ବୁଦ୍ଧିମାନ କୁକୁର : ମାଲିକଙ୍କୁ ଟିଫିନ ଦେବା ପାଇଁ ସବୁଦିନ ୨ କିଲୋମିଟର କରେ ଯାତ୍ରା

କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଏ । ତେଣୁ କୁକୁର ଓ ମଣିଷର ସମ୍ପର୍କ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ସେମାନେ ନିଜ ମାଲିକଙ୍କ ପାଇଁ କିଛି କରିବାକୁ ପ୍ରସ୍ତୁତଥାନ୍ତି। ସେହିପରି ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲୋକମାନେ ନିଜ ମାଲିକଙ୍କ ପାଇଁ କୁକୁରର ପ୍ରେମ ଦେଖିବା ପରେ ଅତ୍ୟଧିକ ଭାବପ୍ରବଣ ହୋଇଯାଉଛନ୍ତି । ବ୍ୟସ୍ତବହୁଳ ଜୀବନରେ ଚାଲିବାକୁ କଷ୍ଟ ହୁଏ ବୋଲି ମଣିଷ କାର୍ ଓ ବାଇକ ବ୍ୟବହାର କରୁଥିବା ସମୟରେ ଏ କୁକୁର ନିଜ ମାଲିକଙ୍କ ପାଇଁ ୨ କିଲୋମିଟର ଚାଲି ଚାଲି ଟିଫିନ ଦେବାକୁ ଯାଉ ଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।

ଭାଇରାଲ ଭିଡିଓରେ ଆପଣ ଗୋଟିଏ କୁକୁରକୁ ରାସ୍ତାରେ ପାଟିରେ ମଧ୍ୟାହ୍ନ ଭୋଜନ ବାକ୍ସ ନେଇ ଯାଉଥିବାର ଦେଖୁଥିବେ । ସେ ରାସ୍ତା ମଝିରେ କିଛି ସମୟ ପାଇଁ ଅଟକି ଗଲା ,ଏବଂ ଉଭୟ ପାର୍ଶ୍ୱକୁ ଚାହିଁଲା ତା’ପରେ ସେଠାରୁ ଏକ ଟ୍ରକ୍ ଗଲା । ଟ୍ରକଟି ଚାଲିଯିବା ପରେ କୁକୁରଟି ରାସ୍ତା ପରି ହୋଇ ଚାଲିବା ଆରମ୍ଭ କଲା । ତେବେ ଏହି ଜର୍ମାନ ସେଫର୍ଡ କୁକୁରଟିର ନାମ ସିରୋ ବୋଲି ଭିଡିଓରୁ ଜଣା ପଡ଼ିଛି । ସେ ପ୍ରତ୍ୟେକ ଦିନ ୨ କିଲୋମିଟର ଦୂର ନିଜ ମାଲିକଙ୍କ ଅଫିସକୁ ଚାଲି ଚାଲି ଖାଦ୍ୟ ଦେବାକୁ ଯାଇଥାଏ । ଭିଡିଓଟି ଦେଖିଲେ ଏହା କେଉଁ ଏକ ପାହାଡିଆ ଅଞ୍ଚଳର ବୋଲି ଜଣା ପଡ଼ୁଛି । ତେବେ କୁକୁରଟି ଏତେ ବୁଦ୍ଧିମାନ ଯେ ସେ ରାସ୍ତାରେ ଚାଲୁଥାଏ ଏବଂ ଏକ ବଡ ବଡ଼ ଗାଡି ଆସୁଥିବାର ଦେଖିଲେ ସେତେବେଳେ ସେ ରାସ୍ତା କଡ଼କୁ ଓହ୍ଲାଇ ଆସି ଗାଡି ଯାଇସାରିଯିବା ପରେ ସେ ରାସ୍ତାରେ ଯାଇଥାଏ ।

ଲୋକମାନେ ଶେରୁର ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ଏହି ଭିଡିଓକୁ ୨ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବାବେଳେ ଏହାକୁ ନେଇ ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରିଛନ୍ତି । କିଛି ଲୋକ ଏହି ଭିଡିଓକୁ କ୍ୟୁଟ କହିଥିବା ବେଳେ “ଏଭଳି ନିରୀହ ପଶୁକୁ ରାସ୍ତାରେ ଏକା ଛାଡ଼ିବା ସୁରକ୍ଷିତ ନୁହେଁ କମେଣ୍ଟରେ କହିଛନ୍ତି ଜଣେ ମହିଳା । ଆଉ ଜଣେ କମେଣ୍ଟରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହା ପଶୁ ମାନଙ୍କ ଉପରେ ଅତ୍ୟାଚାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.