ଭିନ୍ନ ଆମ ଦେଶ ଭିନ୍ନ ଆମ ପରମ୍ପରା !

ଭାରତ ଏକ ଧାର୍ମିକ ଦେଶ ଅଟେ । ଏଥିପାଇଁ ଏହା ରହସ୍ୟମୟୀ ଏବଂ କିଛି ଚତ୍ମକାରୀ ମନ୍ଦିର ପାଇଁ ମଧ୍ୟ ଜଣାଶୁଣା । ଆପଣ ଏହାବି କହି ପାରିବେ ଏଠାରେ ବିଦ୍ୟାଳୟ ଠାରୁ ଅଧିକ ମନ୍ଦିର ତିଆରି କରାଯାଇଛି । ପୁଅ ଝିଅ ଚାହିଁବା ହେଉ କି କୋଟିପତି ହେବାର ସ୍ବପ୍ନ ମଣିଷ ପରିଶ୍ରମ ଓ ଭାଗ୍ୟ ଠାରୁ ଅଧିକ ମନ୍ଦିରରେ ଚଢାଦାନ ଦକ୍ଷିଣା ଦେବା ବେଶୀ ଜରୁରୀ ଭାବିଥାଏ । ଭାରତରେ ଅନେକ ମନ୍ଦିର ଏମିତିବି ଅଛି ଯେଉଁଠାରେ ଇଚ୍ଛା ପୂରଣ ନାଁରେ ଲୋକ ଲୋକଙ୍କର ବଳୀ ଦେବାକୁ ପଛାନ୍ତି ନାହିଁ ।

ଆସନ୍ତୁ ଜାଣିବା ଏମିତି କିଛି ଅଜବ ମାନ୍ୟତଭରା ମନ୍ଦିରର କାହାଣୀ :

୧. ସହିଦ ବାବା ନିହାଲ ସିନ୍ଦ୍ ଗୁରୁଦ୍ବାର (ଜଳନ୍ଧର) :

sahid baba mandir

ଜଳନ୍ଧରର ଗ୍ରାମିଣ ଇଲାକାରେ ଏହି ଗୁରୁଦ୍ବାର ପିଲା ମାନଙ୍କର ଖେଳନା ଉଡାଜାହାଜରେ ଭରିପୂର୍ଣ୍ଣ । ଜଲଦି ବିଜା ମିଳିବା ଇଚ୍ଛାରେ ଏଠାରେ ଜାହାଜ ରଖାଯାଇଛି । ଏହାର ମାନ୍ୟତା ଏଠାକୁ ଆସୁଥିବା ଭକ୍ତ ଜାହାଜ ଚଢାଇବା ଦ୍ବାରା ଜଲଦି ବିଜା ପାଇପାରନ୍ତି । ଅଜବ କଥା ହେଇଛି ଏଠାକୁ ଆସୁଥିବା ଲୋକମାନଙ୍କୁ ଏତକବି ଜଣା ନାହିଁ ଗୁରୁଦ୍ବାରରେ ସ୍ଥାପିତ ହୋଇଥିବା ମୂର୍ତ୍ତିଟି କାହାର ।

୨. କୋଂଡୁଗୁଲାର ଭଗବତୀ ମନ୍ଦିର (କୋଂଡୁଗୁଲାର) :

bhagabati mandir

କେରଳର ଏହି ମନ୍ଦିରରେ ଭରାନ ଉତ୍ସବ କାରଣରୁ ଲୋକମାନେ ମା’ ଭଦ୍ରକାଳୀଙ୍କୁ ଗାଳି ଦେଇଥାନ୍ତି ।

୩. ଭାରତ ମାତା ମନ୍ଦିର (ବାରଣାସି) :

bharatmata mandir

ଏହି ମନ୍ଦିରଟି ଦେଶର ବିଭାଜନ ପୂର୍ବରୁ ସ୍ବାଧିନ ସୖନିକ ଓ ନେତାଙ୍କ ପାଇଁ ତିଆରି କରାଯାଇଥିଲା ।

୪. କାଳୀ ସିଂହ ମନ୍ଦିର ( ମୁଜାଫରନଗର) :

