‘ଜାତି-ଧର୍ମର ବନ୍ଧନ ନାହିଁ…’, ହୋର୍ଡିଂ ଲଗାଇ ନିଜ ପାଇଁ ଝିଅ ଖୋଜୁଛନ୍ତି ଅଟୋ ଚାଳକ

ମଧ୍ୟପ୍ରଦେଶର ଦମୋହ ସହରରେ ଜଣେ ଅଟୋ ଚାଳକ ନିଆରା ଢଙ୍ଗରେ ନିଜ ପାଇଁ କନ୍ୟା ଖୋଜୁଛନ୍ତି । ସେ ନିଜ ଇ-ରିକ୍ସାରେ ଏକ ବଡ଼ ହୋର୍ଡିଂ ଲଗାଇଛନ୍ତି, ଯେଉଁଥିରେ ବିବାହ ପାଇଁ ଆବଶ୍ୟକ ନିଜର ସମ୍ପୂର୍ଣ୍ଣ ବିବରଣୀ ଲେଖିଛନ୍ତି ।

ମଧ୍ୟପ୍ରଦେଶର ଦମୋହ ସହରରେ ଜଣେ ଅଟୋ ଚାଳକ ନିଆରା ଢଙ୍ଗରେ ନିଜ ପାଇଁ କନ୍ୟା ଖୋଜୁଛନ୍ତି । ସେ ନିଜ ଇ-ରିକ୍ସାରେ ଏକ ବଡ଼ ହୋର୍ଡିଂ ଲଗାଇଛନ୍ତି, ଯେଉଁଥିରେ ବିବାହ ପାଇଁ ଆବଶ୍ୟକ ନିଜର ସମ୍ପୂର୍ଣ୍ଣ ବିବରଣୀ ଲେଖିଛନ୍ତି । ଯୁବକ ଜଣକ ଏହି ଇ-ରିକ୍ସା ଧରି ସହର ସାରା ବୁଲୁଛନ୍ତି ।

ସେ ଯେଉଁଠାକୁ ରିକ୍ସା ନେଇ ଯାଆନ୍ତି, ସେଠାରେ ଲୋକମାନେ ହୋର୍ଡିଂରେ ଲେଖା ହୋଇଥିବା ବିବରଣୀ ପଢ଼ିବା ଆରମ୍ଭ କରି ଦିଅନ୍ତି । ବର୍ତ୍ତମାନ ଯୁବକ ଜଣକ ସହରର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତାଙ୍କ ନାମ ଦୀପେନ୍ଦ୍ର ରାଠୋର ।

ଦୀପେନ୍ଦ୍ର କହିଛନ୍ତି ଯେ ତାଙ୍କୁ ୩୦ ବର୍ଷ ହୋଇଗଲାଣି । କିନ୍ତୁ କୌଣସି ପ୍ରସ୍ତାବ ଆସୁନାହିଁ । ସେ ବିବାହ କରିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଏପରି କରିବାକୁ ବାଧ୍ୟ ହୋଇଛନ୍ତି । ହୋର୍ଡିଂରେ ସେ ଏକ ବିଶେଷ କଥା ଲେଖିଛନ୍ତି । ସେ ଲେଖିଛନ୍ତି ଯେ ବିବାହ କରିବାରେ ଜାତି ଓ ଧର୍ମର କୌଣସି ବନ୍ଧନ ନାହିଁ । କୌଣସି ବି ଜାତି ଏବଂ ଧର୍ମର ଝିଅ କିମ୍ବା ତାଙ୍କ ପରିବାର ଲୋକେ ବିବାହ ପ୍ରସ୍ତାବ ନେଇ ଆସିପାରିବେ ।

ଦୀପେନ୍ଦ୍ରଙ୍କ କହିବା ହେଲା, ଇ-ରିକ୍ସାରେ ହୋର୍ଡିଂ ଲଗାଇ ଝିଅ ଖୋଜିବାର ଏହି ଅଭିଯାନରେ ତାଙ୍କ ମାଆବାପା ମଧ୍ୟ ସହମତ ଅଛନ୍ତି । ମାଆବାପା ପୂଜାପାଠରେ ବ୍ୟସ୍ତ ରୁହନ୍ତି । ତେଣୁ ଝିଅ ଖୋଜିବାରେ ସମୟ ଦେଇପାରୁ ନାହାନ୍ତି । ସେଥିପାଇଁ ତାଙ୍କୁ ଏହା କରିବାକୁ ପଡ଼ିଛି । ସେ କହିଛନ୍ତି ଯେ ଯେଉଁ ବି ଝିଅ ତାଙ୍କ ଜୀବନସାଥୀ ହେବେ, ସେ ତାଙ୍କୁ ସବୁବେଳେ ଖୁସିରେ ରଖିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.