ଲମତାପୁଟ-ମାଛକୁଣ୍ଡ ପୋଲିସକୁ ସଫଳତା: ବାଙ୍ଗୁରଗୁଡ଼ା ଘାଟି ନିକଟରୁ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗାଡ଼ି ଜବତ

କେରାପୁଟ: ଲମତାପୁଟ -ମାଛକୁଣ୍ଡ ପୋଲିସକୁ ସଫଳତା । ସଗର ଛକ ନିକଟ ବାଙ୍ଗୁରଗୁଡ଼ା ଘାଟି ନିକଟରୁ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଗାଡ଼ି ଜବତ ହୋଇଛି। ଟ୍ରାକ୍ଟରରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି।

୩ କ୍ୱିଣ୍ଟାଲ ୯୦ କେଜି ଗଞ୍ଜେଇ ସହ ଟ୍ରାକ୍ଟରକୁ ଜବତ କରାଯାଇଛି। ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଗାଡ଼ିର ଅସଲି ନମ୍ବର ଯାଞ୍ଚ କରି ସଂପୃକ୍ତ ଆସାମୀକୁ ଗିରଫ କରାଯିବ ବୋଲି ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି। ଛତିଶଗଡକୁ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.