୩ ମାସର ଦୁଇ ସନ୍ତାନକୁ କାହିଁକି କୂଅ ଭିତରକୁ ଫିଙ୍ଗି ଦେଲା ମା ?

ଜଣେ ମା ନିଜ ୩ ମାସର ଦୁଇ ସନ୍ତାନଙ୍କ ସହ ଯାହା କରିଛି ତାହା ଆପଣ ଭାବିଲେ ବି ଆପଣଙ୍କ ଲୋମ ଟାଙ୍କୁରି ଉଠିବ। କାରଣ ଏପରି ଅମାନବୀୟ କାଣ୍ଡ ଜଣେ ମା କରିପାରେ ସେକଥା ହୁଏତ ଆପଣଙ୍କର ବିଶ୍ୱାସ ହେଉନଥିବ । ହେଲେ ଜଣେ ମା ୧୦ ମାସ ଗର୍ଭରେ ଧରି ଏତେ କଷ୍ଟ ସହି ୩ ମାସ ତଳେ ଯେଉଁ ଛୁଆକୁ ଜନ୍ମ ଦେଇଥିଲା ଆଜି ସେହି କୂଅରେ ଫୋପାଡ଼ି ଦେଇଛି । ଏଭଳି ଲୋମ ହର୍ଷଣକାରୀ ଘଟଣା ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ପଞ୍ଚାୟତ ମୁଣ୍ଡାଢ଼ିପ ସାହିରେ ଘଟିଯାଇଛି ।

ଖାଲି ପଡ଼ିଛି ଝୁଲଣା। ଏ ଝୁଲଣାରେ ଝୁଲିବା ପାଇଁ ଆଉ ନାହାନ୍ତି ଯାଆଁଳା ଭାଇ ଭଉଣୀ । ଯେଉଁ ଝୁଲଣାରେ ଭାଇ ଭଉଣୀ ଝୁଲି ଥାଆନ୍ତେ ଆଉ କୁଆଁ କୁଆଁ ଶଦ୍ଦରେ ପୂରି ଉଠିଥାଆନ୍ତା ଘର। ଆଜି ସେହି ଘର ଖାଁ ଖାଁ ହୋଇଯାଇଛି ଶୁଭାଯାଉନି ଶଦ୍ଦ । କାରଣ ଜଣେ ମା ତା ମମତାର ତଣ୍ଟି ଚିପି ଦେଇଛି । ନିଷ୍ପାପ ଶିଶୁ ଦୁହେଁ ବିବାହର ଦୀର୍ଘ ବର୍ଷ ପରେ ଯେଉଁ ମା ହେବାର ସୌଭାଗ୍ୟ ପାଇଥିଲା ଆଜି ସେ ନିଜେ ତା କୋଳ ଖାଲି କରି ଦେଇଛି ।

ହଁ ଆଜ୍ଞା, ଜଣେ ମା ନିଜ ୩ ମାସର ଦୁଇ ସନ୍ତାନଙ୍କ ସହ ଯାହା କରିଛି ତାହା ଆପଣ ଭାବିଲେ ବି ଆପଣଙ୍କ ଲୋମ ଟାଙ୍କୁରି ଉଠିବ। କାରଣ ଏପରି ଅମାନବୀୟ କାଣ୍ଡ ଜଣେ ମା କରିପାରେ ସେକଥା ହୁଏତ ଆପଣଙ୍କର ବିଶ୍ୱାସ ହେଉନଥିବ । ହେଲେ ଜଣେ ମା ୧୦ ମାସ ଗର୍ଭରେ ଧରି ଏତେ କଷ୍ଟ ସହି ୩ ମାସ ତଳେ ଯେଉଁ ଛୁଆକୁ ଜନ୍ମ ଦେଇଥିଲା ଆଜି ସେହି କୂଅରେ ଫୋପାଡ଼ି ଦେଇଛି । ଏଭଳି ଲୋମ ହର୍ଷଣକାରୀ ଘଟଣା ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ପଞ୍ଚାୟତ ମୁଣ୍ଡାଢ଼ିପ ସାହିରେ ଘଟିଯାଇଛି ।

