ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି, ଆଜିଠୁ ୧୧ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ

ବ୍ରଜରାଜନଗର (କେନ୍ୟୁଜ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ମେ ୧୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ପରେ ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ଆସନ୍ତା ୩୧ରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ହେବ। ଜୁନ ୩ରେ ଭୋଟ ଗଣତି ଓ ଫଳାଫଳ ବାହାରିବ । ତାରିଖ ଘୋଷଣା ପରେ ବିଭିନ୍ନ ଦଳ ମଧ୍ୟରେ ପ୍ରାର୍ଥୀ ଚୟନକୁ ନେଇ ଆରମ୍ଭ ହୋଇଯାଇଛି କସରତ। ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା ।

ଲଢେଇ ପାଇଁ ବିଜେଡି ପ୍ରସ୍ତୁତ ଥିବାବେଳେ କାହାକୁ ପ୍ରାର୍ଥୀ କରାଯିବ, ସେନେଇ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେବେ । ସେପଟେ ବିଜେପି କହିଛି ଦିନେ ଦୁଇ ଦିନ ଭିତରେ ପ୍ରଭାରୀ ଓ ସହ ପ୍ରଭାରୀ ଓଡ଼ିଶା ଆସିବେ । ପାର୍ଲାମେଣ୍ଟାରୀ ବୋର୍ଡ ନିଷ୍ପତ୍ତି ନେବ । ଅନ୍ୟପଟେ କଂଗ୍ରେସ ମଧ୍ୟ ଉପନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛି। ବ୍ରଜରାଜନଗର ବିଧାୟକ ଥିବା କିଶୋର ମହାନ୍ତିଙ୍କର ଦେହାନ୍ତ ପରେ ଏହି ଆସନଟି ଖାଲି ପଡିଥିଲା। ଗତବର୍ଷ ଡିସେମ୍ବର ୩୧ ତାରିଖରେ କିଶୋର ମହାନ୍ତିଙ୍କ ଦେହାନ୍ତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.