ଭ୍ୟାକ୍ସିନ ନେଇଥିବା ଲୋକଙ୍କ ପାଇଁ ଅଧିକ ଘାତକ ହେବ କରୋନା? ଭାରତୀୟ ବୈଜ୍ଞାନିକ କହିଲେ ସତ

କରୋନା ମାମଲା ବଢ଼ୁଥିବାରୁ ଏବେ ଦେଶରେ ଟିକାକରଣ ବି ଜୋରଦାର ଚାଲିଛି। ତେବେ ଇତି ମଧ୍ୟରେ ଫ୍ରାନ୍ସର ବାୟୋଲୋଜିଷ୍ଟ ତଥା ନୋବେଲ ପୁରସ୍କାର ବିଜେତା ଲ୍ୟୁକ ମାଣ୍ଟେଗ୍ନିୟରଙ୍କ ମନ୍ତବ୍ୟ ସବୁଆଡ଼େ ଭୟର ବାତାବରଣ ସୃଷ୍ଟି କରିଛି। ଲ୍ୟୁକ କହିଥିଲେ ଯେ ଟିକା ନେବାର ୨ ବର୍ଷ ପରେ ମୃତ୍ୟୁ ସୁନିଶ୍ଚିତ। ତେବେ ଏନେଇ ଭାରତୀୟ ବୈଜ୍ଞାନିକ ନିଜ ମତ ଦେଇଛନ୍ତି ଓ ଏହା ସମ୍ପୂର୍ଣ୍ଣ ଭୁଲ ବୋଲି ସେ କହିଛନ୍ତି।

ଭାରତୀୟ ବୈଜ୍ଞାନିକ ଗଗନଦୀପ କାଙ୍ଗ କହିଛନ୍ତି ଟିକା ନେବା ପରେ ଶରୀରର ଇମ୍ୟୁନିଟି ସିଷ୍ଟମ ମଜଭୁତ ହେବ। ଏଣୁ ଲୋକ ମରିବ କେମିତି। ଟିକା ନେବାର କିଛି ଦିନ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମୁଥିବାରୁ ଲୋକେ ରୋଗାଗ୍ରସ୍ତ ହେଉଛନ୍ତି। କିନ୍ତୁ ସମୟ ବଢ଼ିବା ସହ ଇମ୍ୟୁନିଟି ବଢ଼ୁଛି ଓ ପୁଣି ସୁସ୍ଥ ହେଉଛନ୍ତି।

ଦ୍ଵିତୀୟ ଡୋଜ୍ ପରେ ବି ଶରୀରରେ ସେଭଳି ପ୍ରତିକ୍ରିୟା ଦେଖାଯାଉଛି। କିନ୍ତୁ ଏହା ଦ୍ୱାରା ଶରୀର ମଜଭୁତ ହେଉଛି। ଟିକା ଯୋଗୁ କାହାର ମୃତ୍ୟୁ ହେଉନାହିଁ। ଶରୀରରେ ଅନ୍ୟ ରୋଗ ଥିଲେ କିମ୍ବା ଔଷଧ କାମ ଦେଉନଥିଲେ, ସେଭଳି ସ୍ଥିତିରେ ରୋଗୀର ମୃତ୍ୟୁ ହେଉଛି।

କିନ୍ତୁ ଟିକା ନେବା ପରେ କରୋନା ସହ ଲଢ଼ିବାକୁ ଅଧିକ ଶକ୍ତି ମିଳୁଛି। ନୂଆ ନୂଆ ଭ୍ୟାରିଏଣ୍ଟ ସହ ଲଢ଼ିବାକୁ ଶରୀର ଆପେ ପ୍ରସ୍ତୁତ ହେଉଛି। କାରଣ ଶରୀରର ଆଣ୍ଟିବଡି ସବୁ ବାହ୍ୟ ପରିସ୍ଥିତି ସହ ମୁକାବିଲା କରିବାକୁ ନିଜକୁ ବଦଳାଇଥାନ୍ତି ଓ ମଜଭୁତ ବନାଇଥାନ୍ତି। ଏଭଳି ସ୍ଥିତିରେ ଟିକା ତାଙ୍କୁ ସପୋର୍ଟ ଦେଇଥାଏ। ଏଣୁ ଏଭଳି ଗୁଜବକୁ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.