ଧର୍ମ ପରାୟଣ ମହିଳାଙ୍କ ମହତ କାମ, ମଲା ପରେ ବି ଭୁଲିଲେନି ଦାନ କରିବା

ସୁନ୍ଦରଗଡ (କେନ୍ୟୁଜ) : ମରିକି ବି ରହିଗଲେ ଅମର। ସାରା ଜୀବନ ଦାନ ଧର୍ମରେ ବିତାଇଦେଲେ ଦିନ ଆଉ ଏବେ ମଲା ପରେ ବି ଭୁଲିଲେନି ଦାନ କରିବାକୁ। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରର ମାୟାଦେବୀ, ଜଣେ ଧର୍ମ ପରାୟଣ ମହିଳା। ଅନ୍ଯର ଦୁଃଖ ଦେଖିଲେ ସାହାଯ୍ଯ କରିବାକୁ ସବୁବେଳେ ଆଗେଇ ଆସନ୍ତି। ଦୀର୍ଘ ବର୍ଷ ଧରି ରାଜଗାଙ୍ଗପୁର ସହରରେ ଜଣେ ପରୋପକାରୀ ମହିଳା ଭାବେ ପରିଚିତ ମାୟାଦେବୀ ନିଜ ମୃତ୍ୟୁ ପରେ ମଧ୍ୟ ନିଜ ଚକ୍ଷୁ ଦାନ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି।

ରାଜଗାଙ୍ଗପୁର ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ ୨ ଖାଡ଼ାଗଳି ନିବାସୀ ଜଗଦୀଶ ଅଗ୍ରୱାଲଙ୍କ ଧର୍ମ ପତ୍ନୀ ମାୟାଦେବୀ। ୭୩ ବର୍ଷ ବୟସରେ ମଧ୍ୟ ସଦାସର୍ବଦା ଅନ୍ଯର ସେବା କରିବାକୁ ଜମା ବି ପଛଘୁଞ୍ଚା ଦେଉନଥିଲେ। କାହାର ଦୁଃଖ ଦେଖିଲେ ସାହାଯ୍ଯ କରିବାକୁ ଆଗେଇ ଆସନ୍ତି ମାୟାଦେବୀ। ବୟସର ଅପରାହ୍ନରେ ପହଂଚିଥିଲେ ବି କାହାରିକୁ ଅନୁଭବ କରିବାକୁ ଦେଉନଥିଲେ ସେ। କାରଣ ସବୁବେଳେ ଚଳଚଂଚଳ ରହିବା ସହ ରାଜଗାଙ୍ଗପୁର ମାରଓ୍ଵାଡି ସମାଜର ଉନ୍ନତି ପାଇଁ ଚିନ୍ତା କରିବା ସହ ରାଜଗାଙ୍ଗପୁର ସହରରର ଉନ୍ନତି ପାଇଁ ଚେଷ୍ଟା କରୁଥିଲେ। ସକାଳେ ତାଙ୍କର ମୃତ୍ୟୁ ଘଟିବା ପରେ ଜୀବନ୍ତ ଥିବା ସମୟରେ ଯେଭଳି ଭାବରେ ଅନ୍ଯକୁ ସାହାଯ୍ଯ କରି ଆସୁଥିଲେ ମୃତ୍ୟୁ ପରେ ମଧ୍ୟ ଅନ୍ଯର କାମରେ ଆସିବା ପାଇଁ ନିଜ ଚକ୍ଷୁ ଦାନ କରିଛନ୍ତି।

ମାୟାଦେବୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ, ଝିଅ ଓ ପୁଅ ଶେଷରେ ମାଙ୍କ ଚକ୍ଷୁ ଦାନ କରିବାକୁ ରାଉରକେଲା ସ୍ଥିତ ଆଇଜିଏଚ ଚକ୍ଷୁ ବ୍ୟାଙ୍କର ସାହାଯ୍ୟ ଲୋଡିଥିଲେ। ଏବଂ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ନିଜ ମାଁଙ୍କ ମୃତ୍ୟୁ ହୋଇ ସାରିଛି ମାତ୍ର ମୃତ୍ୟୁ ପରେ ମଧ୍ୟ ଆଉ ୨ ଜଣ କିଭଳି ଭାବରେ ଦୁନିଆର ଆଲୋକ ଦେଖିପାରିବେ ସେଥିପାଇଁ ଚକ୍ଷୁ ଦାନ କରିଥିବା କହିଛନ୍ତି ମୃତକାଙ୍କ ଝିଅ। ମାୟାଦେବୀଙ୍କ ମୃତ୍ୟୁ ପରେ ପରିବାର ଲୋକ ଫୋନ କରିବା ପରେ ଆଇଜିଏଚ ଚକ୍ଷୁ ବ୍ୟାଙ୍କର କର୍ମକର୍ତ୍ତା ପହଂଚି ସଫଳତାର ସହ ଅପରେସନ କରି ଚକ୍ଷୁ ବାହାର କରିଥିଲେ। ସମ୍ପୁର୍ଣ୍ଣ ପରିବାର ତଥା ମାରଓ୍ଵାଡି ସମାଜ ଏଥିପାଇଁ ସହଯୋଗ କରିବା ସହ ମାୟାଦେବୀ ମରିବା ପରେ ମଧ୍ୟ ଅନ୍ଯମାନଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି ବୋଲି କହିଛନ୍ତି ଚକ୍ଷୁ ବ୍ୟାଙ୍କର ବରିଷ୍ଠ ଅଧିକାରୀ। ଚକ୍ଷୁ ଦାନ ପରେ ରିତୀନିତୀ ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ମାତ୍ର ଏହି ପରିବାର ଲୋକଙ୍କ ଏହି ମହାନତା କାର୍ଯ୍ଯ ଏବେ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.