ବାପା ଭିଡିଓ କରୁଥିବା ବେଳେ ବିରକ୍ତି ହେଲା ପୁଅ ,କହିଲା: ଖାଇବା, ପିଇବା, ଶୋଇବାଠୁ ଗାଧୋଇବା ଯାଏଁ , ସବୁବେଳେ ଖାଲି ଭିଡ଼ିଓ ଭିଡ଼ିଓ . . .

ଆଜିକାଲି ସମସ୍ତଙ୍କର ଲକ୍ଷ୍ୟ ହେଉଛି ସୋସିଆଲ ମିଡିଆରେ ସେମାନଙ୍କ ଜୀବନଶୈଳୀକୁ ନେଇ ନୂଆ ଜିନିଷ ଅପଡେଟ୍ କରିବା। ଯାହା ଏବେ ଟ୍ରେଂଡିଙ୍ଗ ଭାବରେ କାମ କରୁଛି । ଏପରିକି ଏବେ କୁନି ପିଲାଙ୍କ ଆକାଉଣ୍ଟ ବି ସୋସିଆଲ୍ ମିଡିଆରେ ବେସ୍ ସକ୍ରିୟ । ତେବେ ପିଲାଙ୍କ ଆକାଉଣ୍ଟ ଖୋଲି ସେ ସବୁକୁ ଚଳାଉଛନ୍ତି ସେମାନଙ୍କ ବାପାମାଆ ।ଏହାର ସ୍ପଷ୍ଟ ଅର୍ଥ ହେଉଛି ପିତାମାତାମାନେ ସବୁବେଳେ କ୍ୟାମେରା ଧରି ପିଲାମାନଙ୍କ ପଛରେ ଧରି ବୁଲିଥାନ୍ତି । ତେବେ ସବୁବେଳେ କ୍ୟାମେରା ଘେରରେ ରହିବାକୁ ନେଇ ଜଣେ କୁନି ପିଲା ଅସନ୍ତୋଷ ପ୍ରକାଶ କରିଛି, ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

 

View this post on Instagram

 

A post shared by Molik Jain (@molikjainhere)

ମେଲିକ୍ ଜୈନ ନାମକ ଜଣେ ବାଳକଙ୍କର ଇନଷ୍ଟାଗ୍ରାମରେ ୧୫,୦୦୦ ଫଲୋର୍ସ ଅଛନ୍ତି ଏବଂ ଯେତେବେଳେ ତାଙ୍କ ପିତା ରେକର୍ଡ କରିବାକୁ କହିଥିଲେ । ସେ ପ୍ରତ୍ୟେକ ଶିଶୁର ସମସ୍ୟା ବିଷୟରେ ବୁଝାଇଥିଲେ । ନୂଆ ଇନଷ୍ଟାଗ୍ରାମ ରିଲରେ ବାଳକ କାରରେ ବସିଥିବାବେଳେ ଆଖୁ ରସ ପିଉଥିବାର ନଜର ଆସୁଛନ୍ତି । ଭିଡିଓରେ ସେ କହୁଛି, ସବୁ ଜାଗାରେ ଖାଲି ଭିଡିଓ ,ଭିଡିଓ ଓ ଭିଡିଓ। କିଛି କରିବାକୁ ଦେଉ ନାହାନ୍ତି । ଖାଇବା ପିଇବା ଠାରୁ ଆରମ୍ଭ କରି ଶୌଚ ହେବା ପର୍ଯ୍ୟନ୍ତ.. ପିଲାର ସବୁ ଆକ୍ଟିଭିଟିକୁ ଭିଡିଓ କରି ଇନଷ୍ଟାରେ ଅପଲୋଡ କରୁଛନ୍ତି ବାପା ମାଆ । ଯାହାକୁ ନେଇ ପିଲାଟି ବିରକ୍ତି ପ୍ରକାଶ କରିଛି । ତେବେ ଏହି ଇନଷ୍ଟାଗ୍ରାମ୍ ରିଲ୍ ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି ।

କେବଳ ଏତିକି ନୁହେଁ, ଆଜିକାଲି ପ୍ରତ୍ୟେକ ପିଲାଙ୍କ ସହିତ ଏହା କିପରି ଘଟେ, ପିଲାଟି ମଧ୍ୟ କହିଛି । ମେଲିକ୍ କହିଛନ୍ତି ଏହା ମୋ ସହିତ ହୁଏ ନାହିଁ, ଏହା ପ୍ରତ୍ୟେକ ପିଲାଙ୍କ ସହିତ ଘଟୁଛି | ପ୍ରତ୍ୟେକ ଶିଶୁର ପିତାମାତା ଚାହାଁନ୍ତି ଯେ ତାଙ୍କପିଲା ଆକ୍ଟିଭ ରୁହନ୍ତୁ ।ଏହାର ମାନେ ନୁହେଁ ଯେ ସାରା ଜୀବନ ଏହି କ୍ୟାମେରାରେ ରହିବା ଉଚିତ୍ । ଦିନସାରା, ଭିଡିଓ, ଭିଡିଓ, ଭିଡିଓ! ଏହି ଭିଡିଓଟି ମଧ୍ୟ ପିଲାର ବାପା ସୁଟ୍ କରିଛନ୍ତି । ତେବେ ସୋସିଆଲ୍ ମିଡିଆରେ ଏହି ଭିଡିଓ ବେଶ୍ ଭାଇରାଲ୍ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.