Below header

ଆମେରିକା: ଆଲାସ୍କା ଆକାଶରେ ପିଟି ହେଲେ ଦୁଇ ବିମାନ, ୭ ମୃତ

ଆମେରିକାରେ ଏକ ବିମାନ ଦୁର୍ଘଟଣାରେ ସାତ ଜଣ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାଟି ଆଲାସ୍କାର ସୋଲଡନଟୋ ସହର ଠାରୁ ମାତ୍ର କିଛି କିଲୋମିଟର ଦୂରତାରେ ଘଟିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଦୁଇଟି ଛୋଟ ବିମାନ ହଟାତ ପରସ୍ପର ସହ ଧକ୍କା ହୋଇଥିଲେ । ମୃତକଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ରିପବ୍ଲିକ ପାର୍ଟିର ଜଣେ କର୍ମକର୍ତ୍ତା ଅଛନ୍ତି । ଦୁଇଟି ଯାକ ଏୟାରକ୍ରାଫଟ ସିଙ୍ଗଲ ଇଂଜିନ ଯୁକ୍ତ ଥିଲା । ଏମଧ୍ୟରୁ ଗୋଟିଏ ହେବିଲଲ୍ୟାଣ୍ଡ ଡ଼ିଏଚସି -2 ବିବର ଥିବା ବେଳେ ଅନ୍ୟଟି ପାଇପର -ପି 12 ରହଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଦୁଇଟି ଯାକ ବିମାନ ସୋଲଡନଟୋ ଏୟାରପୋର୍ଟରୁ ହିଁ ଉଡାଣ ଭରିବା ଆରମ୍ଭ କରିଥିଲେ । ଏକୋରେଞ୍ଜ ସହର ଠାରୁ ପାଖାପାଖି ୧୫୦ମିଲ ଦୂରରେ ବାୟୁରେ ଏହି ଦୁଇ ବିମାନ ପରସ୍ପର ସହ ଧକ୍କା ହୋଇଥିଲେ ।

ଅନ୍ୟ ପକ୍ଷରେ କେଉଁ କାରଣ ପାଇଁ ଏହା ଘଟିଲା ସଠିକ ଭାବେ ଜଣାପଡ଼ିନଥିବା ବେଳେ ଅଧିକାରୀ ମାନେ ଏନେଇ ତଦନ୍ତ ଆରମ୍ଭ କରିଦେଇଛନ୍ତି । ଏୟାରପୋର୍ଟ ଠାରୁ ଅନେକ ଦୂରତାରେ ଏହି ଦୁର୍ଘଟଣାଟି ଘଟିଥିବା ବେଳେ ସେସମୟରେ ଆକାଶ ବି ବେଶ ସଫା ଥିଲା । ଦୁଇଟି ଯାକ ବିମାନ ଯଥେଷ୍ଟ ସମୟ ବ୍ୟବଧାନରେ ଉଡାଣ ଭରିବା ଆରମ୍ଭ କରିଥିଲେ । ଘଟଣା ସମୟରେ ବିମାନର ଭିଜିବିଲିଟି ବି ୧୦
କିଲୋମିଟରରୁ ଅଧିକ ଥିଲା । ଦୁଇ ପାଇଲଟ ଗୋଟିଏ ଫ୍ରିକ୍ୟୁଏନ୍ସି ବ୍ୟବହାର କରିଥିଲେ । ଅବଶ୍ୟ ଦୁହେଁ ଏଟିସି ଜରିଆରେ କଥାବାର୍ତ୍ତା କରିଥିଲେ କି ନାହିଁ ସେ ବିଷୟରେ ସଠିକ ଭାବେ ଏଯାଏଁ ଜଣାଯାଇନାହିଁ । ସ୍ଥାନୀୟ ପୋଲିସଙ୍କ ଅନୁଯାୟୀ, ଯାଞ୍ଚ ପରେ ହିଁ ସଠିକ ବୟାନ ଜାରି ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.