ୱେଲେ ହାଉସ୍ : ଯେଉଁଠି ଆଜି ବି ଘୂରି ବୁଲୁଛି ପରିବାର ସଦସ୍ୟଙ୍କ ଆତ୍ମା, ଏମିତି ଦେଉଛନ୍ତି ଦେଖା

ଆଧୁନିକ ଦୁନିଆରେ ଏମିତି ବହୁତ କମ ଲୋକ ରହିଛନ୍ତି ଯିଏକି ଏବେ ପର୍ଯ୍ୟନ୍ତ ଭୂତ, ପ୍ରେତ, ଆତ୍ମା ଇତ୍ୟାଦିରେ ବିଶ୍ୱାସ କରୁଥିବେ। ଆମେରିକାରେ ଏଭଳି ଏକ ଘର ଅଛି ଯେଉଁଠାରେ ରହୁଥିବା ପରିବାରର ସମସ୍ତ ସଦସ୍ୟ ଜଣକ ପରେ ଜଣେ ସେହି ଘର ଭିତରେ ହିଁ ମୃତ୍ୟୁବରଣ କରିଥିଲେ। କିଛି ସଦସ୍ୟଙ୍କ ମୃତ୍ୟୁ ରୋଗ ଦାଉରୁ ହୋଇଥବା ବେଳେ କେତେକ ଆତ୍ମହତ୍ୟା କରିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ହେଉଛି ସତ । ମୃତ୍ୟୁର ଏହି ତାଣ୍ଡବ ୧୮୭୫ ମସିହାରୁ ଆରମ୍ଭ ହୋଇ ୧୯୬୧ ମସିହା ପର୍ଯ୍ୟନ୍ତ ଚାଲିଥିଲା। ଘର ଭିତରେ ମୃତ୍ୟୁବରଣ କରିଥିବା ସମସ୍ତ ସଦସ୍ୟଙ୍କ ଆତ୍ମା ଶେଷ ମୃତ୍ୟୁ ହେବା ର୍ପ୍ୟନ୍ତ ସେହି ଘରେ ହିଁ ରହିଯାଇଥିଲା। ଏଭଳି ଆର୍ଶ୍ଚ୍ୟଜନକ ଘଟଣା ଘଟୁଥିବା ଘରଟି ହେଉଛି ଆମେରିକାର ୱେଲେ ହାଉସ । ଏହା ଆମେରିକାର ‘ମୋଷ୍ଟ ହଣ୍ଟେଡ ହାଉସ’ ନାମରେ ମଧ୍ୟ ଖ୍ୟାତ ।

୧୮୭୫ ମସିହାରେ ନିର୍ମିତ ୱେଲେ ହାଉସ:

ଆକାରରେ ବହୁତ ବଡ ଓ ଆଧୁନିକ ସୁଖ ସୁବିଧା ଥିବା ଏହି ୱେଲେ ହାଉସ ୧୮୭୫ ମସିହାରେ ଥମାସ ୱେଲେଙ୍କ ଦ୍ୱାରା ପ୍ରିତିଷ୍ଠା କରାଯାଇଥିଲା । ଏହା କାଲିଫର୍ଣ୍ଣିଆର ଏକ ଶୂନଶାନ ସ୍ଥାନରେ ନିର୍ମିତ ହୋଇଥିଲା । ୱେଲେ ନିଜ ପରିବାରଙ୍କ ସହ ଏହି ଘରେ କିଛି ଦିନ ରହିଲା ପରେ ଜ୍ୱର କାରଣରୁ ହଠାତ୍ ତାଙ୍କ ୧୮ ମାସର ସାନ ପୁଅଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାର କିଛି ଦିନ ପରେ ମେସିଜ ଥୋମାସଙ୍କ ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ପରଠାରୁ ସେହି ଘରେ ମୃତ୍ୟୁର ତାଣ୍ଡବ ଆରମ୍ଭ ହୋଇଥିଲା ।

gost

ବର୍ତ୍ତମାନ ଆତ୍ମାଙ୍କ ବାସସ୍ଥଳୀ ପାଲଟିଛି ୱେଲେ ହାଉସ:

