କ’ଣ ପାଇଁ କୂଅର ଆକାର ଗୋଲ୍ ହୋଇଥାଏ ? କେବେ ଭାବିଛନ୍ତି କି, ଜାଣନ୍ତୁ ଏହା ପଛର କାରଣ

ବର୍ତ୍ତମାନ ଆପଣଙ୍କ ଘର ଭିତରେ ପାଣିର ସମସ୍ତ ସୁବିଧା ରହିଛି। ସମସ୍ତଙ୍କ ଘରେ ପାଣି ପହଞ୍ଚାଇବା ପାଇଁ ପାଇପଲାଇନ୍ ଲାଗିଛି । ପମ୍ପ ଚଲାଇ ଅପହଞ୍ଚ ଅଞ୍ଚଳରୁ ମଧ୍ୟ ସହଜରେ ପାଣି ଆଣିହେଉଛି । କିନ୍ତୁ ଏବେ ବି ଗାଁମାନଙ୍କରେ କୂଅରୁ ଲୋକେ ପାଣି ପିଅନ୍ତି । ଆଗ କାଳରୁ ଏମିତି କୂଅରୁ ଯାଇ ଲୋକେ ଗାଧୋଇବା ଠାରୁ ଆରମ୍ଭ କରି ଖାଇବା, ପିଇବା, ରୋଷେଇ କରିବା ପାଇଁ ଏହା ଉପରେ ନିର୍ଭର କରୁଥିଲେ। କିନ୍ତୁ ଏବେ ଧିରେ ଧିରେ କୂଅ ସଂଖ୍ୟା କମିବାରେ ଲାଗିଛି । କିନ୍ତୁ ଗାଁମାନଙ୍କରେ ଏବେ ବି କୂଅ ଦେଖିବାକୁ ମିଳେ । ପ୍ରତିଦିନ ପାଣି ପାଇଁ ଏହାକୁ ବ୍ୟବହାର କରାଯାଏ । କୂଅ କେବଳ ଗୋଲ ନୁହେଁ ଚାରିକୋଣିଆ ମଧ୍ୟ ରହିଥାଏ। କିନ୍ତୁ ଅଧିକାଂଶ କୂଅ ଗୋଲ ରହିଥାଏ। ତେବେ ଆପଣ କେବେ ଭାବିଛନ୍ତି କି କୂଅର ଆକାର ଗୋଲ୍ କଣ ପାଇଁ ହୋଇଥାଏ ?

କାରଣ କ’ଣ ?

କୂଅର କାରଣ ଗୋଲ୍ ହେବା ପଛରେ କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଏହାର ମୁଖ୍ୟ କାରଣ ଏହା ଯେ ଯଦି କୂଅ ଭିତରେ ପାଣି ଯଦି ଫୁଲିଯାଏ ବା ଉଛୁଳିଯାଏ ତେବେ ସେହି ପରିସର ମଧ୍ୟରେ ଘୁରିଯାଏ ଏବଂ ଘୁରି ଘୁରି ଉପରକୁ ଆସିଯାଏ । କିନ୍ତୁ ଯଦି ଏହାର ଚାରିକୋଣିଆ ହୋଇଥାଏ ତେବେ ତଳକାନ୍ଥକୁ ପାଣି ଦୁର୍ବଳ କରିଦିଏ । କୂଅ ଗୋଲ୍ ହେବା ଯୋଗୁଁ ପାଣି କୂଅର କାନ୍ଥରେ ପିଟିହୁଏନି ବରଂ ଘୁରିଯାଏ ଯାହା ଫଳରେ ଭିତରର କାନ୍ଥ ଭାଙ୍ଗିବା ସମ୍ଭାବନା କମ୍ ଥାଏ ।

well
photo credit: Zee News

କୂଅ ଖୋଳାଯିବା ସମୟରେ ଗୋଲ୍ ଆକାରରେ ସହଜରେ ଡ୍ରିଲ୍ କରିହୁଏ । କୂଅରେ ପାଣି ଷ୍ଟୋର କରିବା ସମୟରେ ମଜଭୁତି ଗୋଲ୍ ଆକାରରେ ମିଳିଥାଏ । ଯଦି କୂଅ ଚାରିକୋଣିଆ ହୁଏ ତେବେ ପାଣିର ଚାପ ୪ କୋଣରେ ପଡିଥାଏ ଫଳରେ କାନ୍ଥ ଦୁର୍ବଳ ହେବା ଭୟ ରୁହେ । କେବଳ ସେତିକି ନୁହେଁ, ଗୋଲ୍ ଯୋଗୁଁ କୂଅ ସହଜରେ ଭୁଷୁଡେନାହିଁ । ଗୋଲ କୂଅ ଅଧିକ ଚାପ ସହିବାରେ ସକ୍ଷମ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.