ଏପରି କାଣ୍ଡ ଘଟାଇ ମା’ ନାଁରେ କଳଙ୍କ ସାଜିଥିବା ମହିଳା ଜଣକ ହେଉଛନ୍ତି ତପସ୍ୱନୀ । ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟ। ମୁଣ୍ଡା ଢ଼ିପ ସାହିର ସୁନୀଲ କୁମାର ସାହୁଙ୍କ ଘରୁ ହଠାତ ଚିତ୍କାର ଶୁଭିଲା । ଘରେ ତାଙ୍କର ୩ମାସର ଦୁଇ ଶିଶୁ ନାହାଁନ୍ତି । ତୁରନ୍ତ ସାହି ପଡିଶା ଘର ଆଗରେ ରୁଣ୍ଡ ହୋଇଗଲେ । ଶିଶୁଙ୍କ ମା ତପସ୍ୱିନୀ ସାହୁ କୁଆଡେ ସେତେବେଳେ ସାହି ମୁଣ୍ଡରେ ଥିବା ଜଣକ ଘରକୁ କ୍ଷୀର ଆଣିବାକୁ ଯାଇଥିଲେ । ଆସି ଦେଖିଲା ବେଳକୁ ଶିଶୁଦୁହେଁ ନାହାନ୍ତି । ସେ ନିଜେ ଚିତ୍କାର କରି ସମସ୍ତଙ୍କୁ ଡାକିଥିଲେ। କାରଣ ସେତେବେଳ ତାଙ୍କ ସ୍ୱାମୀ ସୁନୀଲ ଓ ଅନ୍ୟମାନେ କେହି ଘରେନଥିଲେ । ବହୁ ଖୋଜା ଖୋଜି ପରେ ଶିଶୁ ଦୁହିଁଙ୍କ ମୃତ ଦେହ ଘର ପଛପଟେ ଥିବା କୂଅ ଭିତରେ ଭାସୁଥିଲା । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ବନ୍ତଳା ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସେତେବେଳେ ପରିବାର ଲୋକେ କେହି ପୂର୍ବ ଶତ୍ରୁତାରୁ ଏଭଳି କରିଥାଇପାରେ ବୋଲି ସନ୍ଦେହ କରୁଥିଲେ । ପୋଲିସ ପହଞ୍ଚି ଘଟଣା ଦିନରାତିରେ ହିଁ ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇ ଦେଇଥିଲା । ହେଲେ ଶିଶୁଙ୍କ ମୃତ୍ୟୁର କାରଣ ପୋଲିସ ବହୁ ଉଦ୍ୟମ କରି ମଧ୍ୟ ପାଇପାରି ନଥିଲା। ଘଟଣା ପରଦିନ ଅର୍ଥାତ ଗୁରୁବାର ସକାଳେ ସବୁକିଛି ସ୍ପଷ୍ଟ ହୋଇଯାଇଥିଲା। ତପସ୍ୱିନୀ ନିଜେ ତାଙ୍କ ସ୍ୱାମୀ ସୁନୀଳକୁ କହିଥିଲେ ଯେ ସେ ନିଜେ ତାଙ୍କ ସଂସାର ଉଜୁଡ଼ାଇ ଦେଇଛନ୍ତି । ନିଜେ ଶିଶୁଙ୍କୁ ନେଇ କୂଅରେ ପକାଇ ଦେଇଛନ୍ତି । ହେଲେ ଏହାର କାରଣ କଣ ତାହା ଆଦୌ କହିନଥିଲେ । ତପସ୍ୱିନୀଙ୍କ ମୁହଁରୁ ଏକଥା ଶୁଣିବାପରେ ସୁନିଲଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ସେ ନିଜେ ପୋଲିସକୁ ଫୋନ କରି ଜଣାଇ ଦେଇଥିଲେ। ପୋଲିସ ତପସ୍ୱିନୀଙ୍କୁ ଥାନାକୁ ନେଇଥିଲେ। ବହୁ ପଚରା ଉଚରା ପରେ ମଧ୍ୟ ତପସ୍ୱିନୀ ଶିଶୁମାନଙ୍କୁ ନିଜେ କୂଅରେ ପକାଇ ହତ୍ୟା କରିଥିବା ସ୍ୱୀକାର କରିଥିଲେ ମଧ୍ୟ ଏହାର କାରଣ କହୁନଥିବା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏପରିକି ପରିବାର ଲୋକେ ମଧ୍ୟ ଦ୍ଵନ୍ଦରେ ରହୁଛନ୍ତି । କାରଣ କେବେ ବି ତପସ୍ୱିନୀ ଓ ସୁନୀଲ ମଧ୍ୟରେ ମନାନ୍ତର ନଥିଲା ।

