କେବେ ଭାବିଛନ୍ତି . . . ଖାକି ନୁହେଁ, କୋଲକାତା ପୋଲିସ୍ କାହିଁକି ପିନ୍ଧେ ଧଳା ବର୍ଦ୍ଦି ?

ପୋଲିସ୍ କଥା ଉଠିଲା ମାତ୍ରେ ମନକୁ ଆପେ ଆପେ ଖାକି ବର୍ଦ୍ଦି ଚାଲିଆସେ । କିନ୍ତୁ ଯଦି ଆପଣ କୋଲକାତା ଯିବେ ତେବେ ଏଠାରେ ପୋଲିସକୁ ଆପଣ ଖାକିରେ ନୁହେଁ ବରଂ ଧଳା ବର୍ଦ୍ଦିରେ ଦେଖିବାକୁ ପାଇବେ । ପୁରା ଦେଶରେ କେବଳ କୋଲକାତା ଏମିତି ସହର ଯେଉଁଠି ଭାରତୀୟ ପୋଲିସ୍ ଧଳା ବର୍ଦ୍ଦି ପିନ୍ଧିଥାଏ । କିନ୍ତୁ କଣ ଆପଣ ଜାଣନ୍ତି ଏପରି କାହିଁକି ହୋଇଥାଏ ? ଯଦି ଜାଣି ନାହାଁନ୍ତି ଆଜି ଆମେ କହିବୁ କୋଲକାତା ପୋଲିସର ଏହି ଡ୍ରେସ୍ କୋର୍ଡ ପଛର ଇତିହାସ ।

କୋଲକାତା ପୋଲିସର ଗଠନ ୧୮୪୫ରେ ବ୍ରିଟିଶ୍ ସାମ୍ରାଜ୍ୟ ସମୟରେ ହୋଇଥିଲା । ୧୯୪୭ ପରେ ଇଂରେଜ୍ ତ ଚାଲିଗଲେ ହେଲେ ସେମାନଙ୍କ ଏହି ଚିହ୍ନ ଛାଡିଦେଇଗଲେ ।

ତେବେ ଏହା ପଛରେ ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଖାଲିରେ ଇଂରେଜମାନେ କୋଲକାତା ପାଇଁ ଧଳା ୟୁନିଫର୍ମ ବାଛି ନାହାଁନ୍ତି । ପ୍ରକୃତରେ ସମୁଦ୍ର ନିକଟବର୍ତ୍ତୀ ହୋଇଥିବାରୁ ଏଠାରେ ଗରମ ଏବଂ ଆର୍ଦ୍ରତା ବର୍ଷ ସାରା ରହିଥାଏ । ତେଣୁ ଧଳା ରଙ୍ଗ ସୂର‌୍ୟ୍ୟଙ୍କ କିରଣକୁ ପ୍ରତିଫଳନ କରି ଗରମରୁ ରକ୍ଷା କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.