Below header

ତରଭୁଜ ଖାଇବା ପରେ ଭୁଲ୍‌ରେ ବି ଫିଙ୍ଗନ୍ତୁ ନାହିଁ ଏହାର ଚୋପା, ଦୂର ହୋଇପାରିବ ଏହି ସବୁ ସମସ୍ୟା

ଖରାଦିନେ ବଜାରରେ ଅଧିକ ସଂଖ୍ୟାରେ ତରଭୁଜ ବିକ୍ରି ହୋଇଥାଏ। ତରଭୁଜରେ ୯୦ ପ୍ରତିଶତ ପାଣିର ମାତ୍ରା ଥିବାରୁ ଏହା ଆପଣଙ୍କୁ ଡିହାଇଡ୍ରେଶନରୁ ବଞ୍ଚାଇଥାଏ। ତେଣୁ ଅଧିକାଂଶ ଲୋକେ ଖରାରେ ବାହାରକୁ ଗଲା ମାତ୍ରେ ତରଭୁଜ ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତରଭୁଜର ଲାଲ୍‌ ଅଂଶ ଭଳି ଏହାର ସବୁଜ ତଥା ବାହାର ଅଂଶ ବି ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ ତରଭୁଜ ଚୋପାର ଫାଇଦା ବିଷୟରେ କହିବୁ।

ଫାଇବରରେ ଭରପୂର: ତରଭୁଜ ଚୋପାରେ ଫାଇବରର ମାତ୍ରା ଅଧିକ ଥାଏ। ଫାଇବରରୁ ବ୍ଲଡ ପ୍ରେସର ଏବଂ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ। ଏହାଛଡ଼ା ଫାଇବରରେ ଭରପୂର ଫଳ ଖାଇଲେ ନିୟମିତ ରୂପେ ମଳତ୍ୟାଗ କରିବାରେ ସହାୟତା ମିଳି ପାରିଥାଏ।

ଓଜନ ହ୍ରାସ: ତରଭୁଜ ଚୋପାରେ ଫାଇବର ଥିବାରୁ ଏହା ଓଜନ ହ୍ରାସ କରିବାରେ ବି ସହାୟକ ହୋଇଥାଏ। ଶରୀରର ଓଜନ କମ୍‌ କରିବା ପାଇଁ ଆପଣ ଏହାକୁ ସାଲାଡ୍‌ ବନାଇ ବି ଖାଇପାରିବେ। ଏଥିରେ କ୍ୟାଲୋରୀ ବହୁତ କମ୍‌ ଥାଏ, ଯଦ୍ଦ୍ଵାରା ଏହା ମେଟାବଲିଜମ୍‌କୁ ବି ବଢ଼ାଇଥାଏ।

ଭଲ ନିଦ ହେବା: ଯଦି ଆପଣଙ୍କୁ ନିଦ ଆସୁନାହିଁ, ତା’ହେଲେ ଆପଣ ତରଭୁଜ ଚୋପା ବ୍ୟବହାର କରିପାରିବେ। ଏଥିରେ ମ୍ୟାଗ୍ନେସିୟମ୍‌ ରହିଥାଏ, ଯାହାକି ନିଦ ଆଣିବାରେ ସହାୟକ ହୋଇଥାଏ।

ତ୍ୱଚାକୁ ଆକର୍ଷଣୀୟ କରେ: ତରଭୁଜ ଚୋପାରେ ଲାଇକୋପିନ୍‌, ଫ୍ଲେଭୋନୋଇଡ୍‌ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଭରପୂର ମାତ୍ରାରେ ରହିଥାଏ। ଏହା କଳା ଦାଗ, ଚର୍ମରେ କୁଞ୍ଚନ, ବୟସ ଚିହ୍ନ ଆଦିକୁ କମ୍‌ କରାଇଥାଏ। ତରଭୁଜ ଚୋପାକୁ ତ୍ୱଚାରେ ରଗଡ଼ିଲେ ନା କେବଳ ଫ୍ରି ରେଡିକଲ୍ସକୁ ପ୍ରଭାବଶୂନ୍ୟ କରାଯାଇ ପାରିବ, ବରଂ ଏହାଦ୍ୱାରା ଆପଣଙ୍କ ତ୍ୱଚା ସୁସ୍ଥ ରହିବା ସାଙ୍ଗକୁ ଗ୍ଲୋଇଙ୍ଗ୍‌ ବି କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.