Below header

କାହିଁକି ବିମାନବନ୍ଦରରେ ନିର୍ବନ୍ଧ କଲେ ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିବା ବିନେଶ୍ ଫୋଗଟ୍ 

ବିମାନବନ୍ଦରରେ ନିର୍ବନ୍ଧ କଲେ ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିବା ବିନେଶ୍ ଫୋଗଟ୍ । ନିଜ ଜନ୍ମଦିନ ଅର୍ଥାତ୍ ଗତ ଶନିବାର ଜାକର୍ତ୍ତାରୁ ଭାରତ ଫେରିବା ସମୟରେ ଦିଲ୍ଲୀ ବିମାନବନ୍ଦରରେ ବିନେଶଙ୍କ ହାତରେ ନିର୍ବନ୍ଧ ମୁଦି ପିନ୍ଧାଇଥିଲେ ଦୀର୍ଘ ଦିନର ପ୍ରେମିକ ସୋମବୀର ରାଠୀ । ସୋମବୀର ଜଣେ ପୂର୍ବତନ ଜାତୀୟସ୍ତରର କୁସ୍ତି ଯୋଦ୍ଧା। ବିନେଶ ଓ ସୋମବୀର ପରସ୍ପରକୁ ଗତ ୭ ବର୍ଷ ଧରି ଜାଣିଥିଲେ। ଦୁହେଁ ମଧ୍ୟ ଜୀବନସାଥୀ ହେବାକୁ ନିଷ୍ପତ୍ତି ନେଇସାରିଥିଲେ। ତେବେ ତିନି ଦିନ ପୂର୍ବରୁ ଗୋଲଡେନ୍ ଗର୍ଲ ବିନେଶ୍ ଇନଷ୍ଟାଗ୍ରାମରେ ଉଭୟଙ୍କ ଫଟୋ ସେୟାର୍ କରି ନିଜ ପ୍ରେମକୁ ସ୍ବୀକୃତି ଦେଇଥିଲେ ।

ଶନିବାର ବିନେଶଙ୍କ ୨୪ତମ ଜନ୍ମଦିନ ଥିବାରୁ ସେହିଦିନ ହିଁ ନିର୍ବନ୍ଧ ପାଇଁ ସୋମବୀର ନିଷ୍ପତ୍ତି ନେଇଥିଲେ। କିନ୍ତୁ ବିନେଶଙ୍କ ଫେରିବାରେ ରାତି ହୋଇଯିବାରୁ ସୋମବୀର ସିଧାସଳଖ ବିମାନ ବନ୍ଦର ଯାଇ ସେଠାରେ ମୁଦି ପିନ୍ଧାଇଥିଲେ ।

ମୁଦି ପିନ୍ଧାଇବା ସମୟରେ ବିନେଶଙ୍କ ଦାଦା ମହାବୀର ଫୋଗଟ୍ ଏବଂ ସୋମବୀରଙ୍କ ମା’ ଉପସ୍ଥିତ ଥିଲେ । ବିନେଶ ଏସୀୟ କ୍ରୀଡାରେ ୫୦ କେଜି ଫ୍ରିଷ୍ଟାଇଲ୍ କୁସ୍ତିରେ ସ୍ୱର୍ଣ୍ଣ ଜିତିଥିଲେ। ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି ବିନେଶ୍  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.