ଶୀତଦିନେ ଆଲର୍ଜିରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ, ରହିବେ ସମ୍ପୂର୍ଣ୍ଣ ସୁସ୍ଥ

ଶୀତ ଦିନରେ ଲୋକଙ୍କ ସ୍କିନ ଡ୍ରାଏ ହୋଇଯାଏ। ଏହାସହ ଚିନ୍ତା ବଢ଼ିଯାଏ ଆଲର୍ଜିର। କିଛି ଲୋକଙ୍କୁ ଏହି ଦିନ ବିଲକୁଲ ବି ସୁଟ୍ କରିନଥାଏ।ଶୀତଦିନ ଯାହାକୁ ସୁଟ୍ କରେ ନାହିଁ। ସେମାନଙ୍କର ଆଲର୍ଜି ହୋଇଯାଏ। କୁହାଯାଏ ଯେ ଲୋକଙ୍କୁ ଆଲର୍ଜି ହେବାର କାରଣ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ।
ଶୀତ ଆରମ୍ଭ ହୋଇଗଲେ କିଛି ଜଣଙ୍କର ନାକରେ ଆଲର୍ଜି ହୋଇଯାଏ। ଏହାସହ ସ୍କିନ ଆଲର୍ଜି ମଧ୍ୟ ହୋଇଯାଏ। ଆଜି ଆମେ କହିବୁ ଏହାଠୁ ସୁରକ୍ଷା ପାଇବା ପାଇଁ କିଛି ଜରୁରୀ ଟିପ୍ସ।
- ନାକରେ ହେଉଥିବା ଆଲର୍ଜିକୁ ନୋଜଲ ବ୍ରୋଙ୍କିଅଲ ଆଲର୍ଜି କୁହାଯାଏ। ଲୋକଙ୍କୁ ଏହି ଆଲର୍ଜି ଧୂଳି ମାଟି କାରଣରୁ ହୋଇଥାଏ। ଅନ୍ୟମାନେ ଯେଉଁମାନେ ପ୍ରଥମରୁ ଆଲର୍ଜି ସହ ଲଢ଼ୁଛନ୍ତି ସେମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇଁ ଆଣ୍ଟି ହିଷ୍ଟାମାଇନ ଔଷଧର ସେବନ କରାଯାଏ । କିନ୍ତୁ ଏହାପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ ନେବା ଜରୁରୀ। ଯଦି ଜଣେ ଆସ୍ଥମା ସହ ପୀଡ଼ିତ ଅଛନ୍ତି ତେବେ ସେମାନେ ଡାକ୍ତରଙ୍କ ସହ ସମ୍ପର୍କ କରି ଔଷଧ ଖାଇବା ଜରୁରୀ।
- ଲୋକଙ୍କର ସ୍କିନ ଆଲର୍ଜି ଏକ ବହୁତ ବଡ଼ ସମସ୍ୟା। ଫଙ୍ଗସ୍ କାରଣରୁ ଏହି ସମସ୍ୟା ଦେଖାଯାଏ। କିଛି ଜଣଙ୍କର ଶୀତ ଦିନରେ ସ୍କିନ ଡ୍ୟାମେଜ ହୋଇଯାଇଥାଏ। ସୂର୍ଯ୍ୟଙ୍କ ହାନିକାରକ କିରଣ ସ୍କିନ ସମସ୍ୟାକୁ ବଢ଼ାଇବାରେ ସାହାଯ୍ୟ କରେ। ଏହାକୁ ଆମେ ସନ୍ ଆଲର୍ଜି ମଧ୍ୟ କହିପାରିବା।
* ଶୀତଦିନରେ ଧୂଳି ଓ ଅପରିଷ୍କାର ଠାରୁ ଦୂରେଇ ରୁହନ୍ତୁ।
*ସମୟ ସମୟ ପରେ ହାତକୁ ଧୁଅନ୍ତୁ।
* ସ୍କିନ ଆଲର୍ଜିରୁ ମୁକ୍ତି ପାଇଁ ଆପଣ ରାତିରେ ଶୋଇବା ଆଗରୁ ସ୍କିନ ମଶ୍ଚରାଇଜର ନିୟମିତ ଲଗାନ୍ତୁ।
* ଏହିଦିନ ନିଜ ଖାଇବା ପିଇବାରେ ଭଲ ଭାବେ ଧ୍ୟାନ ଦିଅନ୍ତୁ। ସେହି ସବୁଖାଦ୍ୟକୁ ବିଲକୁଲ ବି ଖାଆନ୍ତୁ ନାହିଁ। ଯାହା ଦ୍ୱାରା ଆପଣଙ୍କର ଆଲର୍ଜି ହୁଏ।

* ଏହିଦିନରେ ଫଳ, ସବୁଜ ପନିପରିବା, ଗାଜର, କମଳା ଆଦିର ସେବନ କରନ୍ତୁ ନାହିଁ।
* ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ।
* ଆଲର୍ଜି ଲକ୍ଷଣ ଥିବା ଲୋକଙ୍କ ସହ ମିଶି ଖାଆନ୍ତୁ ନାହିଁ। ତାଙ୍କର କୌଣସି ଜିନିଷକୁ ବ୍ୟବହାର କରନ୍ତୁ ନାହିଁ।