ସୁନ୍ଦର ସନ୍ତାନ ଲୋଭରେ କରନ୍ତି ମହିଳା ଏପରି କାମ, ଯାହା ଶୁଣି ହେବ ନାହିଁ ବିଶ୍ବାସ

ସମସ୍ତ ମହିଳାଙ୍କ ଇଛା ରହିଥାଏ ତାଙ୍କର ସୁନ୍ଦର ଏବଂ ସବଳ ସନ୍ତାନଟିଏ ହେଉ। ତେବେ ଯଦି ଆପଣଙ୍କୁ କିଏ କୁହନ୍ତି ସୁନ୍ଦର ସନ୍ତାନ ପାଇଁ ଅଗ୍ନିପରୀକ୍ଷା ଦେବା ପାଇଁ ତେବେ ଆପଣ କଣ କରିବେ। ଆଜ୍ଞା ହଁ,  ବିବାହପରେ ହୋଇଥିବା ଅନେକ ପରମ୍ପରା ବିଷୟରେ ଶୁଣିଥିବେ କିନ୍ତୁ ଚାଇନାରେ ଦେଖିବାକୁ ମିଳିଥାଏ ଏପରି ଏକ ପରମ୍ପରା ଯାହା ବିଷୟରେ ଶୁଣି ବିଶ୍ବାସ କରିପାରିବେ ନାହିଁ।

ଚାଇନାରେ ରହିଥିବା ଏକ ଜନଜାତିରେ ବିବାହରେ ପରେ ସୁନ୍ଦର ସନ୍ତାନ ପାଇଁ ମହିଳାଙ୍କୁ ଦେବାକୁ ପଡ଼ିଥାଏ ଅଗ୍ନିପରୀକ୍ଷା। ଏଠାରେ ସୁନ୍ଦର ସନ୍ତାନର ଲାଳସାରେ ମହିଳାଙ୍କୁ ଚାଲିବାକୁ ପଡ଼ିଥାଏ ଗରମ ଅଙ୍ଗାର ଉପରେ। ଖାଲି ତାହା ନୁହଁ ଏଥିପାଇଁ ଏକ ଉତ୍ସବ ଆୟୋଜିତ କରାଯିବା ସହ ଲୋକ ତାଙ୍କ ସଂପକୀୟଙ୍କୁ ଏଥିପାଇଁ ନିମନ୍ତ୍ରଣ ମଧ୍ୟ ଦେଇଥାନ୍ତି। ତେବେ ଚାଇନା ସରକାର ଏହା ଉପରେ କଟକଣା ଲଗାଇଥିଲେ ମଧ୍ୟ ଦୂର ଗ୍ରାମରେ ଏହାର ଚଳଣି ଦେଖିବାକୁ ମିଳିଥାଏ।

fire 2

ଏହି ପରମ୍ପରା ଅନୁଯାୟୀ ଯେଉଁ ମହିଳା ଏହାକୁ କରିବାକୁ ମନା କରିଥାନ୍ତି ତାଙ୍କୁ ଘରୁ ବାହାର କରାଯାଇଥାଏ। ଏଣୁ ବାଧ୍ୟ ହୋଇ ତାଙ୍କୁ ଗରମ ଅଙ୍ଗାର ଉପରେ ଖାଲି ପାଦରେ ଚାଲିବାକୁ ପଡ଼ିଥାଏ। ଏହା ଦେଖିବାକୁ ଏତେ ଭୟାନକ ରହିଥାଏ କି , କିଛି ମହିଳା ଏହି ମସୟରେ ଅଚେତ ହୋଇଯାଇଥାନ୍ତି। କିନ୍ତୁ ସେମାନଙ୍କର ଚେତା ଫେରିବା ପରେ ମଧ୍ୟ ସେମାନଙ୍କୁ ଏହା କରିବାକୁ ପଡ଼ିଥାଏ।

Leave A Reply

Your email address will not be published.