ବାପା ହେବାକୁ ଯାଉଛନ୍ତି ବରୁଣ ଧୱନ, ପତ୍ନୀ ନତାଶା ଦଲାଲଙ୍କ ପ୍ରଥମ ପ୍ରେଗ୍ନାନ୍ସିକୁ ନେଇ ଦେଲେ ଖୁସି ଖବର
ବଲିଉଡ ଅଭିନେତା ବରୁଣ ଧୱନ ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । ଅଭିନେତା ନିଜ ଇନଷ୍ଟାଗ୍ରାମରେ ଏହି ଖୁସି ଖବର ଜଣାଇଛନ୍ତି ।
ବଲିଉଡ ଅଭିନେତା ବରୁଣ ଧୱନ ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । ଅଭିନେତା ନିଜ ଇନଷ୍ଟାଗ୍ରାମରେ ଏହି ଖୁସି ଖବର ଜଣାଇଛନ୍ତି । ବରୁଣ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପତ୍ନୀ ନତାଶା ଦଲାଲଙ୍କ ବେବି ବମ୍ପ୍କୁ କିସ୍ କରୁଥିବାର ନଜର ଆସିଛନ୍ତି ।
ଏହା ଏକ ବ୍ଲାକ୍ ଆଣ୍ଡ ହ୍ଵାଇଟ୍ ଫଟୋ । ଏଥିରେ ଦେଖାଯାଉଛି ଯେ ବରୁଣ ଆଣ୍ଠୁ ମାଡ଼ି ବସି ପତ୍ନୀ ନତାଶାଙ୍କ ବେବି ବମ୍ପ୍କୁ କିସ୍ କରୁଛନ୍ତି । ସେଠି ପାଖରେ ସୋଫା ଉପରେ ବରୁଣଙ୍କ ପେଟ୍ ଡଗ୍ ବସିଛି । ଫଟୋ ସେୟାର କରି ବରୁଣ ଏହାର କ୍ୟାପସନରେ ଲେଖିଛନ୍ତି, ‘ଆମେ ଗର୍ଭବତୀ ଅଛୁ । ଆପଣଙ୍କ ଆଶୀର୍ବାଦ ଏବଂ ପ୍ରେମ ଦରକାର’ ।
ବିବାହର ୩ ବର୍ଷ ପରେ ବରୁଣ ବାପା ହେବେ । ଅଭିନେତାଙ୍କ ଘରକୁ ନୂଆ ଅତିଥି ଆସିବ । ଏବେ ତାଙ୍କ ପତ୍ନୀ ନତାଶା ଗର୍ଭବତୀ ଅଛନ୍ତି । ବରୁଣ ଇନ୍ଷ୍ଟାଗ୍ରାମରେ ଫଟୋ ସେୟାର କରି ଏହି ଖୁସି ଖବର ଫ୍ୟାନ୍ମାନଙ୍କୁ ଦେଇଛନ୍ତି । ୩୬ ବର୍ଷୀୟ ଏହି ଅଭିନେତା ବାପା ହେବାକୁ ନେଇ ବହୁତ ଖୁସି ଅଛନ୍ତି । କହି ରଖୁଛୁ, ବରୁଣ ଓ ନତାଶାଙ୍କ ବିବାହକୁ କିଛି ସପ୍ତାହ ତଳେ ୩ ବର୍ଷ ପୂରଣ ହୋଇଛି ।
View this post on Instagram