୧ ଲକ୍ଷ ୨୩ ହଜାର ଟଙ୍କାର ଜରିମାନା ଭରି ଲକଡାଉନରେ ବଟର ଚିକେନ ଖାଇଲେ ବ୍ୟକ୍ତି

ମଣିଷ ନିଜର ପ୍ରିୟ ଜିନିଷ ପାଇଁ କିଛି ବି କରିପାରେ । ସାରା ଦୁନିଆରେ ଏବେ କରୋନା ଭାଇରସ କାରଣରୁ ସବୁ କିଛି ଠପ ହୋଇଯାଇଛି । ତେବେ ଏହା ମଧ୍ୟରେ ଅଷ୍ଟ୍ରେଲିଆର ମେଲବର୍ନରୁ ଜଣେ ବ୍ୟକ୍ତି ନିଜର ପ୍ରିୟ ବଟର ଚିକେନ ଖାଇବା ପାଇଁ ଏମିତି କିଛି କରିଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏଠାକାର ଜଣେ ବ୍ୟକ୍ତି ବଟର ଚିକେନ ଖାଇବା ପାଇଁ ୩୨ କିଲୋମିଟର ଦୁରକୁ ପଳାଇଯାଇଥିଲେ । କେବଳ ସେତିକି ନୁହେଁ ଏଥିପାଇଁ ସେ ୧ ଲକ୍ଷ ୨୩ ହଜାର ଟଙ୍କା ଜରିମାନା ମଧ୍ୟ ଦେଇଛନ୍ତି ।

ସୂଚନା ଅନୁଯାୟୀ ଏହି ବ୍ୟକ୍ତି ପରଫେକ୍ଟ ବଟର ଚିକେନ ଖାଇବା ପାଇଁ ମେଲବର୍ନର ସିବିଡ଼ିରୁ 30 କିଲୋମିଟର ଦକ୍ଷିଣ ପଶ୍ଚିମରେ ଅବସ୍ଥିତ ବେର୍ବିଏରୁ ଯାତ୍ରା ଆରମ୍ଭ କରିଥିଲେ । ତେବେ ଘଟଣା ଏପରି ଯେ ସେହି ସ୍ଥାନରେ ଲକଡାଉନ ଜାରି କରାଯାଇଥିଲା । ତେବେ ସେ ସେହି ସ୍ଥାନକୁ ଯାଇଥିବାରୁ ତାଙ୍କୁ 1652 ଡ଼ଲାର ବା ପାଖାପାଖି ୧ ଲକ୍ଷ ୨୩ ହଜାର ଟଙ୍କା ଜରିମାନା ଦେବାକୁ ପଡିଥିଲା । ଏକ ପରଫେକ୍ଟ ବଟର ଚିକେନ ଖାଇବାକୁ ଏତେ ପରିମାଣର ଜରିମାନା ଦେବା ନିଶ୍ଚୟ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ।

butter

ପୋଲିସର କହିବା ଅନୁଯାୟୀ ଚଳିତ ସପ୍ତାହରେ 74 ଜଣ ଲୋକଙ୍କୁ ଫାଇନ ଭରିବାକୁ ପଡିଛି କାରଣ ସେମାନେ ଲକଡାଉନ ନିୟମର ଉଲ୍ଲଙ୍ଘନ କରିଥିଲେ ଯେପରି ଏହିବ୍ୟକ୍ତି ଜଣକ କରିଥିଲେ । ରିପୋର୍ଟ ଅନୁଯାୟୀ ଆଷ୍ଟ୍ରେଲିଆରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗତ ସପ୍ତାହରେ ସେଠାରେ ପୁଣିଥରେ ନୂଆ ଲକଡାଉନ ଜାରି କରାଯାଇଛି । ଲୋକମାନେ କେବଳ ଅତ୍ୟନ୍ତ ଜରୁରୀ କାମରେ ବାହାରକୁ ବାହାରୁଛନ୍ତି । ଅନ୍ୟ କାରଣରେ ଘରୁ ବାହାରିବା ମାତ୍ରେ ସେମାନଙ୍କୁ ଜରିମାନା ଭରିବାକୁ ପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.