ତେବେ ବିବାହର ୧୨ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କର ସନ୍ତାନ ହେଉନଥିଲା । ବହୁ ଡାକ୍ତର ଦେଖାଇବା ପରେ ଟଙ୍କା ଖର୍ଚ୍ଚ କରି ଅକୋଟବର ୧୧ ତାରିଖରେ ଉଭୟଙ୍କର ଯାଆଁଳା ପୁଅ,ଝିଅ ହୋଇଥିଲେ । ସୁନୀଲଙ୍କ ୨ ବଡ଼ଭାଇ ଥିବା ବେଳେ ବଡ଼ ଭାଇ ବିବାହ କରି ନ ଥିଲେ । ମଝିଆ ଭାଇଙ୍କ ବିବାହକୁ ୨୨ ବର୍ଷ ପୂରି ଯାଇଥିଲେ ବି ତାଙ୍କର କିଛି ପିଲା ଛୁଆ ନ ଥିଲେ। ତେଣୁ ସୁନୀଲଙ୍କ ଦୁଇ ଛୁଆ ହେବା ପରେ ପରିବାର ହସଖୁସିରେ ପୂରି ଉଠିଥିଲା।ସୁନୀଲ ଓ ତପସ୍ୱିନୀଙ୍କ ବିବାହପ୍ରାୟ ୧୨ ବର୍ଷପୂର୍ବେହୋଇଥିଲା। ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ଝଗଡା କେବେ ବି ହେଉନଥିଲା । କିନ୍ତୁ ତପସ୍ୱିନୀଙ୍କର କିଛିଦିନ ହେଲା ପେଟ ଯନ୍ତ୍ରଣା ହେଉଥିଲା । ସେ ଦୈନିକ ଔଷଧ ଖାଉଥିଲେ । ତେଣୁ ଶିଶୁମାନଙ୍କର ଯତ୍ନ ନେବାଠାରୁ ଘରର କିଛି କାମ ସେ କରୁନଥିଲେ । ଘରେ ଅନ୍ୟମାନେ ଏସବୁ କରୁଥିଲେ। ଏଭଳି ସ୍ଥିତିରେ କାହିଁକି ଏମିତି କଲେ ତାହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟିକରିଛି । ଥାନାରେ ବହୁ ପଚରା ଉଚରାପରେ ମଧ୍ୟ ସେ କିଛି କହିନଥିଲେ। କେବଳ ଶିଶୁମାନଙ୍କୁ ନେଇ କୂଅରେ ପକାଇ ଦେଇଥିବା ମାନିଥିଲେ । ଏଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି । ସମସ୍ତଙ୍କ ଆଖିରୁ ଲୁହ ଶୁଖୁନି । ଜନ୍ମ କଲା ମା ନିଜ ଛୁଆକୁ ନିଜେ କୂଅରେ ପକାଇ ମାରିଦେବା ଘଟଣାକୁ କେହି ସହଜରେ ବିଶ୍ୱାସ କରିପାରୁ ନାହାଁନ୍ତି । ତେଣୁ ଏମିତି ପିସାଚୀ ମାକୁ କଠୋର ଶାସ୍ତି ମିଳୁ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଅନୁଗୁଳ ଏସ୍ଡିପିଓ ରମାକାନ୍ତ ମାହାଳିକ ସୂଚନା ଦେଇଛନ୍ତି ଯେ ସୁନୀଲ ସାହୁ ଲିଖିତ ଅଭିଯୋଗ କରିବା ପରେ ବନ୍ତଳା ଥାନାରେ ଦଫା ୩୦୨ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ତପସ୍ୱିନୀଙ୍କ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.