ସେଲଫି ନେବାରେ ବ୍ୟସ୍ତ ଥିଲେ ମହିଳା, ପଛପଟୁ ଘାସ ଖାଇବା ଭଳି ମହିଳାଙ୍କ ଚୁଟି ଖାଇଗଲା ଓଟ ଦେଖନ୍ତୁ ଭିଡିଓ

ଆଜିକାଲି ଲୋକଙ୍କ ମଧ୍ୟରେ ସେଲଫିର କ୍ରେଜ୍‌ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଆପଣ ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ଏହିପରି ଅନେକ ମଜାଦାର ଭିଡିଓ ଦେଖିଥିବେ, ଯେଉଁଥିରେ ଲୋକମାନେ ବିବାହ ଭୋଜିରେ ବହୁତ ଅଜବ ଅଜବ ପୋଜ୍ ଦେଇ ସେଲଫି ନେଉଥିବାର ଦେଖିବାକୁ ମିଳିଥାଏ। ହେଲେ ଏହି ସେଲଫି ନିଶା ପାଇଁ ଅନେକ ଥର ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ଆଉ ଏମିତି ପରିସ୍ଥିତି । ଏବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ।

ଏହି ଭାଇରାଲ ଭିଡିଓରେ ଜଣେ ମହିଳା ସେଲଫି ନେଉଥିବାର ନଜର ଆସୁଛନ୍ତି। କିନ୍ତୁ ଏହି ସମୟରେ ତାଙ୍କ ସହିତ ଯାହା ଘଟିଯାଉଛି ତାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ମହିଳା ଓଟ ସହିତ ସେଲଫି ନେଉଥିବା ବେଳେ ଓଟଟି ତାଙ୍କ ଚୁଟି ଟାଣି ଛିଡ଼ାଇ ଦେଇଥିବା ଦେଖାଯାଉଛି। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଜଣେ ମହିଳା ଓଟ ସହିତ ସେଲଫି ନେଉଛନ୍ତି। ଓଟଟି ପିଞ୍ଜରା ଭିତରେ ଥିବା ବେଳେ ମହିଳା ଜଣକ ବାହାରେ ରହି ଫଟୋ ଉଠାଉଛନ୍ତି। ଏହା ପରେ ଓଟଟି ପିଞ୍ଜରା ଭିତରୁ ମହିଳାଙ୍କ ଚୁଟି ଟାଣି ନେଉଛି। ଆଉ ଏମିତି ଭାବେ ଟାଣି ନେଉଛି ଯେ ମହିଳାଙ୍କ କେଶ ଉପୁଡିଯାଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ମହିଳା ଜଣଙ୍କ ଚୁଟି ଛିଡାଇ ନେଇ ଓଟଟି ଚୋବାଇ ଖାଇଦେଉଛି।


ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ପ୍ରବୀଣ ଅଙ୍ଗୁସାମି ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ଓଟ ପାଇଁ ସ୍ୱାଦିଷ୍ଟ ହାଇ-ପ୍ରୋଟିନ୍ ଜଳଖିଆ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ଭାଇରାଲ ହେବାରେ ଲାଗିଛି। ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ଏଭଳି ଅନେକ ଭିଡିଓ ଭାଇରାଲ ହୋଇସାରିଛି। ଚିଡିଆଖାନାକୁ ଯାଉ ସେଲଫି ନେଉଥିବା ପର୍ଯ୍ୟଟକଙ୍କ ସହ ଅନେକ ସମୟରେ ଏଭଳି କିଛି ଘଟୁଥିବାର ଦେଖାଯାଏ। ଏଥିପାଇଁ ପର୍ଯ୍ୟଟକଙ୍କୁ ସାବଧାନ ରହିବାକୁ କୁହାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.