ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପଛର ପ୍ରକୃତ ରହସ୍ଯର କେବେ ହେବ ପର୍ଦାଫାଶ ? ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କଲା ଇଡି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା, ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କଲା (ED) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମୃତ୍ୟୁ ପଛରେ କୌଣସି ଅର୍ଥନୈତିକ ହେରଫେର ହୋଇଛି କି, ସେନେଇ ତଦନ୍ତ କରିବ ଇଡି । ସୁଶାନ୍ତ ସିଂହଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଅର୍ଥ ହେରଫେର ନେଇ ହୋଇଥିବା ଅଭିଯୋଗକୁ ଗୁରୁତ୍ବର ସହ ନେଇ ତଦନ୍ତ କରିବ ଇଡି ।

Sushant-Singh-Rajput-2ସୁଶାନ୍ତ ବ୍ୟାଙ୍କ ଆକାଉଣ୍ଟରୁ ବର୍ଷେ ମଧ୍ୟରେ ୧୫ କୋଟି ଟଙ୍କା ଆତ୍ମସାତ ହୋଇଥିବା ସୁଶାନ୍ତ ବାପା କୃଷ୍ଣକୁମାର ସିଂହ ଅଭିଯୋଗ କରିଛନ୍ତି । ଏଥିପାଇଁ ସେ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଛନ୍ତି । ଏହି ଅର୍ଥ ଆତ୍ମସାତ୍‌ ବେଆଇନ୍‌ ଭାବେ ହୋଇଛି ନା ଠିକ୍‌ ଭାବେ ହୋଇଛି, ସେନେଇ ଇଡି ତଦନ୍ତ କରିବ ।

Sushant-Singhଅନ୍ଯପଟେ ଗତକାଲି ପ୍ରଥମ ଥର ପାଇଁ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ସିଂହ ସୁଇସାଇସ୍‌ କେସକୁ ନେଇ ବୟାନ ଦେଇଛନ୍ତି।  ରିୟା ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ କହୁଛନ୍ତି ଯେ ମୋର ବିଚାର ବିଭାଗ ଉପରେ ସମ୍ପୂର୍ଣ୍ଣ ଭରଷା ଅଛି ଏବଂ ସତ ର ନିଶ୍ଚୟ ବିଜୟ ହେବ। ରିୟା ଏହା ମଧ୍ୟ କହିଛନ୍ତି ଯେ ମାମଲା ଯେହେତୁ କୋର୍ଟରେ ଚାଲିଛି ସେଥିପାଇଁ ସେ ଚୁପ୍‌ ରହିଛନ୍ତି। ତେବେ ଦେଖାଯାଉ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଇଡିର ତଦନ୍ତ କେତେଦୂର ସଫଳ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.