ଚମତ୍କାର! ମୃତ୍ୟୁର ୪୫ ମିନିଟ୍ ପରେ ଫେରିଲା ମହିଳାଙ୍କ ଜୀବନ
ମୃତ୍ୟୁ ପରେ ପୁଣି ଥରେ ବଞ୍ଚି ଉଠିବା କୌଣସି ଚମତ୍କାରିତା ଠାରୁ କମ୍ ନୁହେଁ । ଏପରି ଏକ ମାମଲା ଆମେରିକାର ମ୍ୟାରୀଲ୍ୟାଣ୍ଡରୁ ସାମ୍ନାକୁ ଆସିଛି । ସେଠାରେ ଜଣେ ମହିଳା ମରିବାର ୪୫ ମିନିଟ ପରେ ପୁଣିଥରେ ଜୀବିତ ହୋଇଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ରିପୋର୍ଟ ଅନୁସାରେ, ମରିବା ପରେ ପୁଣି ଜୀବିତ ହୋଇଥିବା ମହିଳାଙ୍କ ନାଁ ହେଉଛି କ୍ୟାଥି ପୈଟନ । ସେ ଗୋଲ୍ଫ ଖେଳୁଥିବା ବେଳେ ଝିଅର ଲେବର ପେନ୍ ଆରମ୍ଭ ହୋଇଥିବା ନେଇ ଫୋନ୍ ଆସିଥିଲା । ଏହା ପରେ ତୁରନ୍ତ କ୍ୟାଥି ଘରେ ପହଞ୍ଚିଥିଲେ ଓ ଝିଅକୁ ନେଇ ମେଡିକାଲ ଯାଇଥିଲେ । ମେଡିକାଲରେ ପହଞ୍ଚିବା ପରେ କ୍ୟାଥିଙ୍କୁ ହଠାତ୍ ହାର୍ଟ ଆଟାକ୍ ଆସିଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ୪୫ ମିନିଟ ପରେ ପୁଣି ସେ ଜୀବିତ ହୋଇଥିଲେ । ଏହା ପରେ ତାଙ୍କ ଝିଅ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ।
ତେବେ ହାର୍ଟ ଆଟାକ୍ ଆସିବା ପରେ ଡାକ୍ତରମାନେ କ୍ୟାଥିଙ୍କର ଚେକଅପ୍ କରିଥିଲେ । ତାଙ୍କ ପଲ୍ସ ଚାଲୁନଥିଲା ଓ ମୁଣ୍ଡରେ ଅକ୍ସିଜେନ୍ ବି ମିଳୁନଥିଲା । ଡାକ୍ତରମାନେ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ସିପିଆର ଦେଇଥିଲେ । ପ୍ରାୟ ୪୫ ମିନିଟ ପରେ ପୁଣିଥରେ କ୍ୟାଥିଙ୍କ ନିଶ୍ୱାସ ପ୍ରୟାସ ଆସିଥିଲା ଓ ପଲ୍ସ ମଧ୍ୟ ଆସିଥିଲା। ଡାକ୍ତର ସ୍ପଷ୍ଟ କରିବାକୁ ପୁଣି ଯାଞ୍ଚ କରିଥିଲେ ଓ ଚମତ୍କାର ଦେଖି ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କୁ ନୂଆ ଜୀବନ ମିଳିବ ପରେ ତାଙ୍କ ଝିଅ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଘଟଣା ପରେ କ୍ୟାଥି ଈଶ୍ୱରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ କେବଳ ନାତୁଣୀର ମୁହଁ ଦେଖିବାକୁ ତାଙ୍କୁ ନୂଆ ଜୀବନ ମିଳିଛି।