ଶ୍ରାବଣରେ ପିନ୍ଧନ୍ତୁ ସବୁଜ ବସ୍ତ୍ର, ମହାଦେବଙ୍କର ପଡିବ କୃପା ଦୃଷ୍ଟି

ଚଳିତ ବର୍ଷ ଶ୍ରାବଣ ମାସ ଜୁଲାଇ ୨୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ମହାଦେବଙ୍କର ଏହି ମାସଟି ଖୁବ ପ୍ରିୟ । ଏହି ବିଧିବିଧାନ ଅନୁସାରେ ବାବାଙ୍କ ପୂଜାର୍ଚ୍ଚନା କଲେ ମହାଦେବ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ବୋଲି କାହିଁ କେଉଁ କାଳରୁ ବିଶ୍ୱାସ ରହିଛି । ଶ୍ରବଣ ମାସରେ ଭୋଳାବାବାଙ୍କର ଗଙ୍ଗା ଜଳରେ ଅଭିଷେକ କରିବା ଉଚିତ । ଅନ୍ୟ ପକ୍ଷରେ ପ୍ରକୃତି ସହ ବି ଶ୍ରବଣର ଏକ ବିଶେଷ ସମ୍ବନ୍ଧ ରହିଛି ।ଏହି ଦିନ ମାନଙ୍କରେ ପ୍ରବଳ ବର୍ଷା ହେଉଥିବା କାରଣରୁ ଧରା ପୃଷ୍ଠରେ ଏକ ଅଜବ ଚମକ ଆସେ । ଯେମିତି ସବୁଜିମାରେ ସଜେଇ ହୋଇଯାଏ ଧରଣୀ ମା । ଗଛଲତା ଆଦିରେ କେବଳ ପତ୍ର ହିଁ ପତ୍ର । ତେଣୁ ଏହି ଋତୁରେ ସବୁଜ ରଙ୍ଗର ଏକ ବିଶେଷ ମହତ୍ତ୍ୱ ରହିଛି । ବିଶ୍ୱାସ ରହିଛିକି ଏହି ଦିନରେ ଯେତେଦୂର ସମ୍ଭବ ସବୁଜ ପୋଷାକ ପିନ୍ଧିବା ଉଚିତ । ମହିଳା ମାନେ ହାତରେ ଚୁଡ଼ି ବି ସବୁଜ ରଙ୍ଗର ପିନ୍ଧିବା ଉଚିତ । ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ । ଶ୍ରାବଣରେ ସବୁଜ ରଙ୍ଗକୁ ସୌନ୍ଦର୍ଯ୍ୟ ଓ ସଧବାର ପ୍ରତୀକ ଭାବେ ମଧ୍ୟ ଧରାଯାଏ

green dress

ଏମିତିରେ ଶ୍ରାବଣର ସବୁଜ ରଙ୍ଗ ଓ ପ୍ରକୃତୀର ଏକ ବିଶେଷ ସମ୍ପର୍କ ରହିଛି କିନ୍ତୁ ଧର୍ମ ଦୃଷ୍ଟିରୁ ବି ଏହାର ବିଶେଷ ମହତ୍ତ୍ୱ ଥିବା ଜଣାଯାଏ ବିଶ୍ୱାସ ରହିଛିକି ଏହି ଦିନ ସବୁଜ ବସ୍ତ୍ର ପରିଧାନ କଲେ ଭଗବାନ ଶିବ ଓ ମା ପାର୍ବତୀ ପ୍ରସନ୍ନ ହୁଅନ୍ତି ଏହା ସହ ଏହି ମାସ ପଡୁଥିବା ପର୍ବପର୍ବାଣି ଗୁଡିକରେ ବିବାହିତା ମହିଳା ମାନେ ମା ପାର୍ବତୀଙ୍କୁ ସଧବା ଜିନିଷ ଚଢେଇବା ଉଚିତ ଯାହାଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥାଏ ଏଣୁ ଏହି ମାସ ପଡୁଥିବା ବ୍ରତ ମାନଙ୍କରେ ସବୁଜ ବସ୍ତ୍ର ପିନ୍ଧି ପୂଜାର୍ଚ୍ଚନା କରିବା ଉଚିତ । ଅନ୍ୟ ପକ୍ଷରେ ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହ ସବୁଜ ରଙ୍ଗର ପ୍ରତିନିଧି ଭାବରେ ଧରାଯା। ଏଣୁ ସବୁଜ ରଙ୍ଗ କୌଣସି ପଦାର୍ଥ ଧାରଣ କଲେ ବୁଧଙ୍କ କୃପା ଲାଭ ହୋଇଥାଏ ।

green dress

 

Leave A Reply

Your email address will not be published.