ତୁଳସୀ ମା’କୁ ଖୁସି କରିବା ପାଇଁ କରନ୍ତୁ ଏହି ଉପାୟ, ଆପଣଙ୍କ ଉପରେ ରହିବ ଦେବତାଙ୍କ ଆଶୀର୍ବାଦ

ଘରେ ତୁଳସୀ ଗଛ ରଖିବା ବହୁତ ଶୁଭ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ, ତୁଳସୀ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ। ଯେଉଁ ଘରେ ତୁଳସୀ ଗଛ ଥାଏ, ସେହି ଘରେ ସୁଖ, ସମୃଦ୍ଧି ବାସ କରିଥାଏ। ଆଜି ଆମେ ଆପଣଙ୍କୁ ତୁଳସୀ ମା’ଙ୍କ ସେବାର କିଛି ଉପାୟ ବିଷୟରେ କହିବୁ, ଯାହାକୁ ଆପଣାଇଲେ ସବୁ ଦେବଦେବୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ।

୧. ରବିବାର ଏବଂ ଏକାଦଶୀକୁ ଛାଡ଼ି ତୁଳସୀ ମୂଳରେ ପ୍ରତିଦିନ ଜଳ ଅର୍ପଣ କରନ୍ତୁ। କୁହାଯାଏ କି, ରବିବାର ଓ ଏକାଦଶୀ ଦିନ ତୁଳସୀ ମା’ ଠାକୁରଙ୍କ ପାଇଁ ବ୍ରତ ରଖିଥାନ୍ତି। ମା’ କେବଳ ଏହି ଦୁଇ ଦିନ ବିଶ୍ରାମ କରନ୍ତି ଏବଂ ନିଦ୍ରା ଯାଆନ୍ତି।

୨. ମଝିରେ ମଝିରେ ତୁଳସୀ ମଞ୍ଜିକୁ ବାହାର କରି ଅଲଗା କରି ଦିଅନ୍ତୁ। ନଚେତ ତୁଳସୀ ଗଛ ଶୁଖି ଯାଇଥାଏ। ରବିବାର ଓ ଏକାଦଶୀ ଦିନ ଏହି କାର୍ଯ୍ୟ କରିବା ଉଚିତ ନୁହେଁ।

୩. ନଖରେ କେବେ ବି ତୁଳସୀ ପତ୍ର ଛିଣ୍ଡାଇବା ଉଚିତ ନୁହେଁ।

୪. ଯେଉଁ ମହିଳାଙ୍କର ମାସିକ ଧର୍ମ ଚାଲିଛି, ସେମାନେ ତୁଳସୀ ଗଛଠୁ ଦୂରରେ ରୁହନ୍ତୁ। ଏହି ସମୟରେ ତୁଳସୀ ଗଛକୁ ଛୁଇଁଲେ ସେ ମରି ଯାଇଥାଏ।

୫. ତୁଳସୀ ଗଛ ଆଖପାଖରେ ବସ୍ତ୍ର ଶୁଖାନ୍ତୁ ନାହିଁ। ଓଦା ବସ୍ତ୍ରରୁ ସାବୁନ ଗନ୍ଧ ବାହାରେ ଏବଂ ସେଥିରେ ବ୍ୟାକ୍ଟେରିଆ ଲୁଚି ଥାଆନ୍ତି, ଯେଉଁ କାରଣରୁ ତୁଳସୀରେ ମଧ୍ୟ ପୋକ ଲାଗି ପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.