ଫେୟାରେଓ୍ଵଲ ସ୍ପିଚ ଦେଉଥିବା ସମୟରେ ହୋଇଗଲେ ଇମୋସନାଲ, ଭିଡ଼ିଓ ହେଉଛି ଖୁବ ଭାଇରାଲ

କର୍ମ କ୍ଷେତ୍ରରେ ଦୀର୍ଘ ବର୍ଷ ଧରି କାମ କରିବା ପରେ ସେଠାରୁ ଦିନେ ଛାଡ଼ି ଚାଲିଯିବା ଜଣେ କର୍ମଚାରୀ ପାଇଁ ବହୁତ କଷ୍ଟ ହୋଇଥାଏ। ସେଠାରେ ସେ ନିଜ ଅଫିସ ଦାୟିତ୍ୱ କେବଳ ସମ୍ଭାଳିନଥାଏ ବରଂ ତା ଜୀବନର ଅଧିକାଂଶ ସମୟ ସେଠାରେ ବିତାଇଥାଏ। ଏକ ପରିବାରର ସଦସ୍ୟ ଭଳି ସେ ସେଠାରେ ରହି କାମ କରେ। ଆଉ ଯେତେବେଳେ ହଠାତ ତାର କର୍ମମୟ ଜୀବନ ସରିଯାଏ ସେତେବେଳେ ସେ ଅନେକ ସ୍ନେହ ଭଲପାଇବାର ସ୍ମୃତି ନେଇ ଫେରିଥାଏ। ଏମିତି ପରିସ୍ଥିତିରେ ମନରେ ଦୁଃଖ ଆସିବା ସ୍ୱଭାବିକ।

ବିଦାୟ ଜଣାଇବା ସବୁବେଳେ ସମସ୍ତଙ୍କ ପାଇଁ ସହଜ ହୋଇନଥାଏ। କର୍ମମୟ ଜୀବନରେ ଏହା ସବୁଠୁ କଷ୍ଟ ଦିଏ। ଖାସ କରି ଯଦି ଜଣେ ନିଜ ଜୀବନର ବେଶି ସମୟ ସେହି କାର୍ଯ୍ୟକ୍ଷେତ୍ରରେ ବିତାଇଥାଏ। ସେଠାରେ ଶାରୀରିକ , ମାନସିକ ଓ ଭାବନାତ୍ମକ ଭାବେ ସେ ଯୋଡ଼ି ହୋଇରହିଥାଏ। ଏମିତିରେ ଅଫିସ ଦ୍ୱିତୀୟ ଘର ବନିଯାଏ। ଆମର ଏହି ଭିଡ଼ିଓରେ ଦେଖାଯାଉଥିବା ଯୁବତୀ ଜଣକ ଇଣ୍ଡିଗୋ ଫ୍ଲାଇଟର ଜଣେ ଏୟାର ହୋଷ୍ଟେଜ। ଯିଏ କି ନିଜ Farewell ସମୟରେ ବିଦାୟ କାଳୀନ ସ୍ପିଚ ଦେବା ସମୟରେ ଇମୋସନାଲ ହୋଇଯାଉଥିବାର ଦେଖିବାକୁ ମିଳିଛି। ଏମିତିରେ ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି। ଏହି ଯୁବତୀଙ୍କ ନାମ ସୁରଭି ନାୟର ।

 

View this post on Instagram

 

A post shared by AMRITHA SURESSH (@amruthasuresh)

ନିଜ କର୍ମମୟ ଜୀବନର ଶେଷ ଦିନରେ ଫେୟାରେଓ୍ଵଲ ସ୍ପିଚ ଦେଉଥିଲେ ସୁରଭି। ଏହିସମୟରେ ପ୍ଲେନରେ ଉପସ୍ଥିତ ଥିଲେ କିଛି ଯାତ୍ରୀ ଏବଂ ପ୍ଲେନର କ୍ରୁ ମେମ୍ବର୍ସ ସହ ଅନ୍ୟ ସଦସ୍ୟ। ଏହିସମୟରେ ସେ ନିଜ ଇମୋସନକୁ ରୋକିପାରିନଥିଲେ । ଆଉ ସ୍ପିଚ ଦେଉ ଦେଉ କାନ୍ଦି ପକାଇଥିଲେ। ଏହି ସମୟରେ ସେ ପ୍ଲେନରେ ଥିବା ପବ୍ଲିକ ଆଡ୍ରେସ ସିଷ୍ଟମରେ ସ୍ପିଚ ଦେଉଥିବାର ଦେଖିବାକୁ ମିଳିଛି। ସୁରଭି କହୁଥିଲେ ଯେ, ମୁଁ କେବେବି ଭାବି ନଥିଲି , ଏହିଦିନ ବି ଆସିବ। ମୁଁ ଜାଣନି କଣ କହିବି ? ଏହାପରେ ସେ ନିଜ କମ୍ପାନୀ ଓ ସହକର୍ମଚାରୀଙ୍କ ପ୍ରଶଂସା କରିବାକୁ ଯାଇ କହିଥିଲେ ଯେ, ଏ କମ୍ପାନୀ ମୋତେ ସବୁ କିଛି ଦେଇଛି। କାମ କରିବା ପାଇଁ ଏହା ସବୁଠୁ ଭଲ ସଂଗଠନ। କମ୍ପାନୀ ସବୁ କର୍ମଚାରୀଙ୍କ ସମସ୍ୟାକୁ ବୁଝିଥାଏ। ଖାସ କରି ଝିଅମାନଙ୍କ ସମସ୍ୟା। କମ୍ପାନୀ ଆମକୁ ବହୁତ ଭଲ ପାଏ। ମୁଁ ଯିବାନ ନ ଚାହିଁଲେ ମୋତେ ଯିବାକୁ ପଡ଼ିବ ।

ଶେଷରେ ସେ ପ୍ଲେନରେ ଥିବା ଯାତ୍ରୀ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ କହିଛନ୍ତି , ଆପଣ ସମସ୍ତଙ୍କୁ ଧନ୍ୟବାଦ। ଆମ ସହ ଉଡାଣ ଭରିବା ପାଇଁ ପ୍ରତ୍ୟେକ ଲୋକଙ୍କୁ ଧନ୍ୟବାଦ। ଆପଣଙ୍କ ପାଇଁ ଆମକୁ ଆମ ଦରମା ଠିକ ସମୟରେ କେବେ କେବେ ସମୟ ପୂର୍ବରୁ ମଧ୍ୟ ମିଳିଯାଏ। ବିଲକୁଲ ଫ୍ଲାଇଟ୍ସ ଭଳି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.