ଶୋଇଥିବା ବେଳେ ମା’ କୋଳରୁ ପିଲା ଚୋରି, ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଲା ଦୃଶ୍ୟ

ମା' କୋଳରୁ ପିଲା ଚୋରି। ଗଞ୍ଜାମ ଖଲ୍ଲିକୋଟ ବସଷ୍ଟାଣ୍ଡରେ ମା' କୋଳରୁ ପିଲା ଚୋରି ଅଭିଯୋଗ। ରାତିରେ ଶୋଇଥିବା ବେଳେ ପିଲାକୁ ନେଇଗଲା ଆଉ ଜଣେ ମହିଳା। ଆଜି ସକାଳେ ପିଲା ନଥିଲା।

ବ୍ରହ୍ମପୁର : ମା’ କୋଳରୁ ପିଲା ଚୋରି। ଗଞ୍ଜାମ ଖଲ୍ଲିକୋଟ ବସଷ୍ଟାଣ୍ଡରେ ମା’ କୋଳରୁ ପିଲା ଚୋରି ଅଭିଯୋଗ। ରାତିରେ ଶୋଇଥିବା ବେଳେ ପିଲାକୁ ନେଇଗଲା ଆଉ ଜଣେ ମହିଳା। ଆଜି ସକାଳେ ପିଲା ନଥିଲା। ଖଲ୍ଲିକୋଟ ବାଣିଆ ଗାଁର ଜଣେ ମହିଳା ତାଙ୍କ ମାଆଙ୍କ ସହ ନିଜର ୧୦ ମାସର ଶିଶୁପୁତ୍ରକୁ ଧରି ଗତ କିଛି ଦିନ ହେଲା ଖଲ୍ଲିକୋଟ ବସଷ୍ଟାଣ୍ଡରେ ଥିବା ଏକ ଲୁଗା ଦୋକାନ ବାରଣ୍ଡାରେ ରାତିରେ ବିଶ୍ରାମ ନେଉଥିଲେ। ମଙ୍ଗଳବାର ରାତିରେ ଶୋଇବା ପରେ ଆଜି ସକାଳୁ ଉଠି ଦେଖିବା ବେଳକୁ ଶିଶୁପୁତ୍ର ନ ଥିଲା ।

ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ଖବର ପାଇ ଖଲ୍ଲିକୋଟ ଥାନା ଏସ ଆଇ ପିଙ୍କିନି ପଟ୍ଟନାୟକ ପହଞ୍ଚି ଦୋକାନର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ତାଙ୍କ ନିକଟରେ ଶୋଇଥିବା ଆଉ ଜଣେ ମହିଳା ପିଲାଟିକୁ କାନ୍ଧରେ ପକାଇ ଭୋର ୫.୨୦ ସମୟରେ ନେଇ ଯାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।

ଏହାପରେ ପିଲାଟିକୁ ଉଦ୍ଧାର କରିବା ପାଇଁ ପୋଲିସ ତଦନ୍ତକୁ ଜୋରଦାର କରିଛି । ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ପହଞ୍ଚି ଖଲ୍ଲିକୋଟରୁ ଆସିକା ରାସ୍ତାରେ ଥିବା ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି । ପିଲା ଚୋରି କରିଥିବା ମହିଳା ଜଣକ ଭଞ୍ଜନଗର ଅଞ୍ଚଳର ବୋଲି ପୋଲିସ ଜାଣିବାକୁ ପାଇଛି । ଖୁବଶୀଘ୍ର ଶିଶୁପୁତ୍ରକୁ ଉଦ୍ଧାର କରାଯିବ ବୋଲି ପୋଲିସ ସୂଚନା ଦେଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.