ସରୁନି ଟଙ୍କା ଗଣା: ନାକେଦମ ହେଲାଣି ଆୟକର ବିଭାଗ, ୩୦୦ କୋଟି ଟପିଯିବା ଅନୁମାନ

ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ କମ୍ପାନୀ ଓ ଘର ସମେତ ୧୦ଟି ସ୍ଥାନରେ ପଞ୍ଛା ମାରିଛି ଆୟକର ବିଭାଗ । ବଲାଙ୍ଗିର ଏସବିଆଇ ମୁଖ୍ୟାଳୟରେ ଦୁଇ ଦିନ ହେବ ଟଙ୍କା ଗଣତିରେ ମାତ୍ରା ୪୦ଟି ବ୍ୟାଗରୁ ୪୬ କୋଟି ଟଙ୍କା ଗଣତି ସରିଛି ।

ବଲାଙ୍ଗିର (କେନ୍ୟୁଜ): ୪ ଦିନ ଧରି ଜାରି ରହିଛି ଆୟକର ବିଭାଗର ନନଷ୍ଟପ୍ ରେଡ୍ । ବଲାଙ୍ଗିର ପରେ ସୁନ୍ଦରଗଡ଼, ସମ୍ବଲପୁରରେ ବିଭିନ୍ନ ଠିକଣାରେ ହୋଇଛି ଚଢାଉ । ଜବତ ହୋଇଥିବା ଟଙ୍କାର ପରିମାଣ ୩୦୦ କୋଟି ଟପିଯିବା ଅନୁମାନ କରାଯାଉଛି । ତିନି ଦିନ ହେବ ଟଙ୍କା ଗଣତି ସରୁନି । ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କର ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ କମ୍ପାନୀ ଓ ଘର ସମେତ ୧୦ଟି ସ୍ଥାନରେ ପଞ୍ଛା ମାରିଛି ଆୟକର ବିଭାଗ । ବଲାଙ୍ଗିର ଏସବିଆଇ ମୁଖ୍ୟାଳୟରେ ଦୁଇ ଦିନ ହେବ ଟଙ୍କା ଗଣତିରେ ମାତ୍ରା ୪୦ଟି ବ୍ୟାଗରୁ ୪୬ କୋଟି ଟଙ୍କା ଗଣତି ସରିଛି । ଆଉ ୧୩୬ଟି ବ୍ୟାଗ ଟଙ୍କା ଗଣିବା ବାକି ଅଛି । ୫୦ଟି ମେସିନ୍ ଦିନରାତି ଟଙ୍କା ଗଣାରେ ଲାଗିଛି । ଆଗକୁ ଆହୁରି ବଢ଼ିପାରେ ଟଙ୍କା ପରିମାଣ । ଏହାକୁ ଗଣିବାକୁ ଆହୁରୀ ୨ ଦିନ ସମୟ ଲାଗିଯିବ ବୋଲି କହିଛନ୍ତି ବଲାଙ୍ଗିର ଏସବିଆଇ ରିଜିଓନାଲ ଅଫିସର ।

ବଲାଙ୍ଗିର ସୁଦପଡ଼ାର ମଦ ଭାଟି ମ୍ୟାନେଜର ରାଜେଶ ସାହୁଙ୍କ ଘର ଆଲମାରୀରୁ ବିଡ଼ା ବିଡ଼ା ଟଙ୍କା ମିଳିବା ପରେ ଏହାର ଚେର ଖୋଜା ଚାଲିଛି । ସମ୍ବଲପୁର ଧନୁପାଲି ଦେଶୀ ମଦ ଭାଟି ଓ ବଡ଼ବଜାରର ଅଫିସରୁ ମିଳିଥିବା ବିପୁଳ ଟଙ୍କାର ଗଣତି ବି ଜାରି ରହିଛି । ସମ୍ବଲପୁର ଏସବିଆଇରେ ଏପର୍ଯ୍ୟନ୍ତ ୩୬ କୋଟି ଗଣା ସରିଛି । ସେହିପରି ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ପ୍ରସାଦ ଜୟସ୍ବାଲଙ୍କ ଘର, ଅଫିସ ଓ ସର୍ଗିପାଲି ଦେଶୀ ମଦ ଭାଟିରେ ଆୟକର ବିଭାଗ ଛାପା ମାରିଛି । ଏସବୁ ଜାଗାରୁ ଜବତ କୋଟି କୋଟି ଟଙ୍କା କାହାର ? ନଗଦ ଏତେ ଟଙ୍କା ଗଚ୍ଛିତ ରଖିବାର କାରଣ କ’ଣ ? ଖୋଳତାଡ଼ ଜାରି ରହିଛି । ଏପଟେ ଏତେ ପରିମାଣର ଟଙ୍କା ଜବତ ପରେ ବଲାଙ୍ଗିରରେ ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ ପହଞ୍ଚିଛି। ଜବତ ଟଙ୍କାକୁ ନେଇ ବଲାଙ୍ଗିରରେ ହେବ ଖୋଳତାଡ଼ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.