ପତ୍ନୀ ଏବଂ ଝିଅ ସହ ଗାଁରେ ଯଜ୍ଞ ଦେଖିଥାଆନ୍ତେ ଦୀପକ,  ତା ପୂର୍ବରୁ ଉଜୁଡ଼ି ଗଲା ତାଙ୍କ ସୁନାର ସଂସାର

ଆସନ୍ତାକାଲି ଗାଁରେ ଯଜ୍ଞ ହେବ। ସେଥିପାଇଁ ପତ୍ନୀ ଉ ଆଉ ଝିଅକୁ ଧରି ସାଙ୍ଗ ହୋଇ ବାହାରି ଯାଇଥିଲେ ଗାଁ କୁ । ଗାଁରେ ପହଞ୍ଚିବେ ଆଉ ଯଜ୍ଞରେ ଖୁସି ମନାଇବେ । କିନ୍ତୁ ତା ପୂର୍ବରୁ ଅଧା ବାଟରେ ଏପରି କିଛି ତାଙ୍କ ସହ ଘଟିଯିବ । ଯାହା ବିଷୟରେ ସେ କେବେ କଳ୍ପନା କରିନଥିଲେ ।

ଆସନ୍ତାକାଲି ଗାଁରେ ଯଜ୍ଞ ହେବ। ସେଥିପାଇଁ ପତ୍ନୀ ଉ ଆଉ ଝିଅକୁ ଧରି ସାଙ୍ଗ ହୋଇ ବାହାରି ଯାଇଥିଲେ ଗାଁ କୁ । ଗାଁରେ ପହଞ୍ଚିବେ ଆଉ ଯଜ୍ଞରେ ଖୁସି ମନାଇବେ । କିନ୍ତୁ ତା ପୂର୍ବରୁ ଅଧା ବାଟରେ ଏପରି କିଛି ତାଙ୍କ ସହ ଘଟିଯିବ । ଯାହା ବିଷୟରେ ସେ କେବେ କଳ୍ପନା କରିନଥିଲେ । ରାଜଧାନୀ ରୁ କଟକ କନ୍ଦରପୁର ନିକଟ କୋରପଦା ଗାଁ କୁ ଫେରୁ ଥାନ୍ତି ଦୀପକ ରାଉତ ଓ ତାଙ୍କ ପତ୍ନୀ ଏବଂ ୯ ବର୍ଷର ଝିଅ। ଦୀପକ ଏକ ପ୍ରାଇଭେଟ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଚାକିରି କରନ୍ତି। ସେଇ ସ୍ୱଳ୍ପ ଦରମାରେ ତାଙ୍କ ପରିବାର ଚଳାନ୍ତି। ହେଲେ ଆଜି ଏହି ଦୁର୍ଘଟଣା ତାଙ୍କ ସୁନାର ପରିବାର ଛାରକାର କରିଦେଇଛି ।

ଦୁର୍ଘଟଣାର ପରବର୍ତ୍ତୀ ସମୟ ଥିଲା ଅତି ହୃଦୟ ବିଦାରକ। କାରଣ ଏହି ଦୁର୍ଘଟଣା ରେ ଲିଭିଗଲା ଗୋଟେ ମା ର ଜୀବନ ଦୀପ। ୯ ବର୍ଷ ଝିଅର ଆଖି ଆଗରେ ମାର ଅତି ଦୟନୀୟ ଅବସ୍ଥାରେ ମୃତ୍ୟୁ ହେଇଥିଲା। ଆଉ ୯ ବର୍ଷ ଝିଅର ହାତ ଉପରେ ଚଢ଼ି ଯାଇଥିଲା ଟ୍ରକର ଚକା। ହାତ ଟି ଦେହରୁ ଅଲଗା ହୋଇ ପଡି ରହିଥାଏ। ଅନ୍ୟପଟେ ମାର ଜୀବନ ଚାଲି ଯାଉଥାଏ। ଏଭଳି କିଛି ଦୁଃଖ ଦାୟକ ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ନୂଆବଜାର ନିକଟ କଟକ ପାରାଦୀପ ରାସ୍ତାରେ ଘଟିଥିବା ଦୁର୍ଘଟଣା ସମୟରେ।

ଦିନ ୧୧ ରୁ ୧୨ ଟା ଭିତରର ସମୟ। ନୂଆବଜାର ଛକ ଅତିକ୍ରମ କରିବା ସମୟରେ ସମାନ ଦିଗରୁ ଏକ ମାଲ ବୋଝେଇ ଟ୍ରକ ତଳେ ପଡି ଯାଇଥିଲେ ଦୀପକ ଙ୍କ ପତ୍ନୀ ଓ ଝିଅ। ଟ୍ରକର ପଛ ଚକା ଦୀପକଙ୍କ ପତ୍ନୀଙ୍କ ଗୋଡ଼ରେ ଚଡି ଯାଇଥିବା ବେଳେ ଝିଅର ଗୋଡ଼ରେ ହାତରେ ମଧ୍ୟ ଚଡି ଯାଇଥିଲା। ଏସବୁ ଦୀପକଙ୍କ ଆଖି ସାମ୍ନାରେ ଘଟିଯାଇଥିଲା । ସେ ପତ୍ନୀ ଓ ଆଉ ଝିଅର ଏପରି ଅବସ୍ଥା ଦେଖି ଜଳ ଜଳ ହୋଇ ଚାହିଁ ରହିଥିଲେ ମଧ୍ୟ କିଛି କରିପାରୁନଥିଲେ । କଣ କରିବେ ତାଙ୍କୁ ଦିଶୁ ନଥିଲା କିଛି ବୁଦ୍ଧିବାଟ । ଗୋଟିଏ ପଟେ ପତ୍ନୀ ସାରତୀ ରାଉତଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇ ସାରିଥିବା ବେଳେ ଅନ୍ୟପଟେ ୯ ବର୍ଷର ଝିଅ ସାଇ ପ୍ରିୟଦର୍ଶିନୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଦୁର୍ଘଟଣା ରେ ଅତି ଗୁରୁତର ଭାବେ ଆହତ ହୋଇ କଟକ ଏସିବିରେ ଚିକିତ୍ସିତ ହେଉଛନ୍ତି ସାଇ ପ୍ରିୟଦର୍ଶିନୀ।

ତେବେ ଘଟଣା ସ୍ଥଳରେ ସ୍ତାନୀୟ ଲୋକ ଏବଂ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ଗୁରୁତରଙ୍କୁ ଅଟୋ ଓ ପିସିଆର ଯୋଗେ ଏସିବି ମେଡ଼ିକାଲକୁ ପଠାଇଥିଲେ। ଦୁର୍ଘଟଣା ଘଟିବାର ବିଳମ୍ବରେ ପହଞ୍ଚି ଥିଲା ଆମ୍ବୁଲାନ୍ସ। ଅନ୍ୟପଟେ ନୂଆବଜାର ପାଖ ରାସ୍ତା ସବୁବେଳେ ଜାମ ହେଉଛି। ଅଧିକାଂଶ ସମୟ ରେ ଟ୍ରାଫିକ ସମସ୍ୟା ପାଇଁ ସାଧାରଣ ଲୋକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଟ୍ରାଫିକ ସମସ୍ୟା ଲାଗି ଦୁର୍ଘଟଣା ମଧ୍ୟ ଘଟୁଥିବାର ସ୍ଥାନୀୟ ଲୋକ ଓ ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.