ବିବାହ ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ଏଥର ରହିଛି ମାତ୍ର ୧୩ ଟି ଶୁଭ ମୁହୂର୍ତ୍ତ: ନଭେମ୍ବର ୧୪ ରୁ ହେବ ଆରମ୍ଭ

ଆଷାଢ଼ ମାସ ଦେବଶୟନି ଏକାଦଶୀ ଦିନ ଭଗବାନ ବିଷ୍ଣୁ ପାତାଳ ଲୋକରେ ବିଶ୍ରାମ ନେଇଥାନ୍ତି। ଏବଂ ଏହି ଦିନ ଠାରୁ ଚତୁଃମାସି ଆରମ୍ଭ ହୋଇଥାଏ । ଏହି ଚତୁର୍ମାସ ବେଳେ କୌଣସି ଶୁଭ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟ ଯେପରି କି ବିବାହ, ଘର ପ୍ରତିଷ୍ଠା , ବ୍ରତ ଘର ଆଦି କାର୍ଯ୍ୟ ହୁଏନାହିଁ। ଚାରି ମାସ ନିଦ୍ରା ପରେ ଶ୍ରୀ ହରି କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ଏକାଦଶୀ ଦିନ ଅର୍ଥାତ୍ ପ୍ରବୋଧିନୀ ଏକାଦଶୀରେ ବିଶ୍ରାମ ଭଙ୍ଗ କରିଥାନ୍ତି ଓ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ ଏହି ଦିନଠାରୁ ଆରମ୍ଭ ହୁଏ ।

ତେବେ ଆସନ୍ତୁ ଜାଣିବା କେବେ ଆରମ୍ଭ ହେଉଛି ବିବାହ କାର୍ଯ୍ୟ: ଦେବ ଉଥାନି ଏକାଦାଶି ୧୪ ନଭେମ୍ବର ୨୦୨୧ ରେ ପଡୁଛି ଓ ଏହାପରେ ବିବାହ ପାଇଁ ଶୁଭ ମୁହୂର୍ତ୍ତ ଖୋଲିବ। କୁଣ୍ଡଳୀ ହିସାବରେ ଲୋକେ ତାରିଖରେ ଶୁଭ ବାହାର କରି ପାରିବେ।

ଏକାଦଶୀ ପରେ ପ୍ରଥମ ବିବାହ ଶୁଭ ମୁହୂର୍ତ୍ତ: ୧୫ ନଭେମ୍ବର ୨୦୨୧ ରେ ପଡୁଛି । ଏହା ପରେ, ଶୁଭ ମୁହୂର୍ତ୍ତ ୧୬ , ୨୦, ୨୧, ୨୮, ୨୯ ଏବଂ ୩୦ ନଭେମ୍ବର ଯାଏ ରହିଛି। ସେହିପରି ଡିସେମ୍ବର ମାସରେ ୧, ୨, ୬, ୭, ୧୧ ଏବଂ ୧୪ ତାରିଖ ଯାଏ ଶୁଭ ମୁହୂର୍ତ୍ତ ରହିଛି । କହିବାକୁ ଗଲେ ନଭେମ୍ବର ମାସରେ ସମୁଦାୟ ୭ ଟି ଶୁଭ ମୁହୁର୍ତ୍ତ ଥିବା ବେଳେ ଡିସେମ୍ବର ମାସରେ ୬ଟି ଶୁଭ ମୁହୁର୍ତ୍ତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.