Below header

ଅଜବ ମନ୍ଦିର, ଏହି ମନ୍ଦିରରେ ଭଗବାନ ରାମଙ୍କ ବିନା ପୂଜା ପାଆନ୍ତି ମା ସୀତା

ଭଗବାନ ରାମଙ୍କ ବିନା ମା ସୀତା ଅସମ୍ପୂର୍ଣ୍ଣ ବୋଲି କୁହାଯାଉ ଥିବା ବେଳେ ସେଥିପାଇଁ ସବୁ ମନ୍ଦିରରେ ଭଗବାନ୍‌ ମା’ଙ୍କ ସହ ରାମ ପୂଜା ପାଆନ୍ତି । କିନ୍ତୁ ମହାରାଷ୍ଟ୍ରରେ ରାମଙ୍କ ବିନା ପୂଜା ପାଆନ୍ତି ମା ସୀତା । ଦେଶରେ ସୀତା ମାଙ୍କ ବହୁ ମନ୍ଦିର ରହିଛି ।

ଭାରତ ହେଉଛି ଧାର୍ମିକ ଦେଶ । ଭାରତକୁ ମନ୍ଦିର ମାଳିନୀ ଦେଶ ବୋଲି କୁହାଯାଏ । ଏହି ଦେଶରେ ରହିଛି ଛୋଟ ବଡ଼ ଅନେକ ମନ୍ଦିର । ପ୍ରତ୍ୟେକ ମନ୍ଦିରରେ ରହିଛି ଅନେକ ବିଶେଷତ୍ୱ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁ ମନ୍ଦିରରେ ରାମଙ୍କ ବିନା ପୂଜା ପାଆନ୍ତି ମା ସୀତା । ମହାରାଷ୍ଟ୍ରର ୟାବତମଲ ଏକ ଜିଲ୍ଲାରେ ରହିଛି ଏହି ମନ୍ଦିର । ଯାହା ସୀତା ମନ୍ଦିର ନାଁରେ ପ୍ରସିଦ୍ଧ । ସ୍ଥାନୀୟ ଅଞ୍ଚଳରେ ପୂର୍ଣ୍ଣ ଭକ୍ତି ସହକାରେ ମା’ଙ୍କର ଆରାଧାନା କରିଥାଆନ୍ତି । ମା’ଙ୍କ ଏହି ମନ୍ଦିରକୁ ମମତାର ନିଦର୍ଶନ ବୋଲି ସ୍ଥାଡ଼ୀୟ ଲୋକେ କୁହନ୍ତି ।

ତେବେ ଏହି ମନ୍ଦିରଟି ବହୁତ ଦିନ ଧରି ବନ୍ଦ ରହିଥିଲା । କିନ୍ତୁ ଏହି ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଉଦ୍ୟମରେ ଖୋଲାଯାଇଛି । ସେଠାରେ ମାଆ ସୀତାଙ୍କ ନୂଆ ମୂର୍ତ୍ତି ସ୍ଥାପନ କରାଯିବା ସହ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଏହି ମନ୍ଦିରରେ ମା ସୀତାଙ୍କ ସହ ପୁତ୍ର ଲବକୁଶଙ୍କ ପ୍ରତିମା ରହିଛି । କିନ୍ତୁ ରାମ ଲକ୍ଷ୍ମଣ ଏହି ମନ୍ଦିରରେ ପୂଜା ପାଉନାହଁନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ମନ୍ଦିରରେ ମା ସୀତାଙ୍କ ବନବାସ ଯିବା ସମୟର ସମସ୍ତ ଘଟଣାକୁ ଦର୍ଶାଯାଇଛି । ଯାହାକୁ ଦେଖିବା ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ କାହିଁ କେତେ ଦୂରରୁ ଧାଇଁ ଆସିଥାଆନ୍ତି । ସ୍ଥାନୀୟ ଲୋକେ ଏହି ମନ୍ଦିରକୁ ସାହସର ପ୍ରତୀକ ମଧ୍ୟ କହିଥାଆନ୍ତି ।

ତେବେ ଭଗବାନ ରାମଙ୍କ ବିନା ମା ସୀତା ଅସମ୍ପୂର୍ଣ୍ଣ ବୋଲି କୁହାଯାଉ ଥିବା ବେଳେ ସେଥିପାଇଁ ସବୁ ମନ୍ଦିରରେ ଭଗବାନ୍‌ ମା’ଙ୍କ ସହ ରାମ ପୂଜା ପାଆନ୍ତି । କିନ୍ତୁ ମହାରାଷ୍ଟ୍ରରେ ରାମଙ୍କ ବିନା ପୂଜା ପାଆନ୍ତି ମା ସୀତା । ଦେଶରେ ସୀତା ମାଙ୍କ ବହୁ ମନ୍ଦିର ରହିଛି । ଅଯୋଧ୍ୟାରେ ମଧ୍ୟ ଏକ ସୀତାମନ୍ଦିର ରହିଛି ଯାହାକୁ ଭବ୍ୟ ରୂପ ଦିଆଯାଉଛି । ସେହିପରି ବାରଣାସୀର ଅସ୍ତିଘାଟରେ ଏକ ସୀତାମନ୍ଦିର ଅଛି । କିନ୍ତୁ ମହାରାଷ୍ଟ୍ରର ଏହି ମନ୍ଦିରରେ ମା ସୀତା ଲବକୁଶଙ୍କ ସହ ପୂଜା ପାଉଛନ୍ତି । କୁହାଯାଏ ମା ସୀତା ଏହିଠାରେ ହିଁ ଧରିତ୍ରୀ ମଧ୍ୟରେ ଲୀନ ହୋଇଯାଇଥିଲେ ।ସେବେଠୁ ଏହି ମନ୍ଦିରରେ ମାଙ୍କୁ ପୂଜା କରାଯାଉଛି ।ଏହି ମନ୍ଦିରରେ ମାଙ୍କ ଆରଧାନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.