ପକ୍ଷୀଙ୍କ ପରି କାହିଁକି ଉଡ଼ିପାରେ ନାହିଁ ମଣିଷ ? ସହଜ ଉତ୍ତର ମଣିଷର ଡେଣା ନାହିଁ କିନ୍ତୁ ଭିତରେ ରହିଛି ଅନେକ ରହସ୍ୟ..

ପିଲାଦିନେ ସମସ୍ତଙ୍କ ମନରେ ଥରେ ଉଡ଼ିବା ପାଇଁ ଇଚ୍ଛା ନିଶ୍ଚୟ ସୃଷ୍ଟି ହୋଇଥାଏ କିନ୍ତୁ ଯେତେବେଳେ ଆମେ ଏହି ବିଷୟରେ କାହାକୁ କହୁ ତାହେଲେ ସମସ୍ତେ ହସରେ ଉଡାଇ ଦେଇଥାନ୍ତି । ଆଜି ବି ଯଦି ଆମ ଭିତରୁ କିଏ ପଚାରେ ଯେ ମଣିଷ କାହିଁକି ଉଡିପାରିବ ନାହିଁ । ତାହେଲେ ଏହି ପ୍ରଶ୍ନର ଉତ୍ତର ଆମେ କଣ ଦେବା ? ଏହି ପ୍ରଶ୍ନ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରେ ଯେ ଯେଉଁ କାମକୁ ଛୋଟ ପକ୍ଷୀମାନେ ସହଜରେ କରି ପାରୁଛନ୍ତି ଆମେ କାହିଁକି ତାହା କରିବାକୁ ସମର୍ଥ ନୁହଁ ? ତାହେଲେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବୁ ।

प्रतीकात्मक तस्वीर

ମଣିଷର ଡେଣା ନାହିଁ..

ଏହି ପ୍ରଶ୍ନର ସବୁଠାରୁ ସହଜ ଉତ୍ତର ହେଉଛି ମଣିଷମାନଙ୍କର ଡେଣା ନାହିଁ । ଯେଉଁ କାରଣରୁ ମଣିଷ ଉଡିପାରିବ ନାହିଁ । ଯଦି ଆମେ ପକ୍ଷୀ ପରି ଡେଣାବି ଲଗାଇ ଦେବା ତେବେ ପୃଥିବୀ ଆମକୁ ତଳକୁ ଟାଣି ଆଣିବ । କିନ୍ତୁ ଯେତେବେଳେ ପକ୍ଷୀମାନେ ନିଜର ଡେଣା ହଲାନ୍ତି ସେତେବେଳେ ସେମାନେ ପବନରେ ଉଡ଼ିବା ଆରମ୍ଭ କରନ୍ତି । ତେବେ ଏଠାରେ କହି ରଖିବୁ ଯେ ପକ୍ଷୀମାନଙ୍କର ଡେଣାରେ ଏହିପରି କିଛି ଅଛି ଯାହା ବାୟୁକୁ କାଟିପାରେ । ଏହାଦ୍ୱାରା ସେମାନଙ୍କର ଉଡିବା ସଫଳ ହୋଇଥାଏ । ଆଉ ଏକ କାରଣ ହେଉଛି ଗୋଟିଏ ପକ୍ଷୀ ତୁଳନାରେ ମଣିଷର ଓଜନ ବହୁତ ବେଶୀ । ସେଥିପାଇଁ ଆପଣ ଦେଖିଥିବେ ଯେ ପକ୍ଷୀ ଯେତେ ବଡ଼ ହୋଇଥିବ ତାର ଡେଣା ସେତେ ବିଶାଳ ହୋଇଥିବ ।

प्रतीकात्मक तस्वीर

ଯେତେବେଳେ ପକ୍ଷୀମାନେ ଆକାଶରେ ଉଡ଼ନ୍ତି ସେତେବେଳେ ପବନ ସେମାନଙ୍କ ଡେଣାର ଉଭୟ ଉପର ଏବଂ ତଳରୁ ଯାଇଥାଏ । ଡେଣାଗୁଡିକ ଏପରି ସୃଷ୍ଟି ହୋଇଛି ଯେ ଡେଣା ଉପରେ ପବନର ବେଗ ସବୁବେଳେ ଡେଣା ତଳେ ଥିବା ଗତିଠାରୁ ଅଧିକ ଥାଏ ଏବଂ ଫଳସ୍ୱରୂପ ଡେଣା ଉପରେ ଚାପ ନିମ୍ନ ଅପେକ୍ଷା କମ୍ ଥାଏ । ଏହି କାରଣରୁ, ପକ୍ଷୀ ଉଡିବା ସମୟରେ ତଳେ ପଡ଼େ ନାହିଁ । ପକ୍ଷୀମାନେ ବାୟୁରେ ଉଡ଼ିବାବେଳେ ଡେଣା ହଲାଇବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଏହି କାର୍ଯ୍ୟ ଦ୍ୱାରା, ପକ୍ଷୀମାନେ ବଳ ପ୍ରୟୋଗ କରି ବାୟୁରେ ଆଗକୁ ବଢି଼ଥାନ୍ତି , ଡେଣାର ପ୍ରଭାବରେ ପକ୍ଷୀମାନେ ଅଧିକ ଉଚ୍ଚତାକୁ ଯାଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.