ବର୍ଷା ପାଣି ବୁନ୍ଦା ଗୋଲ ହେବା ପଛରେ ରହିଛି ବୈଜ୍ଞାନିକ କାରଣ, ଜାଣନ୍ତୁ

ଦୁନିଆରେ ଏମିତି ଅନେକ ଘଟଣା ଘଟିଥାଏ ଯାହାକୁ ନେଇ ଆମ ଧାରଣା ଏକଦମ ଜିରୋ ରହିଥାଏ। ଆଖି ସାମ୍ନାରେ ଦେଖୁ ଅନୁଭବ ତ କରୁ କିନ୍ତୁ ଏହା ପଛରେ ଥିବା କାରଣ ସମ୍ପର୍କରେ ଆମକୁ କିଛି ବି ଜଣା ନଥାଏ। ଆମେ ସମସ୍ତେ ଛୋଟ ବେଳୁହିଁ ବର୍ଷା ଦେଖିଛେ ଏବଂ ତାର ପାଣି ବୁନ୍ଦାକୁ ମଧ୍ୟ ଛୁଇଁଛେ। କିନ୍ତୁ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଏହି ବୁନ୍ଦା ଗୋଲ କଣ ପାଇଁ ହୋଇଥାଏ? ତାହା ପଛରେ ଥିବା କାରଣ ସମ୍ପର୍କରେ ଜାଣିବା ପାଇଁ କେବେ ଇଚ୍ଛା ମଧ୍ୟ କରିନାହୁଁ। ଏହା ପଛରେ ଥିବା ବୈଜ୍ଞାନିକ କାରଣ ସମ୍ପର୍କରେ ହୁଏତ କେହି ଜାଣିବାକୁ ଚେଷ୍ଟା କରିନାହାନ୍ତି। ତେବେ ବର୍ଷାର ବୁନ୍ଦା ଗୋଲ ହେବା ପଛରେ ମଧ୍ୟ ବୈଜ୍ଞାନିକ କାରଣ ରହିଛି।

ଆମେ ସମସ୍ତେ ସ୍କୁଲ ସମୟରୁ ବିଜ୍ଞାନ ପଢ଼ିଛେ। ଏଥିରେ ଭୌତିକ ବିଜ୍ଞାନ ଏବଂ ରସାୟନିକ ବିଜ୍ଞାନ ଉଭୟର ରହସ୍ୟ ରହିଛି। ତେବେ ଛୋଟ ବେଳେ ଆମେ Surface Tension ସମ୍ପର୍କରେ ପଢ଼ିଥିଲେ। ଯଦି ଆପଣ ଭୁଲିଯାଇଛନ୍ତି ଏହା କଣ, ତେବେ ଜାଣିନିଅନ୍ତୁ। ଏହା ଏକ ପ୍ରକାର ଭୌତିକ ପ୍ରତିକ୍ରିୟା । ବାୟୁମଣ୍ଡଳରେ ଥିବା ଗୁରୁୁତ୍ୱାକର୍ଷଣ ବଳ, ଯାହା କାରଣରୁ ପୃଥିବୀକୁ ଯେକୌଣସି ଦ୍ରବ୍ୟ ଆସିଲେ ସେ ତାହାର ନ୍ୟୂନତମ ଆକାର ଧରିନିଏ। ତେବେ ଜାଣି ରଖନ୍ତୁ ଯେ ଗୋଲାକାର ସବୁଠାରୁ ନୂନ୍ୟତମ ଆକାର।

ସରଫେଶ ଟେନସନ୍‌ କାରଣରୁ ବର୍ଷା ବୁନ୍ଦାର ଆକାର ଗୋଲ ହୋଇଥାଏ। ଏହାସହିତ ଆପଣ ଏହି ପାଣିକୁ ଯେଉଁ ପାତ୍ରରେ ରଖିବେ ଏହା ସଙ୍ଗେ ସଙ୍ଗେ ସେହି ଆକାର ଧାରଣ କରିନେବ। ପ୍ରକୃତରେ ଯେବେ ବର୍ଷା ପାଣିର ବୁନ୍ଦା ସ୍ୱତନ୍ତ୍ର ବା ଅଲଗା ଅଲଗା ହୋଇ ପଡେ ତେବେ ସେ ନିଜର ନ୍ୟୂନତମ ଆକାର ନେବାକୁ ପ୍ରୟାସ କରିଥାଏ। ଯାହାଫଳରେ ବର୍ଷା ପାଣି ବୁନ୍ଦା ଗୋଲ ଆକାରର ହୋଇଥାଏ। ଏହାପଛରେ ଥିବା ବୈଜ୍ଞାନିକ କାରଣ ମଧ୍ୟ ରହିଛି।

ଗୁରୁତ୍ୱାକର୍ଷଣ କାରଣରୁ ସବୁଠୁ ନୂନ୍ୟତମ ଆକାର ଗୋଲାକାର ହୋଇଥାଏ। ଯେତେବେଳେ ବର୍ଷା ପାଣି ବୁନ୍ଦା ଛୋଟ ହୋଇଯାଏ ସେବେ ଏହାର ଆକାର ଗୋଲାକାର ହୋଇଥାଏ। ଅନ୍ୟ ଅପେକ୍ଷା ଗୋଲାକାରର କ୍ଷେତ୍ରଫଳ କମ ହୋଇଥାଏ। ଯାହା କାରଣରୁ ବର୍ଷା ପାଣି ବୁନ୍ଦା ଗୋଲାକାର ହୋଇଥାଏ। କେବଳ ବର୍ଷା ନୁହେଁ ବରଂ ଯେକୌଣସି ଦ୍ରବ୍ୟ ପୃଥିବୀ ନିକଟତର ହୁଏ ତାହା ଧିରେ ଧିରେ ଏହା ବୁନ୍ଦାର ଆକାର ନେଇଥାଏ। କହିବାକୁ ଗଲେ କେବଳ ସରଫେସ୍‌ ଟେନସନ୍‌ କାରଣରୁ ପାଣି ବୁନ୍ଦାର ଆକାର ଗୋଲାକାର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.