Below header

ଭଗବାନଙ୍କ ପାଖକୁ ଅଭିଯୋଗର ତାଲିକା ନେଇ ଯାଇଥିଲେ ବ୍ୟକ୍ତି, କିନ୍ତୁ ଏମିତି ପ୍ରସାଦ ମିଳିଲା ଯେ ଦଉଡ଼ି କି ପଳେଇଲେ; ଦେଖନ୍ତୁ ଭିଡିଓ

ସମସ୍ତଙ୍କ ଜୀବନରେ କିଛି ନା କିଛି ସମସ୍ୟା ରହିଥାଏ। କେହି ସମସ୍ୟାକୁ ନିଜେ ସମାଧାନ କରିଥାନ୍ତି ତ ଆଉ କେହି ଭଗବାନଙ୍କୁ ସମସ୍ୟା ସମାଧାନ କରିବାକୁ ପ୍ରାର୍ଥନା କରିଥାନ୍ତି। କାରଣ ଲୋକଙ୍କ ବିଶ୍ୱାସ ଥାଏ ଯେ ଭଗବାନ ସବୁ ଅସୁବିଧା ଦୂର କରିପାରିବେ। ଏବେ ସେଭଳି ଏକ ମଜାଦାର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡ଼ିବେ।

ଦେଖନ୍ତୁ ଭିଡିଓ:


ଭିଡିଓରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି କୃଷ୍ଣଙ୍କ ମୂର୍ତ୍ତି ସାମ୍ନାରେ ବସି ନିଜର ସମସ୍ତ ସମସ୍ୟା କହୁଛନ୍ତି। ଏହି ବ୍ୟକ୍ତି ଜଣକ ଗୋଟିଏ କି ଦୁଇଟି ନୁହେଁ, ପୂରା ସବୁ ସମସ୍ୟାକୁ ବଖାଣୁଛନ୍ତି। କିନ୍ତୁ ତାଙ୍କର ଏହି ଅସୁବିଧା ଶୁଣି ଭଗବାନ ଯାହା ଉତ୍ତର ଦେଇଛନ୍ତି, ତାହା ସବୁଠୁ ଅଧିକ ମଜାଳିଆ ଲାଗୁଛି।

ବ୍ୟକ୍ତି ଜଣକ ଭଗବାନଙ୍କୁ କହଛନ୍ତି, ନୋଟ୍‌ବନ୍ଦୀ ଯୋଗୁ ବହୁତ କ୍ଷତି ହୋଇଛି, ଜିଏସ୍‌ଟି ଯୋଗୁ ଟେନ୍ସନ୍‌ରେ ଅଛି, ପେଟ୍ରୋଲ ଦାମ୍‌ ବଢ଼ିଗଲା, ସେୟାର ମାର୍କେଟରେ ଲସ୍‌ ହେଲା, ଇଲେକ୍ଟ୍ରିକ୍‌ ବାଲା ବହୁତ ହଇରାଣ କରୁଛନ୍ତି, ଲକ୍‌ଡାଉନ୍‌ ଚାଲିଛି, ସ୍ତ୍ରୀ ବହୁତ ହଇରାଣ କରୁଛି… ମୁଁ କ’ଣ କରିବି ଭଗବାନ। ଏହା ପରେ ଭଗବାନଙ୍କ ସ୍ୱର ଶୁଭୁଛି ଓ କହୁଛନ୍ତି, ଦେଖ ଭାଇ ତତେ ଯଦି ତଳେ ଭଲ ଲାଗୁନି ତା ହେଲେ ଉପରକୁ ଆସିଯା। କରୋନା ସ୍କିମ୍‌ ଏବେ ବି ଚାଲୁ ଅଛି।

ଏହା ପରେ ବ୍ୟକ୍ତି ଜଣ ଚଟାପଟ ନିଜ ଜାଗାରୁ ଉଠି ପଡ଼ି କହୁଛନ୍ତି, ନା ନା ପ୍ରଭୁ ସବୁ ଠିକ୍‌ ଅଛି। ତା’ ପରେ ସେ ସ୍ଥାନ ଛାଡ଼ି ଚାଲିଯାଉଛନ୍ତି। ଏହି ଭିଡିଓ ଦେଖିବା ପରେ ଲୋକମାନେ ନିଜ ହସ ରୋକିପାରିନାହାନ୍ତି ଓ ଲଗାତାର କମେଣ୍ଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.