kali mandir

ଏହା ଭାରତର ଏକମାତ୍ର ମନ୍ଦିର ଅଟେ ଯେଉଁଠାକୁ ଲୋକମାନେ ନିଜର ଗୃହପାଳିତ ପଶୁ ଗାଇ ମାନଙ୍କର ସ୍ବାସ୍ଥ୍ୟ ଶୁଭମନାସୀବା ପାଇଁ ଆସିଥାନ୍ତି ଯାହ ଦ୍ବାରା ସେମାନେ ସୁସ୍ଥ ରହି ଭଲ କ୍ଷୀର ଦେଇପାରିବେ ।

୫. ସୋନିଆ ଗାନ୍ଧୀ ମନ୍ଦିର (ମେହେବୁବନ) :

sonia gandhi mandir

ଏହି ମନ୍ଦିରର ନିର୍ମାଣ ସୋନିଆ ଗାନ୍ଧୀଙ୍କୁ ଆଦର୍ଶ ମାନୁଥିବା ଶଙ୍କର ସାବ କରାଥିଲେ । କଂଗ୍ରେସ୍ ନେତା ସୋନିଆ ଗାନ୍ଧୀଙ୍କୁ ଏଠାରେ ତେଲଙ୍ଗାନା ଭାବେ ପୂଜିଥାନ୍ତି ।

୬. କୁକୁର ମନ୍ଦିର (ସ୍ମାଟର୍) :

dog temple

ଏହି ମନ୍ଦିରଟିର ସ୍ଥାପନା ସମୁଦାୟ ଦ୍ବାରା ତିଆରି କରିଥିଲେ ଯେଉଁ ମାନେ କୁକୁରକୁ ନିଜର ସର୍ବସ୍ୟ ବୋଲି ମାନୁଥିଲେ ।

୭. ଅମିତାଭ ମନ୍ଦର (କୋଲକାତା) :

amitavbachan temple

 

ଏମିତିରେ ବଲିଉଡର ସେହେଂସା ଅମିତାଭଙ୍କୁ ଅନେକ ଲୋକ ନିଜର ଭଗବାନ ସମ୍ମାନ ଭାବିଥାନ୍ତି କିନ୍ତୁ ଏଠିକାର ଲୋକ ସତରେ ତାଙ୍କୁ ଚୌଉକି ଉପରେ ବସାଇ ରଖିଛନ୍ତି ।

୮. ଦିଗମ୍ବେଶ୍ବର ମନ୍ଦିର (ନାଗାରାଲା) :

 

ଏହି ମନ୍ଦିରର ମାନ୍ୟତା ଜାଣିଲେ ଆପଣଙ୍କ ମନ ବିଚଳିତ ହୋଇ ଉଠିବ । ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଛୋଟ ଛୁଆଙ୍କୁ ମନ୍ଦିରର

digabenswar temple

କାଲକୋନିରୁ ଟେକିକି ଉପରକୁ ଫୋପାଡି ଥାନ୍ତି ଏହି ବିଶ୍ବାସରେକି ଛୁଆଙ୍କୁ ଆର୍ଶ୍ରୀବାଦ ମିଳିବ ।

କେତେ ଆଶ୍ଚର୍ୟ୍ୟର କଥା ଦେଶରେ ହଜାର ହଜାର ଲୋକ ଭୋକରେ ପ୍ରଣ ହରାଉଛନ୍ତି, କିନ୍ତୁ ସେମାନଙ୍କୁ ସାହାଯ୍ୟ ନକରି ମନ୍ଦିରରେ ଦାନଦକ୍ଷିଣା ଦେବା ଜରୁରୀ ଭାବିଥାନ୍ତି । ଆଜି ଭଗବାନ ଯଦି କଥା କହି ପାରୁଥାନ୍ତେ ତାହାଲେ ବୋଧେ ଏହା କହିଥାନ୍ତେ ମୁଁ କୋଣ କୋଣରେ ରହିଛି ମନ୍ଦିରରେ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.