ମହିଳାଙ୍କ ଡେଲିଭରୀ ପାଇଁ ଡାକ୍ତର ପ୍ରସ୍ତୁତ ହେଉଥିବା ବେଳେ ୪ ମିନିଟ୍‌ରେ ଜନ୍ମ କରିଦେଲେ ଛୁଆ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ମା’ ହେବା ଏପରି ଏକ ଅନୁଭବ, ଯାହାକୁ କୌଣସି ଶବ୍ଦରେ କହିବା ଅସମ୍ଭବ। ଛୁଆକୁ ଜନ୍ମ ଦେବା ପରେ ମା’କୁ ଯେଉଁ ଖୁସି ମିଳିଥାଏ, ତାହା କେଉଁ ଖୁସିରେ ମଧ୍ୟ ମିଳିନଥାଏ। ଅବଶ୍ୟ ଛୁଆ ଜନ୍ମ ହେବା ପୂର୍ବ ସମୟ ମା’ଙ୍କ ପାଇଁ ଅନେକ ଯନ୍ତ୍ରଣାଦାୟକ ହୋଇଥାଏ । ଲେବର ପେନ୍ ସମୟରେ ମା’କୁ ଅଧିକ ଯନ୍ତ୍ରଣା ସହିବାକୁ ପଡିଥାଏ । ଏପରି ପରିସ୍ଥିତିରେ ଜଣେ ମହିଳା ନିଜର ଡେଲିଭରୀର ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଖବର ମୁତାବକ, କିମ୍ ନାମକ ଜଣେ ମହିଳା ଦାବି କରିଛନ୍ତି ଯେ, ସେ ମାତ୍ର ୪ ମିନିଟରେ ମା’ ହୋଇଛନ୍ତି । ଯେତେବେଳେ ଏ ବିଷୟରେ ତାଙ୍କ ସ୍ୱାମୀଙ୍କୁ ଜଣାପଡିଲା, ସେବେ ସେ ବି ଆଶ୍ଚର୍ଯ୍ୟ ହୋଇଗଲେ । ମହିଳା କହିଛନ୍ତି ଯେ, ସେ ମାତ୍ର ୪ ମିନିଟରେ ନିଜ ଛୁଆକୁ ଜନ୍ମ ଦେଇଛନ୍ତି । ଏହାକୁ ଡାକ୍ତରମାନେ ବି ବିଶ୍ୱାସ କରିପାରୁ ନାହାନ୍ତି ।

କିମ ଟିକଟକରେ ନିଜର ଡେଲିଭରିର କାହାଣୀ ସେୟାର କରି କହିଛନ୍ତି ଯେ, ସେ ରୁଟିନ୍ ଚେକଅପ୍ ପାଇଁ ମେଡିକାଲ ଯାଇଥିଲେ । କିନ୍ତୁ ସେଠାରେ ନିଜ କେଳରେ ଛୁଆ ନେଇ ଘରକୁ ଫେରିଥିଲେ । ମହିଳାଙ୍କୁ ସେବେ ଭାବିନଥିଲେ କି ଏକା ମେଡିକାଲକୁ ଯାଇ ଫେରିବା ବେଳେ ଛୁଆକୁ ନେଇ ଆସିବେ ।

ଯେତେବେଳେ ସେ ରୁଟିନ ଚେକଅପ୍‌ ପାଇଁ ମେଡିକାଲରେ ପହଞ୍ଚିଥିଲେ ଡାକ୍ତରମାନେ ତାଙ୍କୁ ତୁରନ୍ତ ଆଡମିଟ କରିଥିଲେ । ଡେଲିପରୀ ପାଇଁ ଡାକ୍ତରମାନେ ପ୍ରସ୍ତୁତି କରୁଥିବା ବେଳେ ମହିଳା ଜଣକ ଛୁଆକୁ ଜନ୍ମ ଦେଇଥିଲେ । କିମ ଏତେ ଶୀଘ୍ର ପିଲାଟିକୁ ଜନ୍ମ କରିଦେବେ ବୋଲି ଡାକ୍ତରଙ୍କ ମଧ୍ୟ ଧାରଣା ନଥିଲା ।

ଛୁଆ ଜନ୍ମ ହେବାର ଦୁଇ ମିନିଟ୍ ପୂର୍ବରୁ କିମ ନିଜ ସ୍ୱାମୀଙ୍କୁ ଫୋନ୍ କରିଥିଲେ ଓ ଡାକ୍ତରମାନେ ତାଙ୍କର ଡେଲିଭରୀ କରିବାକୁ ଯାଉଛନ୍ତି ବୋଲି ଜଣାଇଥିଲେ । ମହିଳା କହିଛନ୍ତି ଯେ, ସକାଳେ ତାଙ୍କ ସ୍ୱାମୀ ଅଫିସ ଯାଇଥିଲେ ଓ ସନ୍ଧ୍ୟାରେ ଘରକୁ ଆସିବା ପରେ ନିଜକୁ ପିତା ହେବାର ଦେଖି ବିଶ୍ୱାସ କରିପାରି ନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.