ଣ ହୋଇଯାଇଛି । ଏଠାରେ ପ୍ରାୟ ୧୧ ଟି ବାଘ ଅଛନ୍ତି ଏବଂ ସମାନ ସଂଖ୍ୟାରେ ଚିତାବାଘ ମଧ୍ୟ ରହିଛନ୍ତି । ସେହି ବାଘମାନେ ବିଭିନ୍ନ ଅଞ୍ଚଳରୁ ଧରା ଯାଇଛନ୍ତି ଏବଂ ସେମାନଙ୍କୁ ଏଠାକୁ ଅଣାଯାଇଛି । ବାଘଙ୍କ ଆକ୍ରମଣ ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି । ଯାହା ବର୍ତ୍ତମାନ ଜଙ୍ଗଲ ବିଭାଗର ଚିନ୍ତା ବଢାଇ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.