ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର : ଗଡ଼ିଲା ଦୁଇ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ମୁଣ୍ଡ

ଶ୍ରୀନଗର (କେନ୍ୟୁଜ୍) : ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର । ଗଡ଼ିଲା ଦୁଇ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ମୁଣ୍ଡ । ଅନନ୍ତନାଗ ଜିଲ୍ଲାରେ ଆଜି ମୁହାଁମୁହିଁ ହୋଇଥିଲେ ଆତଙ୍କବାଦୀ-ସୁରକ୍ଷାକର୍ମୀ । ମୁନିଓ୍ଵାଡ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଅପରେସନ୍ ଆରମ୍ଭ ହୋଇଥିଲା । ଚାରିପଟୁ ଘେରି ଆତଙ୍କବାଦୀଙ୍କୁ ମୁକାବିଲା କରିଥିଲେ ସୁରକ୍ଷାକର୍ମୀ । ହଠାତ୍ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ଟଳି ପ଼ଡ଼ିଥିଲେ ଦୁଇ ଆତଙ୍କୀ । ସେମାନେ ହିଜବୁଲ୍ ମୁଜାହିଦ୍ଦିନର ସଦସ୍ୟ ବୋଲି ଜଣା ପଡ଼ିଛି । ଘଟଣାସ୍ଥଳରୁ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏନକାଉଣ୍ଟର ପରେ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ସୁରକ୍ଷାକର୍ମୀ । ଅପରେସନରେ ଯେମିତି କୌଣସି ବାଧା ସୃଷ୍ଟି ନହେବ ସେଥିପାଇଁ ଅନନ୍ତନାଗ ଜିଲ୍ଲାରେ ଇଣ୍ଟରନେଟ୍ ଓ ମୋବାଇଲ୍ ସେବା ସାମୟିକ ବନ୍ଦ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.