ଜୟପୁର: ହୋଟେଲ ଭିତରକୁ ପଶି ଆସିଲା କଲରାପତରିଆ ବାଘ, ବନ ବିଭାଗ ଟିମ୍‌ ନାକେଦମ୍‌

ରାଜସ୍ଥାନର ଜୟପୁରରେ ଏକ ଘରୋଇ ହୋଟେଲ ଭିତରକୁ କଲରାପତରିଆ ବାଘ ପଶି ଆସିଥିଲା । ଏଠାରେ ଥିବା କ୍ୟାସଲ କାନୋତା ହେରିଟେଜ୍‌ ହୋଟେଲ ଭିତରକୁ ବାଘଟି ପଶି ଆସିବା ଫଳରେ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ । ବହୁ ପରିଶ୍ରମ ପରେ ବାଘକୁ ସେଠାରୁ ବାହାର କରାଯାଇଥିଲା ।

ରାଜସ୍ଥାନର ଜୟପୁରରେ ଏକ ଘରୋଇ ହୋଟେଲ ଭିତରକୁ କଲରାପତରିଆ ବାଘ ପଶି ଆସିଥିଲା । ଏଠାରେ ଥିବା କ୍ୟାସଲ କାନୋତା ହେରିଟେଜ୍‌ ହୋଟେଲ ଭିତରକୁ ବାଘଟି ପଶି ଆସିବା ଫଳରେ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ । ବହୁ ପରିଶ୍ରମ ପରେ ବାଘକୁ ସେଠାରୁ ବାହାର କରାଯାଇଥିଲା । ଯଦିଓ ବାଘଟି ହୋଟେଲର କୌଣସି କର୍ମଚାରୀଙ୍କର କୌଣସି କ୍ଷତି କରିନାହିଁ ।

ମିଳିଥିବା ସୂଚନା ମୁତାବକ, ଗୁରୁବାର ସକାଳ ୯ଟା ୪୦ରେ କ୍ୟାସଲ କାନୋତା ହେରିଟେଜ୍‌ ହୋଟେଲକୁ ଏକ କଲରାପତରିଆ ବାଘ ପଶି ଆସିଥିଲା । ବାଘ ପଶିଥିବାର ଦେଖି ହୋଟେଲରେ ଥିବା ପର୍ଯ୍ୟଟକଙ୍କୁ ତୁରନ୍ତ ବାହାର କରାଯାଇଥିଲା ।

ହୋଟେଲର କର୍ମଚାରୀ, ସ୍ଥାନୀୟ ଅଧିକାରୀ ଏବଂ ବନ୍ୟପ୍ରାଣୀ ଉଦ୍ଧାରକାରୀ ଟିମ୍‌ ବାଘକୁ କାବୁ କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅକ୍ଳାନ୍ତ ପରିଶ୍ରମ ପରେ ବାଘକୁ କାବୁ କରାଯାଇଥିଲା । ତେବେ ସମସ୍ୟା ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ କୁକୁରମାନେ ଭୁକିବା ଆରମ୍ଭ କରିଥିଲେ । କର୍ମଚାରୀମାନେ କୁକୁରମାନଙ୍କୁ ଶାନ୍ତ ରଖିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଶାନ୍ତ ପଡ଼ି ନ ଥିଲେ । ଫଳରେ ହୋଟେଲ ମାଲିକ ତୁରନ୍ତ ଏ ନେଇ ବନ ବିଭାଗ ଟିମ୍‌କୁ ସୂଚନା ଦେଇଥିଲେ ।

ଖବର ପାଇ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ହୋଟେଲ ଭିତରେ ପଶିଥିବା ବାଘକୁ ସଫଳତାପୂର୍ବକ ଟ୍ରାଙ୍କୁଲାଇଜ କରିଥିଲା । ବାଘକୁ ନାହରଗଡ଼ ରେସ୍‌କ୍ୟୁ ସେଣ୍ଟରକୁ ନିଆଯାଇଛି । ଜଙ୍ଗଲରେ ଛାଡ଼ିବା ପୂର୍ବରୁ ସେଠାରେ ତା’ର ପ୍ରାଥମିକ ଉପଚାର କରାଯାଇଛି । ତେବେ ଏହି ବାଘ ଖାଦ୍ୟ ଓ ପାନୀୟ ସନ୍ଧାନରେ ହୋଟେଲ ଭିତରକୁ ପଶିଆସିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.