କୁହାଯାଏ ଯେ ୱେଲେ ଘର ନିର୍ମାଣ ଆରମ୍ଭ ହେବାର ପ୍ରଥମ ବର୍ଷରେ ଜଣେ ବ୍ୟକ୍ତି ସେଠାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ସେହି ଘଟଣା ପର ଠାରୁ ଥମାସଙ୍କୁ କିଛି ମାତ୍ରାରେ ବିଶ୍ୱାସ ଥିଲା ଯେ ୱେଲେ ଘରେ ଆତ୍ମାର ବାସ ରହିଛି । କିନ୍ତୁ ଜଣକ ପରେ ଜଣେ ତାଙ୍କ ପରିବାର ସଦସ୍ୟଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ସମ୍ପୂର୍ଣ୍ଣ ରୂେ ବିଶ୍ୱାସ ହୋଇ ଯାଇଥିଲା । ଥମାସଙ୍କୁ ତାଙ୍କ ସାନ ଝିଅ ଆଲିଆ ଓ ପୁଅ ୱାଇଲଟଙ୍କ ଆତ୍ମା ଦେଖା ଯାଉଥିଲା ବୋଲି ସେ କହୁଥିଲେ ।

WhaleyHouse

ଆତ୍ମା ଠାବ କରୁଥିବା ଟିମର ଗବେଷଣା:

ୱେଲେ ହାଉସର ରହସ୍ୟ ଜାଣିବା ପାଇଁ ଘୋଷ୍ଟ ହଣ୍ଟର୍ସର ଟିମ୍ ଗବେଷଣା କରିଥିଲେ । ଏହି ଗବେଷଣା କରୁଥିବା ସମୟରେ ଟିମର ଜଣେ ବ୍ୟକ୍ତି ରାତି ୧ଟା ସମୟରେ ଏହି ଘରକୁ ପ୍ରବେଶ କରିଥିଲେ । ଘରର ଚାରିଆଡେ ଭୟଙ୍କର ଅନ୍ଧାର ଥିଲା । ପ୍ରଥମ କଠୋରୀକୁ ପ୍ରବେଶ କଲା ପରେ ସେ ଜଣେ ମହିଳାଙ୍କୁ ଚାଲି ଯାଉଥିବାର ଦେଖିଲେ ଓ ତାଙ୍କୁ ପଛରୁ ଡାକିବାରୁ ସେ ମହିଳା ଜଣକ ଅନ୍ଧାରରେ କୁଆଡେ ଉଭାନ ହୋଇଗଲେ ।

house

ଅନ୍ୟପକ୍ଷରେ ୱେଲେ ହାଉସରେ ଥିବା ୱାଇଲଟଙ୍କ କଠୋରିକୁ ସେହି ରିସର୍ଚ୍ଚ ଟିମ୍‌ର ବ୍ୟକ୍ତି ଜଣକ ଯାଉଥିବା ବେଳେ ତାଙ୍କ ପଛରେ କିଏ ଜଣେ ଆସୁଥିବାର ଅନୁଭବ ହେଲା । ସେ ବହୁତ ସାହସ କରି ପଛକୁ ବୁଲିଲା ବେଳକୁ ସମସ୍ତ ୱେଲେ ପରିବାର ତାଙ୍କ ପଛରେ ଛିଡା ହୋଇଥବାର ସେ ଦେଖିଲେ । ସେ ସେଠାରୁ ଭୟରେ ଦୌଡି ଅନ୍ୟ କୋଠରୀକୁ ପଳାଇଲେ । ଏହି ଗବେଷଣା କରୁଥିବା ସମୟରେ ବ୍ୟକ୍ତି ଜଣଙ୍କ ସହିତ ଏହିଭଳି ଅନେକ ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା ।

aa3

ସରକାର କଲେ ମ୍ୟୁଜିୟମ:

ଆପଣ ଯଦି କେବେ ଆତ୍ମାକୁ ଅନୁଭବ କରିବାକୁ ଚାହୁଁଛନ୍ତି ତେବେ ଏହି ୱେଲେ ହାଉସକୁ ଯାଇ ପାରିବେ । ଆମେରିକା ସରକାର ଏହାକୁ ନିଜ ଅକ୍ତିଆରକୁ ନେଇ ମ୍ୟୁଜିୟମ କରି ଦେଇଛନ୍ତି । ଘରର ଯେଉଁ ସ୍ଥାନରେ ଆତ୍ମାଙ୍କ ନିବାସ ଅଧିକ ରହିଛି ସେହି ସ୍ଥାନକୁ କାହାକୁ ଯିବାକୁ ଦିଆଯାଏ ନାହିଁ । ତାହା କଟକଣା ଭିତରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.