ଦେଶରେ ଗୋଟିଏ ଦିନରେ ରେକର୍ଡ ପଜିଟିଭ୍‌ ଚିହ୍ନଟ, ଦିନକରେ ୪୦,୦୦୦ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ଗୋଟିଏ ଦିନରେ ରେକର୍ଡ ପଜିଟିଭ୍‌ ଚିହ୍ନଟ । ଏକାଥରେ ୪୦ ହଜାର ପାର । ୪୦ ହଜାର ୪୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇ ୨୦ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ସମୁଦାୟ୧,୧୧୮,୦୪୨ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।  ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୬୮୧ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୭ହଜାର ୪୯୭କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୧୧ଲକ୍ଷ ୧୮ହଜାର ୪୩ ରେ ପହଞ୍ଚିଛି । ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ୯୦ହଜାର ୪୫୯ ହୋଇଥିବା ବେଳେ ସୁସ୍ଥ ହେଲେଣି ୭ଲକ୍ଷ ୮୭ ଜଣ ।

covid

ସେହିପରି ନୂଆ ଆକ୍ରାନ୍ତଙ୍କୁ ମିଶାଇ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ପାର କରିଛି । ରାଜ୍ୟରେ ମୋଟ୍‌ ୩ ଲକ୍ଷ ୧୦ ହଜାର ୪୫୫ ଆକ୍ରାନ୍ତ ହୋଇଥିବା ବେଳେ ୧୧ ହଜାର ୮୫୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ତାମିଲନାଡୁରେ ଆକ୍ରନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୭୦ ହଜାର ୬୯୩ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ୧ ଲକ୍ଷ ୨୨ହଜାର ୭୯୩ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.