ଆଶ୍ଚର୍ଯ୍ଯ ! ତରକାରୀରେ ଅଧିକ ତେଲ ଦେଖି ବ୍ଯକ୍ତି ଜଣକ ଆପଣାଇଲେ ଏହି ଉପାୟ, ଭାଇରଲ ହେଉଛି ଭିଡିଓ

ଭାରତରେ ଅନେକ ଲୋକ ତେଲମସଲାଯୁକ୍ତ ଖାଦ୍ଯ ଖାଇବା ପାଇଁ ବେଶ୍ ପସନ୍ଦ କରନ୍ତି। କିନ୍ତୁ ଆଜିକାଲି ଅନେକ ଲୋକ ବିଭିନ୍ନ ପ୍ରକାର ରୋଗ ଏବଂ ଶାରୀରିକ ସମସ୍ଯା ଯୋଗୁଁ ତେଲ ମସଲାଯୁକ୍ତ ଖାଦ୍ଯ ଖାଇବାକୁ ଭଲ ପାଉନାହାନ୍ତି। ଖାଇବାରେ ଅଧିକ ତେଲ ଦେଖିଲେ ବିରକ୍ତି ଭାବ ପ୍ରକାଶ କରୁଛନ୍ତି। ତେଣୁ ଏବେ ଲୋକେ ହୋଟେଲ କିମ୍ବା ରେଷ୍ଣୁରାଣ୍ଟ ଯେଉଁଠିକି ଯାଆନ୍ତୁ ନା କାହିଁକି କମ୍ କ୍ଯାଲୋରୀଯୁକ୍ତ ଖାଦ୍ଯ ସହିତ କମ୍ ତେଲଯୁକ୍ତ ଖାଦ୍ଯ ଖାଇବାକୁ ପସନ୍ଦ କରୁଛନ୍ତି।

ଯଦି ଆପଣଙ୍କ ତରକାରୀରେ ଅଧିକ ତେଲ ହୋଇଯାଇଛି, ତେବେ କେମିତି ଏହାକୁ କମ୍ କରିବେ ଆପଣ ଏହି ଭିଡିଓ ଦେଖିଲେ ନିଶ୍ଚିତ ବୁଝିପାରିବେ। ‘Time For Knowledge’ ନାମକ ଏକ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ କିପରି ଆଇସ ବା ବରଫକୁ ବ୍ଯବହାର କରି କିପରି ଅଧିକ ତେଲକୁ ତରକାରୀରୁ ଅଲଗା କରାଯାଉଛି, ତାହା ଦେଖିବାକୁ ମିଳିଛି। କିଭଳି ବ୍ଯକ୍ତି ଜଣକ ବରଫକୁ ବ୍ଯବହାର କରି ତରକାରୀରୁ ଅଧିକ ତେଲକୁ କାଢୁଛନ୍ତି, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ଯ ହୋଇଛନ୍ତି।

ଏହି ଭିଡିଓକୁ ଅଢେଇ ଲକ୍ଷରୁ ଅଧିକ ଭ୍ଯୁ ମିଳିସାରିଲାଣି। ଯାହାକୁ ଦେଖି ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ ମିଳୁଛି।

Leave A Reply

Your email address will not be published.