ପେଟ୍ରୋଲିଂ ବେଳେ ପିଆଜ ଟ୍ରକ୍‌ରୁ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ମୋହନା ପୋଲିସ୍, ୨ ଚାଲାଣକାରୀ ଗିରଫ

ମୋହନା: ପିଆଜ ଟ୍ରକ୍‌ରୁ ଗଞ୍ଜେଇ ଜବତ । ପେଟ୍ରୋଲିଂ ବେଳେ ୧୦ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ମୋହନା ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା । ଲୁହଗୁଡି ନିକଟରେ ୧୪ ଚକିଆ ପିଆଜ ବୋଝେଇ ଟ୍ରକ୍‌ରୁ ଗଞ୍ଜେଇ ଜବତ ହୋଇଛି । ୩୮ଟି ପ୍ଳାଷ୍ଟିକ ବ୍ୟାଗ୍‌ରେ ବନାରସ ଚାଲାଣ ହେଉଥିଲା ଗଞ୍ଜେଇ । ଦୁଇ ଚାଲାଣକାରୀ ବିହାରର ନିଖିଲ କୁମାର ଏବଂ ଅନୁରାଗ କୁମାରକୁ ପୋଲିସ ଗିରଫ । ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.